• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ:କେଉଁ ରାଶିର ହେବ ନୂଆ ସମ୍ପର୍କ


ମେଷ: ସପ୍ତାହସାରା ଆପଣ ବ୍ୟସ୍ତ ରହିବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ଅଛି। ଅଧିକ ଆତ୍ମବିଶ୍ଵାସୀ ହୁଅନ୍ତୁ ନାହିଁ, ସମସ୍ୟାରେ ପଡ଼ିପାରନ୍ତି। ଛାତ୍ରଛାତ୍ରୀମାନଙ୍କ ପାଇଁ ସପ୍ତାହଟି ଭଲରେ କଟିବ ଓ ପରିଶ୍ରମର ସୁଫଳ ପାଇବେ।

ବୃଷ: ଦୁରସ୍ଥାନକୁ ଯାତ୍ରା କରିବେ ଓ ସୁଫଳ ପାଇବେ। ନୂତନ ସମ୍ପର୍କ ଗଢି ଉଠିବ ଯାହାକି ଆପଣଙ୍କ ପାଇଁ ଭବିଷ୍ୟତରେ ଲାଭଦାୟକ ହେବ। ପରିବାର ମଧ୍ୟରେ ସୁଖଶାନ୍ତି ଭରିଯିବ। କର୍ମକ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ଧୈର୍ଯ୍ୟର ସହ କାମ କରନ୍ତୁ। ପିତାଙ୍କ ସ୍ଵାସ୍ଥ୍ୟରେ ଅବନତି ଦେଖାଦେଇପାରେ।

ମିଥୁନ: କୌଣସି କଥା ପାଇଁ ମନଦୁଃଖ ରହିବ। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଯଦି କୌଣସି କାମରେ ଅର୍ଥ ବ୍ୟୟ କରିବାକୁ ଚାହୁଞ୍ଛନ୍ତି ତେବେ ଅର୍ଥ ବ୍ୟୟ କରିବା ଆଗରୁ ଧୈର୍ଯ୍ୟର ସହ ଭାବନ୍ତୁ। ଛାତ୍ରଛାତ୍ରୀମାନେ ପାଠ ପଢାରେ ମନ ଦିଅନ୍ତୁ।

କର୍କଟ: ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ଆପଣ ସୂଚାରୁରୂପେ ତୁଲାଇବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ଯାନବାହାନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟୟରେ ବୃଦ୍ଧି ଘଟିବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।

ସିଂହ: ଶତ୍ରୁ ବୃଦ୍ଧି ପାଇବେ। ମାଲିମକୋଦ୍ଦମା କ୍ଷେତ୍ରରେ ବିଜୟ ପାଇବେ। ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ସଫଳ ହେବେ। ମାନସିକ ଶାନ୍ତି ବଜାୟ ରହିବ ଓ ଦାନଧର୍ମ କରିପାରନ୍ତି। ସନ୍ତାନମାନଙ୍କ ପାଇଁ ଗର୍ବ ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି।

କନ୍ୟା: ଅର୍ଥଉପାର୍ଜନରେ ବୃଦ୍ଧି ଘଟିବ। ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବେ। ବନ୍ଧୁ ମାନଙ୍କ ସହ ଭଲ ସମୟ ବିତାଇବେ। କର୍ମକ୍ଷେତ୍ରରେ ସିନିୟରଙ୍କ ସହିତ ଝଗଡା ହୋଇପାରେ। ଭାଇଭଉଣୀ ସହଯୋଗର ହାତ ବଢାଇବେ।

ତୁଳା: କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ ଯାହା ଆପଣଙ୍କ ଜୀବନ ଉପରେ ସକରାତ୍ମକ ପ୍ରଭାବ ପକାଇବ। ଆୟ  ବୃଦ୍ଧି ଘଟିବ ଓ ବ୍ୟୟ ମଧ୍ୟ ବୃଦ୍ଧି ଘଟିବ। ଅଯଥା ଯୁକ୍ତିତର୍କରେ ପଶନ୍ତୁ ନାହିଁ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁପଡିବ। ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ।

ବିଛା: ସୁସମ୍ବାଦ ପ୍ରାପ୍ତି ହେବ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ପରିବାର ଲୋକଙ୍କ ସହିତ ସମୟ ବିତାନ୍ତୁ। ସଚେତନ ହୋଇ କାମ କରନ୍ତୁ କାରଣ ଗୋଟିଏ ଛୋଟିଆ ଭୁଲ ଅସୁବିଧାରେ ପକାଇପାରେ। ଶତ୍ରୁକୁଜୟ କରିବେ।

ଧନୁ: ଭାଇଭଉଣୀ ଆପଣଙ୍କୁ ସମସ୍ତ କଠିନ ପରିସ୍ଥିତିରେ ସାହାଯ୍ୟ କରିବେ। ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି। ଆୟ ଓ ବ୍ୟୟ ସମାନ ରହିବ। ପାରିବାରିକ ଜୀବନ ଭଲ ରହିବ। ଶାରୀରିକ କ୍ଷତି ପହଞ୍ଚିପାରେ। ଅଫିସ କାମରେ ସାମାନ୍ୟ କଷ୍ଟ ଦେଖାଦେଇପାରେ। ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିବେ।

ମକର: ଯେତେ ବାଧାବିଘ୍ନ ଆସିଲେ ବି ସବୁ ପରିସ୍ଥିତିକୁ ସାହସର ସହିତ ସାମ୍ନା କରିବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆୟରେ ବୃଦ୍ଧି ଘଟିବ। ଜମିବାଡି କିଣି ପାରନ୍ତି। ଶାରୀରିକ ଅବନତି ଦେଖାଦେବ।

କୁମ୍ଭ: ଯାନବାହାନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ ସାମାନ୍ୟ ଯୁକ୍ତିତର୍କ ହୋଇପାରେ। ଚାକିରୀ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ।

ମୀନ: ଧାର୍ମିକ କାର୍ଯ୍ୟରେ ମନ ବଳାଇବେ ଓ ସମାଜରେ ସମ୍ମାନ ବୃଦ୍ଧି ପାଇବ। ଅଭିଭାବକଙ୍କ ସହିତ ଯୁକ୍ତି କରନ୍ତୁ ନାହିଁ, ତାଙ୍କ କଥାକୁ ସମ୍ମାନ ଦିଅନ୍ତୁ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଆଶାକରୁଥିବା ଦିଗରୁ ଅର୍ଥ ପାଇବେ। ଛାତ୍ରଛାତ୍ରୀମାନେ ପଢାରେ ମନ ଦିଅନ୍ତୁ।    

#astrology #horoscope #weekly

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon