• Deepti Moyee mohanty

ବନ ବିଭାଗରେ ହେବ 45 ମ୍ୟାନେଜର ନିଯୁକ୍ତି


ଓଡିଶା ବନ ଉନ୍ନୟନ ନିଗମ ଲିମିଟେଡ଼ ତରଫରୁ ଆସିଷ୍ଟାଣ୍ଟ ମ୍ୟାନେଜର ଓ ଜୁନିୟର ମ୍ୟାନେଜର ପଦବୀରେ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଛି। ନିଯୁକ୍ତି ନିମନ୍ତେ ଆବେଦନର ଶେଷ ତାରିଖ ୩୧ଜୁଲାଇ ୨୦୧୮ ରହିଥିବାବେଳେ ପ୍ରକାଶିତ ବିଜ୍ଞାପନ ଅନୁସାରେ ମୋଟ ୪୫ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆବେଦନ ତାରିଖ

ଓଡିଶା ବନ ଉନ୍ନୟନ ନିଗମ ଲି ତରଫରୁ ଆସିଷ୍ଟାଣ୍ଟ ମ୍ୟାନେଜର ଓ ଜୁନିୟର ମ୍ୟାନେଜର ପଦବୀ ପୂରଣ ନିମନ୍ତେ ଆବେଦନ ତାରିଖ ୩୦ଜୁନ୨୦୧୮ରୁ ଆରମ୍ଭ ହୋଇ ୩୧ଜୁଲାଇ୨୦୧୮ ରେ ଶେଷ ହେବ।

ପୋଷ୍ଟ ସଂଖ୍ୟା

ଓଡିଶା ବନ ଉନ୍ନୟନ ନିଗମ ଲି ତରଫରୁ ଆସିଷ୍ଟାଣ୍ଟ ମ୍ୟାନେଜର ଓ ଜୁନିୟର ମ୍ୟାନେଜର ନିମନ୍ତେ ୱେବସାଇଟ ଅନୁସାରେ ମୋଟ ୨୬ଟି ପଦବୀ ମଧ୍ୟରୁ ଆସିଷ୍ଟାଣ୍ଟ ମ୍ୟାନେଜର ପୋଷ୍ଟ ନିମନ୍ତେ ୧୦ଟି ଓ ଜୁନିୟର ମ୍ୟାନେଜର ପୋଷ୍ଟ ନିମନ୍ତେ ୧୬ଟି ପଦବୀ ଖାଲିରହିଥିବା ବେଳେ ସମ୍ବାଦପତ୍ର “ସମାଜ” ଅନୁସାରେ ଆସିଷ୍ଟାଣ୍ଟ ମ୍ୟାନେଜର ପୋଷ୍ଟ ନିମନ୍ତେ ୧୪ଟି ପଦବୀ ପାଇଁ ସାଧାରଣ ବର୍ଗଙ୍କ ନିମନ୍ତେ ମୋଟ ୭ଟି ପଦବୀ ଖାଲିଥିବା ବେଳେ ଏସ.ସି.ବି.ସି ବର୍ଗଙ୍କ ନିମନ୍ତେ ୩ଟି ଓ ଏସ.ସିଙ୍କ ନିମନ୍ତେ ସର୍ବ ମୋଟ ୪ଟି ଖାଲି ପଦବୀ ରହିଛି। ସେହିପରି ଜୁନିୟର ମ୍ୟାନେଜର ପୋଷ୍ଟ ନିମନ୍ତେ ୩୧ଟି ପଦବୀ ପାଇଁ ସାଧାରଣ ବର୍ଗଙ୍କ ନିମନ୍ତେ ମୋଟ ୧୭ଟି ପଦବୀ ଖାଲିଥିବା ବେଳେ ଏସ.ସି.ବି.ସି ବର୍ଗଙ୍କ ନିମନ୍ତେ ୫ଟି ଓ ଏସ.ସିଙ୍କ ନିମନ୍ତେ ସର୍ବ ମୋଟ ୮ଟି ଓ ଏସ.ଟି ଙ୍କ ନିମନ୍ତେ ୧ଟି ଖାଲି ପଦବୀ ରହିଛି।

ଚୟନ ପ୍ରକ୍ରିୟ

ଉକ୍ତ ଆସିଷ୍ଟାଣ୍ଟ ମ୍ୟାନେଜର ଓ ଜୁନିୟର ମ୍ୟାନେଜର ପଦବୀ ପୂରଣ ନିମନ୍ତେ ଲିଖିତ,ସ୍ୱାସ୍ଥ୍ୟ ପରୀକ୍ଷା,ଶାରୀରିକ ପରୀକ୍ଷା ଓ ସାକ୍ଷାତ୍କାର ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।

ଦରମା

ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ନିମନ୍ତେ ଦରମା ୯୩୦୦-୩୪୮୦୦/-+୪୬୦୦/- ଗ୍ରେଡପେ ଧାର୍ଯ୍ୟ କରାଯାଇଛି।

ଜୁନିୟର ମ୍ୟାନେଜର ପଦବୀ ନିମନ୍ତେ ଦରମା ୯୩୦୦-୩୪୮୦୦/-+୪୨୦୦/- ଗ୍ରେଡପେ ଧାର୍ଯ୍ୟ କରାଯାଇଛି।

ବୟସ ସୀମା

ଆସିଷ୍ଟାଣ୍ଟ ମ୍ୟାନେଜର ଓ ଜୁନିୟର ମ୍ୟାନେଜର ପଦବୀରେ ନିଯୁକ୍ତି ନିମନ୍ତେ ବୟସ ସୀମା ୨୧ରୁ ଉର୍ଦ୍ଧ ହୋଇଥିବା ବେଳେ ଏସ.ସି/ଏସ.ଟିଙ୍କ ନିମନ୍ତେ ୧ଜୁଲାଇ୨୦୧୮ ସୁଦ୍ଧା ୩୭ ବର୍ଷ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ପୋଷ୍ଟ ଗ୍ରାଜୁଏଟ/ବି.ଏସସି. ଫରେଷ୍ଟ୍ରି/ଏଗ୍ରିକଲ୍ଚର/ଏଗ୍ରିକଲ୍ଚର ଇଞ୍ଜିନିୟରିଂରେ ୬୦% ମାର୍କ ରଖିଥିବା ଆବଶ୍ୟକ।

ଜୁନିୟର ମ୍ୟାନେଜର ପଦବୀ ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ବି.ଏସସି. ଆବା ବି.ଏସସି. ଫରେଷ୍ଟ୍ରି/ଏଗ୍ରିକଲ୍ଚର/ଏଗ୍ରିକଲ୍ଚର ଇଞ୍ଜିନିୟରିଂରେ ୫୦% ମାର୍କ ରଖିଥିବା ଆବଶ୍ୟକ।

ପରୀକ୍ଷା ଫି

ପରୀକ୍ଷା ନିମନ୍ତେ ପରୀକ୍ଷା ଫି ୧୦୦୦ଟଙ୍କା ବ୍ୟାଙ୍କ ଡ୍ରାଫ୍ଟ ଦ୍ଵାରା ମ୍ୟାନେଜିଂ ଡାଇରେକ୍ଟର,ଓଏଫଡିସି ଲିମିଟେଡ ଫେବରରେ ଜମା କରାଯିବାନେଇ ବିଜ୍ଞପ୍ତିରେ ସୂଚନାପାଇଛି।

ଅଧିକ ସୂଚନା ପାଇଁ ଓଡିଶା ବନ ଉନ୍ନୟନ ନିଗମ ଲି ର ଅଫିସିଆଲ ୱେବ ସାଇଟ www.odishafdc.com ରେ ଲଗଇନ କରନ୍ତୁ।

#govtjobs #Career #jobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon