• padmabati kund

କେବଳ 10 ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ରହିବ


ମୋବାଇଲ ନମ୍ବର ବ୍ୟବହାରକାରୀଙ୍କ ନମ୍ବର ବଦଳିବାକୁ ନେଇ ବହୁ ଭୁଲ ତଥ୍ୟ ଗଣମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି। ବହୁତ ଲୋକପ୍ରିୟ ଗଣମାଧ୍ୟମ ଗୁଡିକ ଖବର ପ୍ରସାରିତ କରିଛନ୍ତି ଯେ ଜୁଲାଇ ମାସଠାରୁ ମୋବାଇଲ ସିମ କିଣୁଥିବା ଗ୍ରାହକମାନଙ୍କୁ ଏଣିକି 13 ଅଙ୍କ ବିଶିଷ୍ଟ ନମ୍ବର ମିଳିବ । ହେଲେ ବାସ୍ତବରେ ଏହା ଏକ ଭୁଲ ତଥ୍ୟ ।

ଭାରତ ସରକାରଙ୍କ ଟେଲିକମ ବିଭାଗ ପକ୍ଷରୁ କୁହାଯାଇଛି ଯେ ମୋବାଇଲରେ ସିମ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ନମ୍ବରରେ କୌଣସି ପରିବର୍ତ୍ତନ ହେବ ନାହିଁ। ମୋବାଇଲ ନମ୍ବର ଗୁଡିକ 10 ଅଙ୍କ ବିଶିଷ୍ଟ ହିଁ ରହିବ।

ଅସଲ କଥା ହେଉଛି , ଏଣିକି କେବଳ ସେହି ସିମ ଗୁଡିକର ନମ୍ବର 13 ଅଙ୍କ ବିଶିଷ୍ଟ ରହିବ, ଯାହାର ବ୍ୟବହାର କୌଣସି ମୋବାଇଲ ଫୋନରେ ନ ହେଇ , କେବଳ ମେସିନମାନଙ୍କରେ ହେବ । ମୋବାଇଲ ଫୋନ ବ୍ୟତୀତ ଏଟିଏମ କାର୍ଡ ସ୍ଵାଇପ ମେସିନ, ଇଲେକ୍ଟ୍ରି ମିଟର ପ୍ରଭୃତିରେ ମଧ୍ୟ ସିମ କାର୍ଡ ବ୍ୟବହୃତ ହେଇଥାଏ । ଏହାକୁ ମେସିନ ଟୁ ମେସିନ (m2m) ସଂଯୋଗ କହିଥାନ୍ତି ।

ଭାରତ ସରକାରଙ୍କ ଟେଲି କମୁନିକେଶନ ଡିପାର୍ଟମେଣ୍ଟ ତରଫରୁ ଫେବୃଆରୀ ମାସରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ମେଶିନ ରୁ ମେଶିନ ବା ଏମ.ଟୁ.ଏମ (m2m) ନମ୍ବରରେ ପରିବର୍ତ୍ତନ କରାଯିବ। ଏହି ନିୟମ ଆଜି ଜୁଲାଇ ପହିଲାରୁ ଲାଗୁ ହେଇ ସାରିଛି ।

ଏନେଇ ପୂର୍ବରୁ ଫେବୃଆରୀ ମାସରେ ଡିପାର୍ଟମେଣ୍ଟ ଅଫ ଟେଲିକମୁନିକେଶନ ତରଫରୁ ଏକ ଟ୍ଵିଟ କରଯାଇଥିଲା ।ସେ ସମୟରେ ମଧ୍ୟ ବିଭିନ୍ନ ଗଣମାଧ୍ୟମ ତରଫରୁ ଏ ସମ୍ପର୍କରେ ଭୁଲ ତଥ୍ୟ ପ୍ରକାଶ ପାଇଥିଲା।

ତେଣୁ ମୋବାଇଲ ଉପଭୋକ୍ତା ମାନେ ବ୍ୟତିବ୍ୟସ୍ତ ହେବାର କିଛି କାରଣ ନାହିଁ କିମ୍ବା ଏଥିଲାଗି ସିମକୁ କୌଣସି ଅପଡେଟ କରିବାର ଆବଶ୍ୟକତା ନାହିଁ। କିମ୍ବା ନୂଆ ସିମ କିଣୁଥିବା ଗ୍ରାହକ ମାନଙ୍କୁ କୌଣସି 13 ଅଙ୍କ ବିଶିଷ୍ଟ ନମ୍ବର ନୁହେଁ, 10 ଅଙ୍କ ବିଶିଷ୍ଟ ନମ୍ବର ହିଁ ମିଳିବ।

#mobile #number

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon