- padmabati kund
ଗୋଟିଏ ବଗର ଫୋନ ବିଲ ଏକ ଲକ୍ଷ ଏକାଅଶୀ ହଜାର

ବଗ ମାନେ ଫୋନ ବ୍ୟବହାର କରନ୍ତି ନାହିଁ । ହେଲେ ସେମାନଙ୍କ ବେକରେ ଲାଗିଥିବା ଟ୍ରାକରରେ ଯେଉଁ ସିମ କାର୍ଡ ଥାଏ, ତାହାର ବିଲ ଆସିଛି ପ୍ରାୟ ଏକ ଲକ୍ଷ ଅଶୀ ହଜାର ଟଙ୍କା ।
ପୋଲାଣ୍ଡ ଦେଶର ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗୋଟିଏ ଷ୍ଟୋର୍କ ବଗ ପାଇଁ $2,650 (ପ୍ରାୟ ଏକ ଲକ୍ଷ ଏକାଅଶୀ ହଜାର)ର ମୋବାଇଲ ବିଲ ଭରଣା କରିବା କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ମିଳିଥିବା ସୂଚନା ଅନୁସାରେ ପୋଲାଣ୍ଡର ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନର ପରିବେଶବିତମାନେ ବଗର ଭ୍ରମଣ ଗତିବିଧି ଉପରେ ଅନୁଧ୍ୟାନ କରିବା ପାଇଁ ଗତ ବର୍ଷ ତା' ଦେହରେ ଏକ ଜିପିଏସ ଟ୍ରାକର ଲଗାଇଥିଲେ।
ଏହି ବଗଟି 2017 ମସିହା ଅଗଷ୍ଟ ମାସରେ ଆଫ୍ରିକାକୁ ତାହାର ଦକ୍ଷିଣାୟନ ଯାତ୍ରା ଆରମ୍ଭ କରିଥିଲା। ପ୍ରାୟ 6,000କିଲୋମିଟର ଗତି କଲାପରେ ପୂର୍ବ ସୁଦାନରେ ଥିବା ନୀଳ ନଦୀ ଉପତ୍ୟକା ପାଖରୁ ଗତ ଏପ୍ରିଲ ମାସ 26 ତାରିଖରୁ ବଗ ସହିତ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା।
ଏହି ସ୍ଵେଚ୍ଛାସେବୀ ଅନୁଷ୍ଠାନର ପରିବେଶବିତଙ୍କ କହିବ ଅନୁସାରେ ସୁଦାନ ଠାରେ କେହି ଜଣେ ବ୍ୟକ୍ତି ଏହି ବଗକୁ ଧରି ଟ୍ରାକରଟିକୁ କାଢି ନେଇଥିଲା। ଏହାପରେ ଟ୍ରାକର ମଧ୍ୟରେ ଥିବା ସିମକୁ କାଢି ନିଜ ମୋବାଇଲରେ
ବ୍ୟବହାର କରି ପ୍ରାୟ 20ଘଣ୍ଟାର ମୋବାଇଲ କଲ କରିଥିଲା।
ଏହାପରେ ଏହି ସ୍ଵେଚ୍ଛାସେବୀ ଅନୁଷ୍ଠାନକୁ ପାଖାପାଖି ପ୍ରାୟ ଏକ ଲକ୍ଷ ଏକାଅଶୀ ହଜାରର ମୋବାଇଲ ବିଲ ପହଞ୍ଚିଥିଲା ଓ ଏହି ସଂପୂର୍ଣ୍ଣ ବିଲକୁ ଉକ୍ତ ସ୍ଵେଚ୍ଛାସେବୀ ଅନୁଷ୍ଠାନକୁ ଭରିବାକୁ ପଡିବ ।
ପରିବେଶବିତମାନେ ନିଜର ଗବେଷଣା ପାଇଁ ବଗ ଦେହରେ ଏହି ଟ୍ରାକର ଲଗାଇଥିଲେ। ଏହା ମଧ୍ୟ ପରିବେଶବିତ ମାନଙ୍କୁ ବହୁତ ତଥ୍ୟ ଜାଣିବାରେ ସାହାଯ୍ୟ କରିଥିଲା। ସ୍ଥାନାନ୍ତରଣ ପାଇଁ ବାହାରିବ ପରେ ବଗର ଗତିବିଧି ,ବ୍ୟବହାର ବିଷୟରେ ବହୁ ତଥ୍ୟ ବିଷୟରେ ଜାଣିପାରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହା ବହୁତ ମହଙ୍ଗା ପଡିଥିଲା।