• Somyadeep Prasad

ସୋସିଆଲ ମିଡିଆ ଦିବସ: ତୁରନ୍ତ ଛାଡନ୍ତୁ ଏହି ବିପଦଜନକ ଅଭ୍ୟାସ


ଜୁନ 30କୁ ଆମେ ସୋସିଆଲ ମିଡିଆ ଦିବସ ଭାବରେ ପାଳନ କରିଥାଉ । ସୋସିଆଲ ମିଡିଆ ହେଉଛି ମଜା  ଉପଭୋଗ କରିବା ଏବଂ ଲୋକମାନେ କିପରି ଅନ୍ୟ ଲୋକମାନଙ୍କ ସହ ସମନ୍ଧ ରଖିପାରିବେ ସେଥିପାଇଁ ଏହା ଆଦୃତି ଲାଭ କରିଥିଲା। ତେବେ ଏହାର ମାତ୍ରାଧିକ ବ୍ୟବହାର ଏହାକୁ ଏକ ନିଶାରେ ପରିଣତ କରିଥାଏ ଓ ପରିସ୍ଥିତି ବେଳେବେଳେ  ଭୟାବହ ହେଇଥାଏ । 

ସୋସିଆଲ ମିଡିଆରେ ଏହି ପାଞ୍ଚଟି ଅଭ୍ୟାସଠୁ ଦୂରରେ ରୁହନ୍ତୁ

ସର୍ବସାଧାରଣରେ ସବୁ କିଛି ଶେୟାର ନ’କରି ଗୋପନୀୟତା ରକ୍ଷା କରନ୍ତୁ

ସମସ୍ତଙ୍କୁ  ସବୁ ପୋଷ୍ଟ ସେୟାର କରିବା ବୁଦ୍ଧିମତାର  ପରିଚୟ ନୁହେଁ ।  ଆପଣ ନିଜେ ନିଜର ଗୋପନୀୟତାକୁ ନିଶ୍ଚିନ୍ତ କରନ୍ତୁ ।

ଅପରିଚିତଙ୍କ ସହ ବନ୍ଧୁତା କରନ୍ତୁ ନାହିଁ    

ଯଦି ଆପଣ ଏହିଭଳି  କରୁଛନ୍ତି  ତାହେଲେ ଏହାକୁ ତୁରନ୍ତ ବନ୍ଦ କରନ୍ତୁ । ଆପଣ ଅଧିକ ଲୋକମାନଙ୍କ ସମନ୍ଧ ନ ରଖି ଯାହାକୁ ଜାଣିଛନ୍ତି ସେହିମାନଙ୍କୁ ସହ ସମ୍ବନ୍ଧ ରଖନ୍ତୁ  ଏବଂ ଆବଶ୍ୟକ ପଡିଲେ ବ୍ଲକ ଫିଚରର ବ୍ୟବହାର କରନ୍ତୁ ।

ନିଜ ବିଷୟରେ ସବୁକିଛି କୁହନ୍ତୁନି 

ସୋସିଆଲ ମିଡିଆରେ ଆପଣ ଯଦି ନିଜ ପ୍ରୋଫାଇଲରେ ଆପଣଙ୍କ ଜନ୍ମ ତିଥି, ବିଦ୍ୟାଳୟର ନାମ , ଆପଣଙ୍କ ଗୃହ ପାଳିତ ପଶୁର ନାମ ଦିଅନ୍ତି ତାହାହେଲେ ଏଥିରୁ ଯିଏବି ହଉ କାହିଁକି  ଆପଣ ପ୍ରୋଫାଇଲର ସୂଚନା ଅତି ସହଜରେ ଜାଣିପାରିବ ଓ ଦରକାର ସମୟରେ ଏହି ତଥ୍ୟକୁ ବ୍ୟବହାର କରି ହଇରାଣ କରିପାରେ । 

ସବୁ ଆକାଉଣ୍ଟର ପାସୱାର୍ଡ ଏକାଭଳି ଦିଅନ୍ତୁ ନାହିଁ

ଫେସବୁକ,ଟ୍ଵିଟର, ଇନଷ୍ଟାଗ୍ରାମ ଏବଂ ଅନ୍ୟ ସବୁ ସୋସିଆଲ ମିଡିଆର ପାସୱାର୍ଡ ଏକାଭଳି ରଖନ୍ତି ତେବେ ହ୍ୟାକରମାନଙ୍କ ପାଇଁ ଅଧିକ ସୁବିଧା ହୋଇଯିବ  ଆକାଉଣ୍ଟକୁ ହ୍ୟାକ କରିବାକୁ । ସହଜରେ ମନେ ପଡୁଥିବା କିନ୍ତୁ  ଭିନ୍ନ ଭିନ୍ନ ପାସୱାର୍ଡ ଦିଅନ୍ତୁ ।   

#socialmedia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon