• padmabati kund

ସନ୍ନି ଲିଓନିଙ୍କ କାହାଣୀ ଆସିବ Zee5 ଆପରେ


ପର୍ଣ୍ଣ ଷ୍ଟାରରୁ ବଲିଉଡ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିବା ବିବାଦୀୟ ଅଭିନେତ୍ରୀ ସନ୍ନି ଲିଓନିଙ୍କୁ କିଏ ବା ନଜାଣେ। ବଲିଉଡ ସିନେମା ଜଗତରେ ସେ ଖୁବ ଜଣାଶୁଣା। ବର୍ତ୍ତମାନ ସନ୍ନି ଲିଓନି ନିଜର ବାୟୋପିକ (ଜୀବନ କାହାଣୀ) ସହିତ ପରଦା ଉପରକୁ ଫେରୁଛନ୍ତି। ଏହି ବାୟୋପିକ ୱେବ ସିରିଜର ନାମ ରହିଛି “କରଣଜୀତ କୌର : ଦ ଅନଟୋଲ୍ଡ ଷ୍ଟୋରୀ ଅଫ ସନ୍ନି ଲିଓନି”।

କାନାଡା ଦେଶର ଏକ ପଞ୍ଜାବୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ସନ୍ନିଙ୍କ ଅସଲ ନାମ କରଣଜିତ କୌର। ଆମେରିକାରେ ପର୍ଣ୍ଣ (ପ୍ରାପ୍ତ ବୟସ୍କ) ଚଳଚ୍ଚିତ୍ରରେ କାମ କରିବା ପରେ ତାଙ୍କ ନାମ ବଦଳେଇ ସନ୍ନି ଲିଓନି ରଖିଥିଲେ ।

ଏହି ୱେବ ସିରିଜର ଟିଜର ଗତ ଶନିବାର(ଜୁନ30)ରେ ସନ୍ନି ନିଜ ଟ୍ଵିଟର ଆକାଉଣ୍ଟ ରିଲିଜ କରିଛନ୍ତି। ଏହି ଟିଜରକୁ ରିଲିଜ କରି ସେ ଲେଖିଛନ୍ତି ଯେ, “ମୋ ଜୀବନ ଖୁବ ଶୀଘ୍ର ଖୋଲା ବହି ହେବ।“ଏହି ଟିଜରକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ଜୋରସୋରରେ ଚର୍ଚ୍ଚା ଧରିଛି।

ମାତ୍ର 38 ସେକେଣ୍ଡର ଏହି ଟିଜରରେ ସନ୍ନି ଲିଓନିଙ୍କର ଆମେରିକାର ପର୍ଣ୍ଣ ଇଣ୍ଡଷ୍ଟ୍ରୀଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଯାତ୍ରାକୁ ଦର୍ଶାଯାଇଛି। ଏଥିରେ ସନ୍ନିଙ୍କ ଜୀବନର ଦୁଇଟି ଅଂଶକୁ ଦେଖିବାକୁ ମିଳିଛି। ଏହି ସିରିଜରେ ସନ୍ନି ଲିଓନିଙ୍କ ଜୀବନର ବହୁତ ରହସ୍ୟ ଉପରୁ ପରଦା ଉଠିବ ଏବଂ ସେ କରିଥିବା ସଂଘର୍ଷକୁ ମଧ୍ୟ ଚିତ୍ରିତ କରାଯାଇଛି। ସନ୍ନି ଲିଓନିଙ୍କ ଏହି ବାୟୋପିକ ଆସନ୍ତା ଜୁଲାଇ 16 ତାରିଖରେ ZEE5 (ଜି5) ଆପରେ ରିଲିଜ ହେବ।

ସନ୍ନି ଲିଓନି ବଲିଉଡକୁ ଆସିବା ଆଗରୁ ଆଡଲ୍ଟ ଫିଲ୍ମରେ କାମ କରୁଥିଲେ। 2011 ମସିହାରେ ରିଆଲିଟି ଶୋ “ବିଗବସ-5” ମାଧ୍ୟମରେ ଭାରତକୁ ଆସିଥିଲେ। ଏହା ପରଠାରୁ ସେ ଲୋକଲୋଚନକୁ ଆସିଥିଲେ। ଏହି ଶୋ’ ରେ ଥିବା ସମୟରେ ହିଁ ମହେଶ ଭଟ୍ଟ ତାଙ୍କୁ “ଜିସ୍ମ-2” ଅଫର କରିଥିଲେ। ଏହା ବ୍ୟତୀତ ସେ ଏକତା କପୁରଙ୍କ “ରାଗିଣୀ ଏମ.ଏମ.ଏସ -2” ମଧ୍ୟ ଅଭିନୟ କରିଛନ୍ତି, ଯାହାକି ବହୁତ ଲୋକପ୍ରିୟ ହୋଇଥିଲା।

ଏମଟିଭିରେ ପ୍ରସାରିତ ରିୟାଲିଟି ଶୋ “ସ୍ପ୍ଲିଟସ ଭିଲ୍ଲା” ରେ ମଧ୍ୟ ଉପସ୍ଥାପନା କରିଛନ୍ତି.

2011 ମସିହାରେ ସେ ଡାନିଏଲ ୱେବରଙ୍କୁ ବିବାହ କରିଥିଲେ ଓ ସରୋଗାସୀ ମାଧ୍ୟମରେ ତାଙ୍କର ଯାଅଁଳା ପିଲା ମଧ୍ୟ ଅଛନ୍ତି। ମହାରାଷ୍ଟ୍ରର ଲାତୁରରୁ ଏକ ଝିଅକୁ ମଧ୍ୟ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି।

#entertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon