• padmabati kund

ଶ୍ରୀତମ : ଜାଣି ନ ଥିଲି ଚିଟଫଣ୍ଡ ଟଙ୍କା, ଫେରାଇଦେବି


ଓଲିଉଡ ଅଭିନେତା ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ତଥା ଅଭିନୀତ “ତୁ ଥା ମୁ ଯାଉଛି ରୁଷି”ରେ ଚିଟଫଣ୍ଡ ଟଙ୍କା ଲାଗିଥିବାର ଅଭିଯୋଗରେ ଶ୍ରୀତମଙ୍କୁ ଇଡି( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତରଫରୁ ଜେରା କରିବା ପାଇଁ ସମାନ ଜାରି ହୋଇଥିଲା। ଏଥିଲାଗି ଇଡି ଅଫିସରେ ଆଜି ଅପରାହ୍ନରେ ହୋଇଥିଲେ ଅଭିନେତା ଶ୍ରୀତମ।

ଦୀର୍ଘ ଛଅ ଘଣ୍ଟା ଧରି ହେଇଥିବା ଜେରାରୁ ବାହାରି ସେ ଗଣମାଧ୍ୟମକୁ କହିଥିଲେ," ଯେଉଁ ଫିଲ୍ମରେ ଚିଟଫଣ୍ଡ ଟଙ୍କା ଲାଗିଛି ବୋଲି ଅଭିଯୋଗ ହେଇଛି, ମୁଁ ସେ ବିଷୟରେ ଜାଣି ନ ଥିଲି । ଏବେ ଜାଣିଲା ପରେ ସେହି ଫିଲ୍ମ ବାବଦକୁ ମୋତେ ଯେତେ ପରିଶ୍ରମିକ ମିଳିଛି , ତାହା ଉକ୍ତ ପ୍ରଯୋଜନା ସଂସ୍ଥାକୁ ଫେରାଇ ଦେବି । "

ଷ୍ଟାର କନସଲଟାନ୍ସିର ତ୍ରିବେଣୀ ମହାନ୍ତିଙ୍କ ଲିଙ୍କରେ ଶ୍ରୀତମ ଦାସଙ୍କୁ ଇଡି ତରଫରୁ ଜେରା କରିବା ପାଇଁ ସମନ ଆସିଥିଲା। ଚଳଚ୍ଚିତ୍ର ପ୍ରଯୋଜକ ତ୍ରିବେଣୀ ମହାନ୍ତିଙ୍କ ଫିଲ୍ମରେ କାମ କରିଥିବାରୁ ଶ୍ରୀତମ ଇଡିର ତଦନ୍ତ ପରିସରକୁ ଆସିଛନ୍ତି।

ଶ୍ରୀତମ୍ ଦାସଙ୍କ ଅଭିନୀୟ ତଥା ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ତୁ ଥା ମୁଁ ଯାଉଛି ଋଷି’ ଫିଲ୍ମରେ ଚିଟଫଣ୍ଡ ଟଙ୍କା ଲାଗିଥିବା ନେଇ ଇଡି ଖୋଳତାଡ କରୁଛି।‘ତୁ ଥା ମୁଁ ଯାଉଛି ରୁଷି’ର ପ୍ରଯୋଜନା କରିଥିଲେ ତ୍ରିବେଣୀ ମହାନ୍ତି।

ଫିଲ୍ମ ନିର୍ମାତା ତ୍ରିବେଣୀ ମହାନ୍ତି, ନିଜର ଷ୍ଟାର କନ୍ସଲଟାନ୍ସି ସଂସ୍ଥାର ପଇସାରେ ଏହି ସିନେମା ନିର୍ମାଣ କରିଥିଲେ। ଏଥିରେ ଚିଟଫଣ୍ଡ ଟଙ୍କା ଲାଗିଥିବାର ଅଭିଯୋଗ ହୋଇଥିଲା।

ଏଠାରେ ସୂଚନାଯୋଗ୍ୟ ଯେ ଆଗରୁ ପ୍ରଯୋଜକ ପ୍ରଭାସ ଚନ୍ଦ୍ର ରାଉତଙ୍କୁ ମଧ୍ୟ ଚିଟଫଣ୍ଡ ମାମଲାରେ ଗିରଫ କରାଯାଇଛି। ସେପଟେ, ଭୁବନେଶ୍ୱର ସିବିଆଇ ଅଫିସରେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ମଧ୍ୟ ଆସିଥିଲେ । ସିସୋର ଚିଟଫଣ୍ଡ ଲିଙ୍କ ମାମଲାର ତାଙ୍କୁ ଜେରା କରାଯାଉଛି । ଗତକାଲି ମଧ୍ୟ ପ୍ରଶାନ୍ତ ଦାସ ସିବିଆଇ ଅଫିସକୁ ଆସିଥିଲେ ।

#crime #ollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon