• padmabati kund

ଟ.10,000ରୁ କମରେ ଲଞ୍ଚ ହେବ ଏହି ମୋଟୋରଲା ଫୋନ


ମୋଟୋରଲା ତରଫରୁ ଏହାର ନୂଆ ସ୍ମାର୍ଟଫୋନ ମୋଟୋ ଇ 5ପ୍ଲସ (moto E5 plus) ଜୁଲାଇ 10 ତାରିଖ (ଆସନ୍ତା ମଙ୍ଗଳବାର)ରେ ଭାରତରେ ଲଞ୍ଚ ହେବାକୁ ଯାଉଛି। ଉତ୍ତମ ଡିସପ୍ଲେ ଓ ବ୍ୟାଟେରୀ ଥିବା ଏହି ମୋବାଇଲର ମୂଲ୍ୟ ପାଖାପାଖି ଟ.10,000 ମଧ୍ୟରେ ରହିବ ବୋଲି ଅନୁମାନ କରାଯାଉଛି ।

ପୂର୍ବରୁ ମୋଟୋ ଜି୬ ପ୍ଲେ (ଜି6 play) ଓ ଜି୬ ଭାରତରେ ଲଞ୍ଚ ହୋଇସାରିଛି। ଏବେ ମୋଟୋ ଇ5 ରେଞ୍ଜକୁ ଭାରତରେ ଲଞ୍ଚ କରିବାକୁ ଯାଉଛି। ଏହି ଫୋନ ଗ୍ରାହକ ମାନଙ୍କ ପାଇଁ କେବଳ ଆମାଜନରେ ହିଁ ଉପଲବ୍ଧ ହେବ।

ବିଶେଷତ୍ଵ

ମୋଟୋର ଏହି ସ୍ମାର୍ଟଫୋନରେ ଗ୍ରାହକ ମାନଙ୍କୁ 6ଇଞ୍ଚ ଏଚ.ଡି ଡିଶପ୍ଲେ ମିଳିବ ଓ ଏହାର ରିଜୋଲ୍ୟୁସନ 1440x720 ପିକ୍ସେଲ ଅଟେ। ଏହା ସହିତ 3ଜିବି RAM (ରାମ) ଓ 32ଜିବି ଇଣ୍ଟରନାଲ ଷ୍ଟୋରେଜ ମଧ୍ୟ ମିଳିବ। ଏହି ଷ୍ଟୋରେଜକୁ ମାଇକ୍ରୋ ଏସ.ଡି କାର୍ଡ ମାଧ୍ୟମରେ 128ଜିବି ପର୍ଯ୍ୟନ୍ତ ଅଧିକ କରାଯାଇପାରିବ।

ମୋବାଇଲରେ ଫଟୋ ଉଠାଇବା ପାଇଁ ଏଲ.ଇ.ଡି ଫ୍ଲାସ ସହିତ 12 ମେଗାପିକ୍ସେଲ କ୍ୟାମେରା ରହିଛି। ସେଲ୍ଫି ନେବାକୁ ପସନ୍ଦ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସେଲ୍ଫି ଫ୍ଲାସ ସହିତ 8ମେଗାପିକ୍ସେଲ ସାମ୍ନା କ୍ୟାମେରା ମଧ୍ୟ ରହିଛି।

ସବୁଠାରୁ ଆକର୍ଷଣୀୟ ହେଉଛି ଏହାର ବ୍ୟାଟେରୀ। ମୋଟୋ E4 ପ୍ଲସ (moto E4 plus) ପରି ଏଥିରେ ମଧ୍ୟ 5000mah ର ବ୍ୟାଟେରୀ ରହିଛି। ଯେଉଥିରେ କି ଆପଣ ପାଖାପାଖି ଦୁଇଟି ହଲିଉଡ ଫିଲ୍ମ ଦେଖିପାରିବେ।

ମୂଲ୍ୟ

ଭାରତରେ ଏହି ମୋଟୋ E5 ପ୍ଲସ ଗ୍ରାହକ ମାନଙ୍କୁ ଟ. 10,000 ମଧ୍ୟରେ ମିଳିବାର ସମ୍ଭାବନା ରହିଛି। ଯଦି ଏହା ଟ.10,000 ମଧ୍ୟରେ ଉପଲବ୍ଧ ହୁଏ ତେବେ ଏହା ମାର୍କେଟରେ ଜିଓମି ରେଡମି5, ଓପୋ ରିଅଲ ମି 1 ଓ ଜିଓମି ରେଡମି ନୋଟ5 ସହିତ କଡା ପ୍ରତିଯୋଗୀତା କରିବ।

ପୂର୍ବରୁ ଅପ୍ରେଲ ମାସରେ ମୋଟୋ କମ୍ପାନୀ ଆମେରିକାରେ ଏହାର ମୋଟୋ E5 ପ୍ଲେ କୁ ଲଞ୍ଚ କରିଥିଲା। କମ୍ପାନୀର କହିବା ଅନୁସାରେ ଏହା କେବଳ ଆମେରିକାରେ ହିଁ ଲଞ୍ଚ ହେବ। ଅପରପକ୍ଷରେ ମୋଟୋ E5 ଓ ମୋଟୋ E5 ପ୍ଲସ ଏସିଆ ମାର୍କେଟ ପରେ ୟୁରୋପ ଓ ଲାଟିନ ଆମେରିକାରେ ଲଞ୍ଚ କରାଯିବ ବୋଲି କହିଥିଲା।

#mobile #gadget

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon