• Somyadeep Prasad

ଆଇଫା ଆୱାର୍ଡ ୨୦୧୮ : ଯେବେ ରେଖାଙ୍କ ନାଚ ଦେଖି ମୋହିତ ହେଲେ ଦର୍ଶକ


ଆଇଫା ଆୱାର୍ଡ 19ତମ ସମାରୋହ ଏହି ସପ୍ତାହରେ (୨୪ ଜୁନ) ବ୍ୟାଙ୍କକ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବଲିଉଡର ଅନେକ ନାମୀଦାମୀ କଳାକାରମାନେ ନିଜର ଦମଦାର ପରଫରମାନ୍ସ ଦେଖାଇଥିଲେ । ଏହି ଆୱାର୍ଡ ଶୋ'କୁ ହୋଷ୍ଟ କରିଥିଲେ ବଲିଉଡ ଚଳଚିତ୍ରର ନିର୍ମାତା କରନ ଜୋହର ଏବଂ ଅଭିନେତା ରିତେଶ ଦେଶମୁଖ।

ଏହି ମଞ୍ଚରେ ରଣବୀର କପୁର ରକଷ୍ଟାର ଅନ୍ଦାଜରେ ନଜର ଆସିଥିବାବେଳେ ଟିଭି କଳାକାର ମୋନି ରୟ ପ୍ରଥମଥର ପାଇଁ ଅଇଫା ପୁରସ୍କାର ସମାରୋହରେ ତାଙ୍କର ପରଫରମାନ୍ସ କରିଛନ୍ତି । ବିଦ୍ୟା ବାଲନଙ୍କ ଫିଲ୍ମ ‘ ତୁମହାରି ସୁଲୁ ଚଳିତ ବର୍ଷ ଅଇଫା ଆୱାର୍ଡ ଶୋ' ରେ ସବୁଠାରୁ ଅଧିକ ନୋମିନେଶନ କାଟେଗୋରୀରେ ଦେଖିବାକୁ ମିଳିଥିଲା ।

ଏହି ବର୍ଷ ବେଷ୍ଟ ସିଙ୍ଗରର ପୁରସ୍କାର ଅରିଜିତ ସିଂଙ୍କୁ ମିଳିଥିବାବେଳେ ସଂଗୀତ ନିର୍ଦେଶକ ପ୍ରୀତମଙ୍କୁ ବେଷ୍ଟ ବ୍ୟାକଗ୍ରାଉଣ୍ଡ ମୁଜିକର ପୁରସ୍କାର ମିଳିଛି । ଆକ୍ଟର ଇରଫାନ ଖାନଙ୍କୁ ବେଷ୍ଟ ଆକ୍ଟର ପୁରସ୍କାର ଏବଂ ବେଷ୍ଟ ସପର୍ଟିଙ୍ଗ ଆକ୍ଟର ପୁରସ୍କାର ନୱାଜୁଦ୍ଦିନ ସିଦ୍ଦକିଙ୍କୁ ମିଳିଛି।

ଆଇଫା ପକ୍ଷରୁ କରାଯାଇଥିବା ଏହି ପୁରସ୍କାର ସମାରୋହରେ ୨୦୧୮ ବର୍ଷ ଲାଗି ଶ୍ରୀଦେବୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀଭାବେ ଆଇଫା ଆଓ୍ଵାର୍ଡ ଦିଆଯାଇଛି। ସୁଚନା ଅନୁସାରେ ଫିଲ୍ମ ‘ମମ୍‌’ପାଇଁ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଏହି ଆଓ୍ଵାର୍ଡ଼ଟି ଦିଆଯାଇଥିବାବେଳେ,ଏହି ପୁରସ୍କାରକୁ ଗ୍ରହଣ କରିବାକୁ ପତି ବୋନି କପୁର ମଞ୍ଚ ଉପରକୁ ଆସିଥିଲେ ।

ଆଇଫା ମଞ୍ଚରେ ଏ ବର୍ଷ ଚହଳ ସୃଷ୍ଟି କରିଥିଲା ବଲିଉଡର ଏଭରଗ୍ରୀନ ନାୟିକା ରେଖାଙ୍କ ଡ୍ୟାନ୍ସ । ଜୀବନର ୬୩ ବର୍ଷ ବୟସରେ ପହଞ୍ଚିଥିବା ଅଭିନେତ୍ରୀ ରେଖା ଯେତେବେଳେ ନିଜ ଷ୍ଟାଇଲ୍ ଆଉ ମତୁୱାଲା ଡ୍ୟାନ୍ସ ପରଶିଦେଲେ, ଦେଖଣାହାରିଙ୍କ ହୋଶ ଉଡି ଯାଇଥିଲା । ପାଖାପାଖି ୨୦ ବର୍ଷ ପରେ ମଞ୍ଚକୁ ଓହ୍ଲାଇଛନ୍ତି ଏହି ଏଭରର୍ଗ୍ରୀନ ଅଭିନେତ୍ରୀ । ଆଉ ବଲିଉଡର ଏକ ସେ ଏକ ଲୋକପ୍ରିୟ ଗୀତରେ ନିଜ ଆକର୍ଷଣୀୟ ଡ୍ୟାନ୍ସ ପରିବେଷଣ କରିଥିଲେ । ଦେଖନ୍ତୁ ଏହି ଭିଡିଓ ..

#enertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon