• padmabati kund

ଜେଲରୁ ହେଲିକପ୍ଟରରେ କଏଦୀ ହେଲେ ଫେରାର


ଏକ ଜେଲର ଅଗଣା, ହେଲିକପ୍ଟର, ଧୂଆଁ ବମ ଓ ଏହାପରେ ଫେରାର ହେଲେ ଗାଙ୍ଗଷ୍ଟାର। ଏହା କୌଣସି ହଲିଉଡ ଆକ୍ସନ ଚଳଚ୍ଚିତ୍ରର କାହାଣୀ ନୁହେଁ ବରଂ ସତ ଘଟଣା । ରବିବାର ଦିନ ଏପରି ଏକ ଘଟଣା ଘଟିଛି ଫ୍ରାନ୍ସରେ।

ଉକ୍ତ ଦେଶର ଜଣେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ରୋଡୋଇନ ଫେଡ ନିଜ ସାଥୀ ମାନଙ୍କ ସହାୟତାରେ ଜେଲ ପରିସର ମଧ୍ୟରୁ ହେଲିକପ୍ଟର ଯୋଗେ ଫେରାର ହୋଇଯାଇଛନ୍ତି।

ଗତ 2010 ମସିହାରୁ ରୋଡୋଇନ ପ୍ୟାରିସ ଉପକଣ୍ଠର ଏକ ଜେଲରେ ବନ୍ଦୀ ଭାବରେ ଥିଲେ। ଗତ ରବିବାର (ଜୁନ1) ଦିନ ସକାଳେ ରୋଡୋଇନ ଅତିଥି କକ୍ଷରେ ତାଙ୍କ ଭାଇଙ୍କ ସହିତ କଥା ହେଉଥିବା ବେଳେ,ସକାଳ ପ୍ରାୟ 11.15ମିନିଟ ସମୟରେ ଜେଲ ଅଗଣା ମଧ୍ୟରେ ଏକ ହେଲିକପ୍ଟର ଅବତରଣ କରିଥିଲା।

ଧୂଆଁ ବମ

ଏହି ହେଲିକପ୍ଟର ମଧ୍ୟରୁ ଦୁଇଜଣ ଅସ୍ତ୍ରଶସ୍ତ୍ର ସହିତ ତଳକୁ ଆସିଥିଲେ। ଅନ୍ୟଜଣେ ସହଯୋଗୀ ହେଲିକପ୍ଟରରେ ପାଇଲଟକୁ ବନ୍ଧୁକ ମୁନରେ ରଖିଥିଲା। ଏହାପରେ ଧୂଆଁ ବମର ପ୍ରୟୋଗ କରି ସେମାନେ ରୋଡୋଇନଙ୍କୁ ଜେଲରୁ ଖସାଇ ନେଇ ଯାଇଥିଲେ।

ଏହି ଘଟଣା ପରେ ରୋଡୋଇନଙ୍କୁ ଭେଟିବାକୁ ଆସିଥିବା ତାଙ୍କ ଭାଇଙ୍କୁ ଜେଲରେ ଅଟକ ରଖାଯାଇଛି।

ଜେଲରୁ ଫେରାର ହେବା ପରେ ଉକ୍ତ ସ୍ଥାନରୁ ଅଳ୍ପ ଦୂରତାରେ ହେଲିକପ୍ଟର ଓ ଏକ କାରକୁ

ଜଳିଯାଇଥିବା ଅବସ୍ଥାରେ ଠାବ କରା ଯାଇଛି ଓ ଏହାର ପାଇଲଟଙ୍କୁ ପଚରାଉଚୁରା ପରେ ଛାଡି ଦିଆଯାଇଛି ।

ରୋଡୋଇନ ଗତ 2010 ମସିହାରେ କରିଥିବା ଏକ ଡକାୟତି ପାଇଁ 25ବର୍ଷ ଜେଲ ଦଣ୍ଡ ଭୋଗୁଥିଲେ। ଏହି ଡକାୟତିରେ ଜଣେ ପୋଲିସଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

ଏହି କୁଖ୍ୟାତ ଅପରାଧୀ ରୋଡୋଇନ କୁହନ୍ତି ଯେ ତାଙ୍କ ଅପରାଧୀ ଜୀବନ ହଲିଉଡ ଫିଲ୍ମ “ସ୍କାରଫେସ”ରୁ ପ୍ରେରଣା ପାଇଛି।

ଫ୍ରାନ୍ସର ଆଇନ ମନ୍ତ୍ରୀ ନିକୋଲେ ବିଲୋବେଟ ରବିବାର ଦିନ ସନ୍ଧ୍ୟାରେ ଉକ୍ତ ସ୍ଥାନ ପରିଦର୍ଶନ ପାଇଁ ଆସିଥିଲେ। ସେ କହିଛନ୍ତି ଯେ ଏହା ବୋଧହୁଏ ବହୁ ପୂର୍ବରୁ ଯୋଜନା କରାଯାଇ ହୋଇଛି।

ଏହା ପ୍ରଥମ ଥର ପାଇଁ ନୁହେଁ ପୂର୍ବରୁ ମଧ୍ୟ ରୋଡୋଇନ ଫେଡ ଜେଲରୁ ଖସିଯାଇଛନ୍ତି। 2013 ମସିହାରେ ସେ ଗ୍ରାନାଇଟର ବ୍ୟବହାର କରି ଜେଲରୁ ଖସିବାରେ ସଫଳ ହୋଇଥିଲେ। ଏହି ଘଟଣାର 6ମାସ ପରେ ପୋଲିସ ଏକ ହୋଟେଲରୁ ରୋଡୋଇନକୁ ଗିରଫ କରିଥିଲା।

#crime #gangstar

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon