• padmabati kund

ମାଟ୍ରିକ ପାସଙ୍କ ପାଇଁ ଇଣ୍ଡିଆନ ନ୍ୟାଭିରେ ଚାକିରୀ,ଦରମା ଟ୧୮,୦୦୦


ଭାରତୀୟ ନୌ ବାହିନୀରେ ଫାୟାର ମ୍ୟାନ ପଦରେ ନିଯୁକ୍ତି ନିମନ୍ତେ  ଦଶମ ଶ୍ରେଣୀ ପାସ କରିଥିବା ପ୍ରାର୍ଥୀ ମାନଙ୍କ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଯୋଗ୍ୟ ବିବେଚିତ ପ୍ରାର୍ଥୀ ମାନଙ୍କୁ ମାସିକ ଟ.18,000 ଦରମା ଦିଆଯିବ।  ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଅଗଷ୍ଟ ମାସ 16ତାରିଖ ମଧ୍ୟରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଇଚ୍ଛୁକ ପ୍ରାର୍ଥୀମାନେ ଜୁଲାଇ 3 ତାରିଖରୁ ଆସନ୍ତା ଅଗଷ୍ଟ ମାସ 16ତାରିଖ ମଧ୍ୟରେ ଆବେଦନ କରିପାରିବେ। କିନ୍ତୁ ଆସାମ, ମେଘାଳୟ, ଅରୁଣାଚଳପ୍ରଦେଶ, ନିଜୋରମ, ମଣିପୁର,ନାଗାଲାଣ୍ଡ, ତ୍ରିପୁରା,ସିକିମ, ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ,ଲାକ୍ଷାଦ୍ଵୀପ,ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜର ପ୍ରାର୍ଥୀମାନଙ୍କ ପାଇଁ 7 ଦିନ ଅଧିକ ସମୟ ପ୍ରଦାନ କରାଯାଇଛି। ଧାର୍ଯ୍ୟ ହୋଇଥିବା ଶେଷ ତାରିଖ ପରେ ଆବେଦନ କଲେ ଏହାକୁ ପ୍ରତ୍ୟାଖ୍ୟାନ କରିଦିଆଯିବ।

ଦରମା

ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ମାସିକ ଟ.18,000 ଦରମା ପ୍ରଦାନ କରାଯିବ। ଏହି ପଦବୀ ନିମନ୍ତେ ଅଭିଜ୍ଞତା ଅନୁସାରେ ସର୍ବାଧିକ ଟ.56,000 ମଧ୍ୟରେ ବେତନ ପ୍ରଦାନ କରାଯିବ।

ବୟସ ସୀମା

ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ 18 ବର୍ଷରୁ 37 ବର୍ଷ ମଧ୍ୟରେ ହେବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତୀପ୍ରାପ୍ତ ବୋର୍ଡ ବା ଅନୁଷ୍ଠାନରୁ ମାଟ୍ରିକ ପାସ କରିଥିବା ଆବଶ୍ୟକ। ଏହା ବ୍ୟତୀତ ପ୍ରି-ସି (pre-sea) ଟ୍ରେନିଙ୍ଗ କୋର୍ସ କରିଥିବା ଅବଶ୍ୟକ ଏବଂ ପ୍ରାର୍ଥୀ ପହଁରା ଶିଖିଥିବା ଆବଶ୍ୟକ।

କିପରି କରିବେ ଆବେଦନ

ଭାରତୀୟ ନୌବାହିନୀ ତରଫରୁ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତି ଅନୁସାରେ ଅଗଷ୍ଟ 16 ତାରିଖ ପୂର୍ବରୁ ରେଜିଷ୍ଟର ପୋଷ୍ଟ କରିବାକୁ ପଡିବ। ଏକ ଭଲ କ୍ଵାଲିଟିର ସାଧା A4 ସାଇଜର ପେପରରେ ସୁନ୍ଦର ହାତଲେଖା କିମ୍ବା ଟାଇପ କରି ଆପ୍ଲିକେଶନ ଲେଖିବେ। ଏହା ସହିତ ଦୁଇଟି ରଙ୍ଗୀନ paaସପୋର୍ଟ ସାଇଜ ଫଟୋ ଆଟେଷ୍ଟେଡ କରି ଦେବାକୁ ପଡିବ।

ଲପାଫାର ଉପରେ କେଉଁ ପୋଷ୍ଟ ପାଇଁ ଆବେଦନ କରୁଛନ୍ତି (APPLICATION FOR THE POST OF) ଏବଂ କେଉଁ ବର୍ଗ (CATEGORY)ର ଲେଖିବାକୁ ପଡିବ।

ଏହି ଆପ୍ଲିକେସନକୁ The admiral superintendent for manager personnel, Naval dockyard, vishakhapatnam-530014 ଠିକଣାରେ ରେଜିଷ୍ଟର ପୋଷ୍ଟ କରିବାକୁ ପଡିବ।

ଏହି ବିଜ୍ଞପ୍ତି ବିଷୟରେ ଅଧିକ ବିବରଣୀ ପାଇଁ ଭାରତୀୟ ନୌବାହିନୀର ଅଫିସିଆଲ ୱେବସାଇଟ www.joinindiannavy.gov.in ରେ ଲଗଇନ କରନ୍ତୁ।   

#jobs #govtjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon