• ବେତାର ବ୍ୟୁରୋ

ଶୁକ୍ର ଗ୍ରହର ସିଂହ ରାଶିରେ ପ୍ରବେଶ


ଶୁକ୍ରଗ୍ରହଙ୍କ ଶୁଭ ପ୍ରଭାବରେ ଯାନବାହାନ, ଘର, ଦାମୀ ବସ୍ତ୍ର ଓ ଜିନିଷ ପ୍ରାପ୍ତି ହୋଇଥାଏ। ଏହାମଧ୍ୟ କଳା, ସୌନ୍ଦର୍ଯ୍ୟ ଓ ବୈବାହିକ ସୁଖର କାରଣ ହୋଇଥାନ୍ତି। ଶୁକ୍ରଙ୍କର କୃପାରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

ଶୁକ୍ରଗ୍ରହ 5ଜୁଲାଇ ଅପରାହ୍ନ 2.38 ସମୟରେ ସିଂହ ରାଶିରେ ପ୍ରବେଶ କରିବେ ଓ ଅଗଷ୍ଟ 1 ତାରିଖ ଦିନ 12.41 ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଜାଣି ରଖନ୍ତୁ ଏହାଦ୍ୱାରା ଆପଣଙ୍କ ରାଶି ଉପରେ କଣପ୍ରଭାବ ପଡିବ।

ମେଷ: ପ୍ରେମସମ୍ପର୍କରେ ଭଲପାଇବା ବଢିବ ଓ ସମ୍ପର୍କ ମଜଭୁତ ହେବ। କିନ୍ତୁ ଛୋଟ ଛୋଟ ଝଗଡା ଲାଗି ରହିବ। ଛାତ୍ରଛାତ୍ରୀମାନେ ଅନେକ ବାଧାବିଘ୍ନ ସତ୍ତ୍ୱେ କଠିନ ପରିଶ୍ରମ କରି ସଫଳତା ପାଇବେ। ସନ୍ତାନଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ଆୟରେ ବୃଦ୍ଧି ଘଟିବ।

ବୃଷ: ବ୍ୟକ୍ତିଗତ ଜୀବନ ଶାନ୍ତିପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଉଚ୍ଚ ପ୍ରଶଂସିତ ହେବେ। ଅଯଥା ଝଗଡାରେ ପଶନ୍ତୁ ନାହିଁ। ନୂତନ ଯାନବାହାନ କିମ୍ବା ଜମିବାଡି କିଣି ପାରନ୍ତି।

ମିଥୁନ: ମନୋରଞ୍ଜନରେ ସମୟ ବିତିବ। ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନ ସମ୍ପର୍କ ଗଢି ଉଠିବ। ପ୍ରିୟଲୋକଙ୍କ ସହିତ ସମୟ ବିତେଇବେ। ସମାଜରେ ସମ୍ମାନ ବୃଦ୍ଧି ପାଇବ। ଜୀବନସାଥୀଙ୍କ ପାଇଁ କିଛି ଶୁଭ ଖବର ପାଇବେ।

କର୍କଟ: ଆର୍ଥିକ ଲାଭ ମିଳିବ ଓ ନୂତନ ଘର ମଧ୍ୟ କିଣି ପାରନ୍ତି। ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିପାରିବେ। କଟୁ କଥା କାହାକୁ କୁହନ୍ତୁ ନାହିଁ, ଏଥିଲାଗି ଆପଣ ବିପଦରେ ପଡ଼ିପାରନ୍ତି। ଧୈର୍ଯ୍ୟ ରଖନ୍ତୁ। ଘରକୁ ଅତିଥି ଆଗମନ କରିବେ ଓ ସୁସ୍ଵାଦୁ ଭୋଜନ ଖାଇବାକୁ ମିଳିବ।

ସିଂହ: ନିଜର ଭଲ କାର୍ଯ୍ୟ ପାଇଁ ଅନ୍ୟମାନଙ୍କ ଠାରୁ ପ୍ରଶଂସା ପାଇବେ। ବହୁ ଦିନରୁ ଚେଷ୍ଟା କରୁଥିବା କାର୍ଯ୍ୟ ଆଜି ସଫଳ ହେବ। ଭାଇଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।

କନ୍ୟା: ସାଂସାରିକ ସୁଖ ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। କ୍ୟାରିୟର ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଏହି ଯାତ୍ରା ଆପଣଙ୍କ ପାଇଁ ଲାଭ ଦାୟକ ହେବ। ଜୀବନସାଥୀଙ୍କ ସ୍ଵାସ୍ଥ୍ୟରେ ଅବନତି ଘଟିପାରେ।

ତୁଳା: ଜୀବନରେ ସୁଖ ଓ ସମୃଦ୍ଧି ବଢିବ। ଆପଣ ଯାହାବି କରିବେ ସେଥିରେ ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ଲାଭ ମିଳିବ। ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହିତ ଭଲ ସମୟ ବିତାଇବେ। ବୈବାହିକ ସମ୍ପର୍କ ଅଧିକ ମଜଭୁତ ହେବ।

ବିଛା: ବିଜିନେସରେ ଲାଭ ପାଇବେ। ଅଫିସ କାମ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଆପଣଙ୍କ ବିଜିନେସରେ ଜୀବନସାଥୀ ଆପଣଙ୍କୁ ସଂପୂର୍ଣ୍ଣ ସାହାଯ୍ୟ କରିବେ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ: ପରିଶ୍ରମର ଫଳ ପ୍ରାପ୍ତ ହେବ। ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି ଯାହାକି ଆପଣଙ୍କ ପାଇଁ ଲାଭଦାୟକ ରହିବ। ପ୍ରେମୀଯୁଗଳଙ୍କ ପାଇଁ ସମୟ ବହୁତ ଭଲ ରହିବ। ନୂଆ ବିଜିନେସ ଆରମ୍ଭ କରିବାର ସମ୍ଭାବନା ରହିଛି।

ମକର: ଦାମ୍ପତ୍ୟ ଜୀବନରେ ସାମାନ୍ୟ ଝଗଡା ହୋଇପାରେ ମାତ୍ର ଦୁଇଜଣଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ଆବଶ୍ୟକ। ଅସୁସ୍ଥ ଅନୁଭବ କରିପାରନ୍ତି। ଖରାପ କାମ ଠାରୁ ନିଜକୁ ଦୂରେଇ ରଖିବା ଆପଣଙ୍କ ପାଇଁ ଭଲ ହେବ।

କୁମ୍ଭ: ବୈବାହିକ ଜୀବନ ସୁଖ ଓ ଶାନ୍ତିପୂର୍ଣ୍ଣ ରହିବ। ବ୍ୟକ୍ତିତ୍ଵରେ ପରିବର୍ତ୍ତନ ଆସିବ। ସମାଜରେ ମାନସମ୍ମାନ ବଢିବ। ଭାଗ୍ୟ ଆପଣଙ୍କ ସାଙ୍ଗରେ ରହିବ ଓ ନିଜ ଲକ୍ଷ ହାସଲ କରିପାରିବେ।

ମୀନ: ନିଜକୁ ବହୁତ ଶକ୍ତିବାନ ଅନୁଭବ କରିବେ। ଖେଳକୁଦ ଓ ପ୍ରତିଯୋଗୀ ମୂଳକ ପରୀକ୍ଷାରେ ସଫଳତା ପାଇବେ। ଖର୍ଚ୍ଚ ବଢିପାରେ। କିଛି ପୁରୁଣା ରୋଗ ପାଇଁ ଅସୁସ୍ଥ ଅନୁଭବ କରିବେ। ଭୌତିକ ସୁଖସୁବିଧା ପାଇଁ ଜୀବନସାଥୀ ଅଧିକ ଖର୍ଚ୍ଚ କରିବେ।

#astrology #horoscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon