• padmabati kund

ବଲିଉଡ ଗପସପ: କଙ୍ଗନା ଖେଳିବେ କବାଡି


ବଲିଉଡରେ ନିର୍ମାଣ ହେବାକୁ ଯାଉଛି କିଛି ନୂଆନୂଆ ଫିଲ୍ମ। ଜାଣିରଖନ୍ତୁ ଏହା ବିଷୟରେ।

୧. ଅମିତାଭ ବଚ୍ଚନଙ୍କ “ଆଁଖେ୨”ରେ ଦେଖିବାକୁ ମିଳିପାରେ ସୁଶାନ୍ତ ସିଂ ରାଜପୁତ ଓ କାର୍ତ୍ତିକ ଆର୍ୟନଙ୍କୁ ଅମିତାଭ ବଚ୍ଚନଙ୍କ ଅଭିନୀତ ବ୍ୟାଙ୍କ ଡକାୟତି ଉପରେ ଆଧାରିତ “ଆଁଖେ” ୨୦୦୨ ମସିହାରେ ରିଲିଜ ହୋଇଥିଲା। ବର୍ତ୍ତମାନ ଏହି ଫିଲ୍ମର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ରାଜତରୁ ଷ୍ଟୁଡିଓର ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ସହିତ ସୁଶାନ୍ତ ସିଂ ରାଜପୁତ ଓ କାର୍ତ୍ତିକ ଆର୍ୟନ ଅଭିନୟ କରିପାରନ୍ତି । ପୂର୍ବରୁ ୨୦୧୬ ମସିହାରେ ଏହି ସିକ୍ୱେଲ ପାଇଁ ଘୋଷଣା କରାଯାଇଥିଲା। ଏଥିରେ ଅମିତାଭ ବଚ୍ଚନଙ୍କ ସହିତ ଅନିଲ କପୁର, ଅର୍ଜୁନ, ଅର୍ଶଦ ୱାର୍ଷି ଓ ସାଉଥ ନାୟିକା ରେଜିନାଙ୍କୁ ଚୁଡାନ୍ତ କରଯାଇଥିଲା।

୨.ଶ୍ରଦ୍ଧା କପୁର ଓ ରାଜକୁମାର ରାଓଙ୍କ ଅଭିନୀତ “ସ୍ତ୍ରୀ” :“ହାସୀନା ପାରକର” ଚଳଚ୍ଚିତ୍ରରେ ଶ୍ରଦ୍ଧା କପୁରଙ୍କ ଭିନ୍ନ ଅନ୍ଦାଜକୁ ଦର୍ଶକମାନେ ପସନ୍ଦ କରିଥିବା ବେଳେ, ନିଜର ଆଗାମୀ ଫିଲ୍ମ “ସ୍ତ୍ରୀ”ରେ ମଧ୍ୟ ଏକ ଭିନ୍ନ ଚରିତ୍ରରେ ସେ ପରଦା ଉପରକୁ ଫେରୁଛନ୍ତି । ଏହି ଚଳଚ୍ଚିତ୍ରଟି ଏକ ହରର କମେଡି ଫିଲ୍ମ। ଏଥିରେ ଶ୍ରଦ୍ଧାଙ୍କ ସହିତ ରାଜକୁମାର ରାଓଙ୍କୁ ମଧ୍ୟ ଦେଖିବାକୁ ମିଳିବ।

୩.ଦିଶା ପତାନି କରିବେ ତାମିଲ ଫିଲ୍ମରେ ଡେବ୍ୟୁ:“ ବାଘି ୨”ରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଦିଶା ପତାନି ତାମିଲ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆସନ୍ତା ଅଗଷ୍ଟ ମାସରେ ଦିଶାଙ୍କ ଅଭିନୀତ ତାମିଲ ଫିଲ୍ମ “ସଙ୍ଘମିତ୍ରା”ର ଶୁଟିଙ୍ଗ ଆରମ୍ଭ ହେବ ଓ୨୦୧୯ ମସିହା ମଧ୍ୟ ଭାଗରେ ଏହା ରିଲିଜ ହୋଇପାରେ।

୪.ଏବିସିଡି-୩ରେ ବରୁଣଙ୍କ ସହ କାଟ୍ରିନା:

ରେମୋ ଡିଶୁଜାଙ୍କ ନିର୍ଦ୍ଦେଶିତ ଡ୍ୟାନ୍ସ ଫିଲ୍ମ ଏବିସିଡି-୩ରେ ପ୍ରଥମ କରି ବରୁଣ ଓ କାଟ୍ରିନାଙ୍କ ଯୋଡିକୁ ଦେଖିବାକୁ ମିଳିବ। ଏହାର ଶୁଟିଙ୍ଗ ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହେବ। ଫିଲ୍ମର ଅଧିକାଂଶ ଶୁଟିଙ୍ଗ ଲଣ୍ଡନରେ ହେବ। ବରୁଣ ଓ କାଟ୍ରିନାଙ୍କ ବ୍ୟତୀତ ଏଥିରେ ପ୍ରଭୁଦେବା, ରାଘବ ଯୁଗଳ,ଓ ଧର୍ମେଶ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିବେ।

୫.କବାଡି ଖେଳାଳୀ ହେବେ କଙ୍ଗନା ରାଣାୱତ:

କଙ୍ଗନା ରାଣାୱତ ନିଜର ଆଗାମୀ ଫିଲ୍ମରେ ଜଣେ କବାଡି ଖେଳାଳୀ ଭାବରେ ଅଭିନୟ କରିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଅଶ୍ଵିନୀ ଆୟର ତିୱାରୀ। ଏହାର ଶୁଟିଙ୍ଗ ଆସନ୍ତା ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଆରମ୍ଭ ହେବ। ଏଥିଲାଗି କଙ୍ଗନା କବାଡି ଖେଳ ମଧ୍ୟ ଶିଖୁଛନ୍ତି।

#entertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon