• padmabati kund

ଟେଷ୍ଟ କ୍ରିକେଟକୁ ଆକର୍ଷିତ କରିବା ପାଇଁ ବଦଳିଲା ପଏଣ୍ଟ ତାଲିକା


ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ତରଫରୁ ଗତ ସପ୍ତାହରେ ଡବଲିନରେ ହୋଇଥିବା ବାର୍ଷିକ ସମ୍ମିଳନୀରେ ଟେଷ୍ଟ ମ୍ୟାଚ ପଏଣ୍ଟ ପଦ୍ଧତିକୁ ନେଇ କ୍ରିକେଟ କମିଟି ତରଫରୁ ଏକ ନୁତନ ନିୟମ ପ୍ରସ୍ତାବିତ କରାଯାଇଛି।

ଟେଷ୍ଟ ମ୍ୟାଚକୁ ଅଧିକ ଆକର୍ଷିତ କରିବା ପାଇଁ ଓ ଅଧିକ ସଂଖ୍ୟାରେ ହେଉଥିବା ଡ୍ର ମ୍ୟାଚକୁ କମାଇବା ପାଇଁ ନୂଆ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ପଦ୍ଧତି ପ୍ରଚଳନ ହେବ। ଆସନ୍ତା ୱାର୍ଲ୍ଡକପ-2019 ପରେ ହେବାକୁ ଥିବା ଟେଷ୍ଟ ଚମ୍ପିୟନଶିପରେ ଏହା ଲାଗୁ କରାଯିବ।

ଏହି ପ୍ରସ୍ତାବିତ ନୂତନ ପଏଣ୍ଟ ପଦ୍ଧତି ଅନୁସାରେ ପ୍ରତ୍ୟେକ ଟିମ ପ୍ରତି ସିରିଜରେ ସର୍ବାଧିକ 120 ପଏଣ୍ଟ ପାଇପାରିବେ ଓ ଗୋଟେ ବର୍ଷ ମଧ୍ୟରେ ମୋଟ ସର୍ବାଧିକ 6ଟି ସିରିଜ ଖେଳି 720ପଏଣ୍ଟ ପାଇବାର ସୁଯୋଗ ପାଇବେ।

ଏଥିରେ ଜିତିବା ଟିମକୁ ଡ୍ର କିମ୍ବା ଟାଇ ମ୍ୟାଚ ଅପେକ୍ଷା ଅଧିକ ପଏଣ୍ଟ ମିଳିବ। ଟାଇ ମ୍ୟାଚରେ ଦୁଇଟି ଟିମକୁ ସମାନ ସମାନ ପଏଣ୍ଟ ମିଳିବ ଓ ମ୍ୟାଚ ଡ୍ର କଲେ ମୋଟ ପଏଣ୍ଟର ଏକ ତୃତୀୟାଂଶ ପଏଣ୍ଟ ମିଳିବ।

ଉଦାହରଣ ସ୍ୱରୂପ ଯଦି ଗୋଟିଏ ସିରିଜରେ ଦୁଇଟି ମ୍ୟାଚ ଖେଳଯାଏ ତେବେ ଗୋଟିଏ ମ୍ୟାଚରେ ଯଦି ଟିମ ଜିତିବ ତେବେ 60 ପଏଣ୍ଟ ମିଳିବ, ମ୍ୟାଚ ଟାଇ ହେଲେ 30 ପଏଣ୍ଟ ଉଭୟ ଟିମକୁ ମିଳିବ ଓ ମ୍ୟାଚ ଡ୍ର କଲେ 20 ପଏଣ୍ଟ ମିଳିବ।

ସାଧାରଣତଃ ଟେଷ୍ଟମ୍ୟାଚ ଖେଳୁଥିବା ପ୍ରତ୍ୟେକ ଟିମ ଅନ୍ୟ ଟିମ ପରି ସମାନ ସଂଖ୍ୟକ ଟେଷ୍ଟ ମ୍ୟାଚ ଖେଳିପାରିନଥାନ୍ତି ତେଣୁ ଏହି ନୂତନ ନିୟମ ଅନୁସାରେ ପ୍ରତ୍ୟେକ ଟିମ ଗୋଟିଏ ବର୍ଷ ମଧ୍ୟରେ  ନିଜ ଦେଶରେ 3ଟି ଓ ଅନ୍ୟ ଦେଶରେ 3ଟି ମ୍ୟାଚ ଖେଳିବେ।

ଏହାଦ୍ଵାରା ଟିମ ମାନଙ୍କ ମଧ୍ୟରେ ଟେଷ୍ଟ ମ୍ୟାଚକୁ ଡ୍ର କରିବା ଅପେକ୍ଷା, ମ୍ୟାଚକୁ ଜିତିବାର ଇଚ୍ଛା ଅଧିକ ରହିବ ଓ ଦର୍ଶକମାନଙ୍କ ମଧ୍ୟରେ ଏହା ଅଧିକ ଲୋକପ୍ରିୟ ହୋଇପାରିବ।

ବର୍ତ୍ତମାନ ଭାରତ ଏହି ଟେଷ୍ଟ ରାଙ୍କିଙ୍ଗରେ 3634 ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଛି ଓ 3589 ପଏଣ୍ଟ ସହିତ ସାଉଥ ଆଫ୍ରିକା ଦ୍ଵିତୀୟ ସ୍ଥାନରେ ରହିଛି।  

#cricket #testpoints

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon