• Deepti Moyee mohanty

ସୁଶାନ୍ତ ସିଂହ ରାଜପୁତ କିଣିଲେ ଚନ୍ଦ୍ରରେ ଜାଗା


ପୃଥିବୀରେ ରହି ଚନ୍ଦ୍ରରେ ଜାଗା କିଣିବା  ଲୋକଙ୍କ ମଧ୍ୟରେ ଏକ ଟ୍ରେଣ୍ଡ ପାଲଟିଯାଇଛି। ବର୍ତ୍ତମାନ ସେହି ଟ୍ରେଣ୍ଡରୁ ବାଦ ପଡିନାହାନ୍ତି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ଏହି ଅଭିନେତା ଜଣକ ବଲିଉଡର ଦ୍ଵିତୀୟ ଅଭିନେତା ଯିଏକି ଚନ୍ଦ୍ରରେ ଜାଗା କିଣି ଚର୍ଚାର ପରିସର ଭୁକ୍ତ ହୋଇଛନ୍ତି। ଏହି ଦୌଡରେ ପ୍ରଥମ ନାମ ଶାହରୁଖ ଖାନଙ୍କ ଥିବା ବେଳେ ଦ୍ଵିତୀୟରେ ରହିଛି ସୁଶାନ୍ତ ସିଂହ ରାଜପୁତଙ୍କ ନାମ।

ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୁଶାନ୍ତ ସିଂହ ରାଜପୁତ ଚନ୍ଦ୍ରରେ କିଣି ଥିବା ଜାଗାଟି ଚନ୍ଦ୍ରର ମସ୍କୋବିସ୍ନ ପରିସରର ଏକ ଅଂଶ ଅଟେ।  ଏହି ଜାଗାଟି ପ୍ରାୟ ଅନ୍ଧକାର ଅଂଶରେ ରହୁଥିବାରୁ ପୃଥୀବିକୁ ପ୍ରାୟ ଦୃଶ୍ୟମାନ ହୁଏ ନାହିଁ।

ସୁଶାନ୍ତ ସିଂହ ରାଜପୁତ ଚନ୍ଦ୍ରରେ କିଣିଥିବା ଜାଗାକୁ ନେଇ ବହୁତ ଖୁସି ଥିବା ବି ମାନେ ହେଉଛି। ସେ ନିଜ ଜାଗାକୁ ପୃଥିବୀରୁ ରହି ଦେଖିବା ପାଇଁ ଏକ ବିଶେଷ ପ୍ରକାର ଟେଲିସ୍କୋପର ମଧ୍ୟ ବ୍ୟବହାର କରୁଛନ୍ତି। ଉକ୍ତ ଟେଲିସ୍କୋପର ନାମ “ମିଡି ୧୪,ଏଲ ଏକ୍ସ ୦୦” ଅଟେ।

ଖବର ମୁତାବକ ସୁଶାନ୍ତ ସିଂହ ରାଜପୁତଙ୍କ ଆଗାମୀ ଫିଲ୍ମ,”ଚାନ୍ଦା ମାମା ଦୂର କେ” ରେ ସେ ଅଭିନୟ କରୁଛନ୍ତି। ତେଣୁ ଚନ୍ଦ୍ରରେ ଜାଗା କିଣିବା ବିଷୟ ହୁଏତ ଉକ୍ତ ଫିଲ୍ମର ପ୍ରଚାର ଓ ପ୍ରସାର ପାଇଁ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ଚାଲିଛି। 

ସୂଚନା ମୁତାବକ ବଲିଉଡରେ 2016 ମସିହାରେ ନିର୍ମାଣ ହୋଇଥିବା ବାୟୋପିକ ଫିଲ୍ମ “ଏମ.ଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରି”ର ସଫଳତା ପରେ ଫିଲ୍ମର ନିର୍ମାତା ରୋନି ସ୍କୃ ବାଲା ଏହାର ଦ୍ଵିତୀୟ ଭାଗ ନିର୍ମାଣ କରିବାକୁ ଯାଉଛନ୍ତି। ଫିଲ୍ମଟିର ନାମ “ଏମ.ଏସ 2.0” ହୋଇଥିବା ବେଳେ ସୁଶାନ୍ତ ସିଂହ ରାଜପୁତ ପୁନଶ୍ଚ ଏଥିରେ ଏମ.ଏସ ଧୋନୀଙ୍କ ଚରିତ୍ର ନିର୍ବାହ କରିବାକୁ ଯାଉଛନ୍ତି।

ଏହି ସିକ୍ୱେଲରେ ଟିମ ଇଣ୍ଡିଆ ୱାର୍ଲ୍ଡ ଚାମ୍ପିୟନ ହେବା ପରର କାହାଣୀ ସହିତ ଧୋନୀଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଆଲୋକପାତ କରାଯିବ। ଏହା ବ୍ୟତୀତ ଗତ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ ବିଜେତା ହେବା ପଛରେ ଧୋନୀଙ୍କ ଭୂମିକାକୁ ମଧ୍ୟ ବର୍ଣ୍ଣନା କରାଯିବ। 

କେବଳ ଏତିକି ନୁହେଁ ୨୦୧୫ରେ ୱାର୍ଲ୍ଡକପ ସେମିଫିନାଲ ପର୍ଯ୍ୟନ୍ତ ଭାରତର ଯାତ୍ରା ମଧ୍ୟ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। 

#enertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon