- Deepti Moyee mohanty
ଡ୍ରେନ ପାଖେବସି ଭୋଟ ମାଗିଲେ ନେତା

ପାକିସ୍ତାନରେ ୨୫ଜୁଲାଇରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ।
ଏଠାରେ ଅଭିନବ ଉପାୟରେ ଭୋଟ ମାଗିବାର ଦୃଶ୍ୟ ସମସ୍ତ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। କରାଚିର ଆୟାଜ ମେମୋ ମୋତିୱାଲା ନାମକ ଜଣେ ସ୍ଵାଧୀନ ଆଶାୟୀ ପ୍ରାର୍ଥୀ ଅଳିଆଗଦା ତଥା ଆବର୍ଜନା ପାଖରେ ବସି ଭୋଟ ଭିକ୍ଷା କରୁଥିବା ନଜରକୁ ଆସିଛନ୍ତି।
ଆୟାଜ ମେମୋ ମୋତିୱାଲା ନାମକ ପ୍ରାର୍ଥୀ ପାକିସ୍ତାନର ସାଧାରଣ ନିର୍ବାଚନରେ ଜଣେ ସ୍ଵାଧୀନ ପ୍ରାର୍ଥୀ ହିସାବରେ ନିର୍ବାଚନ ଲଢୁଛନ୍ତି । ତାଙ୍କ ପ୍ରଚାରର ମୁଖ୍ୟ ବିଷୟ ବସ୍ତୁ ହେଲା ସହରର ଦୁର୍ଦ୍ଦଶା ଓ ସ୍ଵରେଜ ପ୍ରଣାଳୀରେ ଥିବା ତ୍ରୁଟି। ଏହି ତ୍ରୁଟିକୁ କିପରି ଲୋକଲୋଚନକୁ ଆଣିବେ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ତାହା ତାଙ୍କ ମୂଳ ଲକ୍ଷ୍ୟ ଓ ଏହି ଯୋଜନା ହିଁ ତାଙ୍କୁ ଏହିପରି ଅଭିନବ ଭୋଟ ଭିକ୍ଷାର ପଦ୍ଧତି
ଆପଣେଇବା ପାଇଁ ପ୍ରେରିତ କରିଛି ବୋଲି ସେ କହିଛନ୍ତି ।
ଆୟାଜ ତାଙ୍କ ସହର କରାଚୀର ଦୁର୍ଦ୍ଦଶା ଓ ସ୍ଵରେଜ ପ୍ରଣାଳୀରେ ଥିବା ତ୍ରୁଟିକୁ ଲୋଳଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ନିଜେ ବହୁ ଅଦ୍ଭୁଦ ଫୋଟ ସୋସିଆଲ ମିଡ଼ିଆରେ ଅପଲୋଡ କରିଛନ୍ତି।
ଆୟାଜ ମେମୋ ମୋତିୱାଲା ନିଜେ ସହରର ଆବର୍ଜନାପୂର୍ଣ୍ଣ ସ୍ଥାନ ତଥା ଅଳିଆ ଗଦା ଉପରେ ବସିଥିବା ନିଜ ଫୋଟକୁ ଫେସବୁକରେ ଅପଲୋଡ କରିଛନ୍ତି। ଏହାସହ ସେ ନିଜେ ସହରର ଦୂଷିତ ନର୍ଦ୍ଦମା ଜଳରେ ଶୋଇରହିଥିବା ଫୋଟକୁ ମଧ୍ୟ ସୋସିଆଲ ମିଡିଆରେ ଉପଲୋଡ କରିଛନ୍ତି।
ନଳା ପାଣି ପିଇଲେ

ସୋସିଆଲ ମିଡ଼ିଆ ଫେସବୁକର ଏକ ଲାଇଭ ଭିଡିଓରେ ମୋତିୱାଲାଙ୍କୁ ଉକ୍ତ ନର୍ଦ୍ଦମା ପାଣି ପିଉଥିବାର ମଧ୍ୟ ଦେଖିବାକୁ ମିଳିଛି। ଏଥିସହ ମୋତିୱାଲାଙ୍କ ସ୍ଵରେଜ taanki ମଧ୍ୟରେ ରହି ଉଠାଇଥିବା ଫୋଟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସମାଲୋଚିତ ହୋଇଛି।
ଗତ ଗୁରୁବାରଦିନ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ଫୋଟରେ ୧,୮୦୦ରୁ ଅଧିକ ଲାଇକ ହେବାସହ ଶହେରୁ ଉର୍ଦ୍ଧ୍ଵ କମେଣ୍ଟ ଆସିଛି । କିଛିଲୋକ ଏହାକୁ ନିଜ କମେଣ୍ଟ ମାଧ୍ୟମରେ “ଡ୍ରାମା” ବୋଲି କହୁଥିବା ସମୟରେ ଆଉକିଛି ଲୋକ ଏହାକୁ “ଭଲ କାମ” ବୋଲି କହି ପ୍ରଶଂସା କରିଛନ୍ତି।