• Deepti Moyee mohanty

ଅନ୍ୟ ଜାତିରେ ବିବାହ କଲେ ମିଳିବ ୨.୫ଲକ୍ଷ ଟଙ୍କା


ଓଡିଶା ସରକାରଙ୍କ ହିନ୍ଦୁ ଦମ୍ପତି ତଥା ସାଧାରଣ ବର୍ଗ ଓ ଅନୁସୂଚିତ ଜାତିଙ୍କ ମଧ୍ୟରେ ହେଉଥିବା ଇଣ୍ଟର କାଷ୍ଟ ବିବାହ ନିମନ୍ତେ ମିଳୁଥିବା ସରକାରୀ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରାଯାଇଛି।

ପୂର୍ବରୁ ଉକ୍ତ ଗୋଟିଏ ଜାତିର ପୁରୁଷ ବା ମହିଳା ଅନ୍ୟ ଜାତିରେ ବିବାହ କଲେ ସରକାରୀ ପ୍ରୋତ୍ସାହନ ରାଶି ୧ଲକ୍ଷ ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ତାହା ବୃଦ୍ଧି ପାଇ ୨.୫ଲକ୍ଷ ଟଙ୍କା ହୋଇଛି। ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ସେପ୍ଟେମ୍ବର ୨୦୧୭ରେ ଦିଆ ଯାଇଥିଲା, ଯାହାକୁ ଏବେ ମଞ୍ଜୁରୀ ପ୍ରାପ୍ତ ହେଲା।

ସାଧାରଣ ବର୍ଗ ଓ ଏସ.ସିଙ୍କ ମଧ୍ୟରରେ ବିବାହକୁ ପ୍ରୋତ୍ସାହିତ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ଏସ.ସି.-ଏସ.ଟି. ଉନ୍ନୟନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି କହିଛନ୍ତି।

ଏହି ଅର୍ଥ ଗ୍ରହଣ କରିବା ପାଇଁ ଅନ୍ୟ ଜାତିରେ ବିବାହ କରୁଥିବା ଦମ୍ପତ୍ତିଙ୍କ ଆର୍ଥିକ ଅବସ୍ଥା ବାଧକ ହେବ ନାହିଁ, କାରଣ ସରକାରୀ ଘୋଷଣା ଅନୁସାରେ ଏହି ରାଶି ଗ୍ରହଣ କରିବା ପାଇଁ ଆର୍ଥିକ ଅବସ୍ଥାର ପ୍ରମାଣ ଦେଖାଇବା ଜରୁରୀ ନାହିଁ ।

ଏହି ରାଶି ଉଭୟ ଦମ୍ପତିଙ୍କ ଜଏଣ୍ଟ ଆକାଉଣ୍ଟରେ ରହିବ ଏବଂ ଉଭୟେ ଏହାକୁ ବିବାହର ୩ବର୍ଷ ପରେ ହିଁ ଉଠାଇପାରିବେ। ଏହାସହ ଦମ୍ପତି ଉକ୍ତ ରାଶି ସାହାଯ୍ୟରେ କେବଳ ଜମି ଓ ଘରର ଆସବାହପତ୍ର କିଣିପାରିବେ।

ପୂର୍ବବର୍ଷ ଓଡିଶା ସରକାରଙ୍କ ତରଫରୁ ମିଳୁଥିବା ସରକାରୀ ପ୍ରୋତ୍ସାହନ ରାଶିକୁ ୫୦ହଜାରରୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଚଳିତ ବର୍ଷ ତାହା ବୃଦ୍ଧି ପାଇ ୨.୫ ଲକ୍ଷ ଟଙ୍କା ହୋଇଛି।

ଗତ ଆର୍ଥିକ ବର୍ଷରେ (୨୦୧୭-୧୮) ଇଣ୍ଟର-କାଷ୍ଟ ମ୍ୟାରେଜ କରିଥିବା ୫୪୩ ଜଣ ଦମ୍ପତିଙ୍କ ନିମନ୍ତେ ସରକାର ମୋଟ ୨.୬୫ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଗୃହୀତ କରିଥିଲେ।

ସେହିପରି ଗତ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୩,୮୦୦ ଦମ୍ପତି ପ୍ରୋତ୍ସାହନ ରାଶି ପାଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ବାଲେଶ୍ଵର ଜିଲ୍ଲାରେ ଅଧିକ ସଂଖ୍ୟକ ଇଣ୍ଟର-କାଷ୍ଟ ମ୍ୟାରେଜ ହୋଇଥିବା ବେଳେ ଏହା ପଛକୁ କଟକ ଓ ଜଗତସିଂହପୁର ଜିଲ୍ଲା ରହିଛି। ତଥ୍ୟ ଅନୁସାରେ ରାଜ୍ୟର ୧୭% ଲୋକ ଏସ.ସି କମ୍ୟୁନିଟିର ଅଟନ୍ତି।

#marriage #intercast

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon