• padmabati kund

ପୁରୁଷମାନେ କିପରି ପାଇବେ ଯୁବ ସୁଲଭ ତ୍ଵଚ୍ଚା


କେବଳ ମହିଳା ନୁହନ୍ତି ପୁରୁଷମାନେ ମଧ୍ୟ ନିଜ ବୟସ ଠାରୁ କମ ବୟସର ଦେଖାଯିବାକୁ ଚାହିଁଥାଆନ୍ତି। ସବୁ ସମୟରେ ଆକର୍ଷକ ଦେଖାଯିବା ପାଇଁ ତ୍ଵଚ୍ଚାର ଯତ୍ନ ମଧ୍ୟ ନେଇଥାଆନ୍ତି। ବର୍ତ୍ତମାନ ବଜାରରେ ଏପରି ବହୁ ପ୍ରଡ଼କ୍ଟ ମିଳୁଛି ଯାହାକି ଆପଣଙ୍କ ତ୍ଵଚ୍ଚାକୁ ଯୁବା ରଖିବାର ପ୍ରତିଶ୍ରୁତି ଦେଇଥାଏ ମାତ୍ର ଏହା କାମ କରିନଥାଏ। ପୁରୁଷମାନେ ଯଦି ନିଜ ଖାଦ୍ୟପେୟ, ଜୀବନଶୈଳୀରେ ପରିବର୍ତ୍ତନ ଆଣିଥାନ୍ତି ଓ ନିୟମିତ ଭାବରେ ବ୍ୟାୟାମ କରିନଥାନ୍ତି ତେବେ ଏପରି ସମସ୍ୟା ଦେଖାଯାଇଥାଏ।

ଜାଣି ରଖନ୍ତୁ କିଛି ସହଜ ଟିପ୍ସ ଯାହାଦ୍ୱାରା ଆପଣ ସବୁବେଳେ ଯୁବସୁଲଭ ଓ ଆକର୍ଷକ ତ୍ଵଚ୍ଚା ପାଇପାରିବେ।

୧. ସବୁକାମ ନିୟମିତ କରନ୍ତୁ: ପ୍ରଥମେ ଦୈନନ୍ଦିନର ପ୍ରତି କାର୍ଯ୍ୟ ପାଇଁ ଏକ ରୁଟିନ ପ୍ରସ୍ତୁତ କରନ୍ତୁ। ପ୍ରତ୍ୟକ କାମକୁ ରୁଟିନ ଅନୁସାରେ କରିବାକୁ ଚେଷ୍ଟା କରନ୍ତୁ। ଦିନସାରା ଯେତେ ବ୍ୟସ୍ତ ରୁହନ୍ତୁ ନା କାହିଁକି ଅତ୍ୟାବଶ୍ୟକ କାର୍ଯ୍ୟ କରିବାକୁ ଭୁଲନ୍ତୁ ନାହିଁ। ଯେପରି ମୁହଁକୁ ପ୍ରତିଦିନ ଦୁଇଥର ଧୁଅନ୍ତୁ। ଯେଉଁ ଫେସୱାସ ଆପଣ ବ୍ୟବହାର କରନ୍ତି ସେହି ଫେସୱାସରେ ସକାଳେ ଓ ଶୋଇବା ଆଗରୁ ଦୁଇଥର ଭଲସେ ମୁହଁ ଧୁଅନ୍ତୁ।ଏହାଦ୍ୱାରା ମୁହଁ ସଫା ରହିଥାଏ ଓ ଦାଗ ଦୂର ହୋଇଥାଏ।

୨.ସବୁଜ ପନିପରିବା ଓ ପାଣି : ନିଜ ବୟସ ଠାରୁ କମ ବୟସର ଦେଖାଯିବା ପାଇଁ ଆପଣଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ପଡିବ। ପାଳଗ ଶାଗ ଓ ଫଳ ଆପଣଙ୍କ ତ୍ଵଚ୍ଚାର ବୟସ କମ କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଖାଦ୍ୟରେ ସବୁଜ ପନିପରିବା ସହିତ ଅତିକମରେ ୮ ଗ୍ଳାସ ପାଣିପିଅନ୍ତୁ। ପାଣି ପିଇବା ଦ୍ଵାରା ଶରୀରରୁ ଜଳୀୟ ଅଂଶ କମ ହୋଇନଥାଏ ଓ ସତେଜ ଦେଖାଯାଇଥାନ୍ତି।

୩. ଶୋଇବା ଅବଧି ସମାନ ରଖନ୍ତୁ : ଯଦି ଆପଣ ସଂପୂର୍ଣ୍ଣ ଭାବରେ ନିଦ ପୂରଣ କରୁନାହାନ୍ତି ତେବେ ଆପଣ ବୟସ ଆଗରୁ ଅଧିକ ବୟସ୍କ ଲାଗିଥାନ୍ତି। ତେଣୁ ପ୍ରତିଦିନ ଅତିକମରେ ୮ଘଣ୍ଟା ଶୁଅନ୍ତୁ। ଶୋଇବା ଦ୍ଵାରା ଆପଣଙ୍କର ତ୍ଵଚ୍ଚାର କୋଶିକାକୁ ଆରମ ମିଳିଥାଏ ଓ ଆପଣ ଯୁବକ ପରି ଦେଖାଯାଇଥାନ୍ତି।

୪.ନିଶାଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ: ଯଦି ଆପଣ ଅଧିକ ବୟସ ପର୍ଯ୍ୟନ୍ତ ଯୁବକ ପରି ତ୍ଵଚ୍ଚା ଚାହାନ୍ତି ତେବେ ସମସ୍ତ ନିଶାଦ୍ରବ୍ୟ ଯଥା ସିଗାରେଟ,ମଦ ଇତ୍ୟାଦି ଠାରୁ ଦୂରେଇ ରୁହନ୍ତୁ। କାରଣ ଏଥିରେ ଥିବା ନିକୋଟିନ ଆପଣଙ୍କ ତ୍ଵଚ୍ଚାକୁ କ୍ଷତି ପହଞ୍ଚାଇଥାଏ।

୫.ସୂର୍ଯ୍ୟ କିରଣ ଠାରୁ ଦୂରେଇ ରୁହନ୍ତୁ: ଖରାରେ ଅଧିକ ସମୟ ବାହାରେ ରୁହନ୍ତୁ ନାହିଁ। ଖରାରେ ବାହାରିବା ଆଗରୁ ସନସ୍କ୍ରିନର ବ୍ୟବହାର କରନ୍ତୁ।

#lifestyle #mensfashion #skincare

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon