• Deepti Moyee mohanty

ପୋଲିସ ହାତରେ ଧରାପଡି ମଧ୍ୟ ଛାଡିନି ପୋଜଦେବା ନିଶା,ଟ୍ଵିଟରରେ ଟାହିଟାପରା


ଶୁକ୍ରବାର (ଜୁନ 29) ବିଳମ୍ବିତ ରାତିରେ ବାଙ୍ଗାଲୋର ଇଣ୍ଟରନେସନାଲ ଏୟାରପୋର୍ଟ ଠାରେ ଜଣେ ଯାତ୍ରୀ ଡ୍ରଗ୍ସ ନେଇ ଯାତ୍ରା କରୁଥିବା ସମୟରେ କଷ୍ଟମ ବିଭାଗ ଦ୍ଵାରା ଧରାପଡିଛନ୍ତି । ଆଶ୍ଚର୍ଯ୍ୟର କଥା ହେଲା ଧରା ପଡିବା ପରେ ଯାତ୍ରୀ ଜଣକ ଆଦୌ ବିଚଳିତ ମନେ ହେଉ ନଥିଲେ। ଓଲଟି ଯାତ୍ରୀ ଜଣକ ଫୋଟୋ ଉଠାଇବା ସମୟରେ ପୋଜ ଦେଇଥିଲେ ଯାହାକୁ ନେଇ ସୋସିଆଲ ମିଡିଆରେ ଖାସ କରି ଟ୍ଵିଟରରେ ବିଭିନ୍ନ ବ୍ୟକ୍ତି ଟାହିଟାପରା କରିଥିଲେ ।

ଯାତ୍ରୀ ଜଣକ ପୋଜ ଦେଇଥିବା ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଟୁଇଟରରେ ଲୋକମାନେ ଏ ସମ୍ବନ୍ଧରେ ମଜା ଉଡାଇବାର ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଯାତ୍ରୀ ଜଣକ ଡ୍ରଗ୍ସ ନେଇ ବିମାନରେ ବାଙ୍ଗାଲୋରରୁ କତାର ଯିବାର ଥିଲା । ହେଲେ ବାଙ୍ଗାଲୋର ଇଣ୍ଟରନାସନାଲ ଏୟାରପୋର୍ଟର କଷ୍ଟମ ବିଭାଗ ଦ୍ଵାରାଧାରା ପଡିଥିଲେ । କଷ୍ଟମ ବିଭାଗ ତରଫରୁ ଜବତ ଡ୍ରଗ୍ସର ପରିମାଣ ୩କିଗ୍ରା ଆକଳନ କରାଯାଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୧୫ଲକ୍ଷ ହେବା ନେଇ ଅନୁମାନ କରାଯାଇଛି।

ଖବର ସଂସ୍ଥା ଏ.ଏନ.ଆଇ ଦ୍ଵାରା ଟୁଇଟ ହୋଇଥିବା ଉକ୍ତ ଯାତ୍ରୀ ଜଣଙ୍କ ଫୋଟକୁ ନେଇ ବହୁ ଟୁଇଟର ୟୁଜରସ ହାସ୍ୟାସ୍ପଦ କାମେଣ୍ଟ ପ୍ରଦାନ କରିଛନ୍ତି। କିଛି ୟୁଜର ଯାତ୍ରୀ ଜଣଙ୍କୁ ଅଟ୍ଟହାସ୍ୟକରି କହିଛନ୍ତି,”ଏପରି ପୋଜ ଦେଉଛି ଯେପରି ଯୁଦ୍ଧ ଜିତି ଆସିଛି”।

ଆଉ କିଛି ୟୁଜର କହିଛନ୍ତି ,”ଯାତ୍ରୀ ଜଣକ ବୋଧେ ଖୁସି ହେଉଛନ୍ତି କାରଣ ସେ ଭାରତରେ ଧରାପଡିଛନ୍ତି କତାରରେ ନୁହଁ। ଯଦି କତାର ପୋଲିସ ହାତରେ ଧରା ପଡିଥାନ୍ତେ ତେବେ ତାଙ୍କ ଶରୀରର ଛୋଟ ଛୋଟ ଖଣ୍ଡ ହୋଇଥାନ୍ତା”।

ସେହିପରି ଆଉ ଜଣେ ୟୁଜର ବିଦ୍ରୂପ କରି କହିଛନ୍ତି,” ବଦନାମ ହେଲେ କଣହେବ? ନାଁ ତ ହେଲା”। ଆଉ ଜଣେ ୟୁଜର କାମେଣ୍ଟ ଦେଇଛନ୍ତି ,”ଡ୍ରଗ୍ସ ସ୍ମଗଲିଙ୍ଗ କରି ଧରାପଡିଲେ କଣହେବ? ପୁଅ ତ ଗର୍ବର ସହ ଫୋଟ ଉଠାଉଛି”।

ଅନ୍ୟ ଜଣେ ୟୁଜର ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ ମଧ୍ୟ କରିଛନ୍ତି,”ଏ ଜଣେ କଷ୍ଟମ ଅଧିକାରୀ ନା ଧରାପଡିଥିବା ଯାତ୍ରୀ”।

#soci #oddnews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon