- padmabati kund
ଅନାବଶ୍ୟକ କେଶ ହଟେଇବାର ଘରୋଇ ଉପଚାର

ଶରୀରରେ ବିଭିନ୍ନ ଅଙ୍ଗ ଯଥା ହାତ, ଗୋଡ,ମୁହଁ ଏବଂ ପିଠିରେ ଅନାବଶ୍ୟକ କେଶ ପାଇଁ ମହିଳାମାନେ ବେଶୀ ଚିନ୍ତିତ ଥାଆନ୍ତି। ଏହାକୁ ହଟେଇବା ପାଇଁ ଓ ଦୂର କରିବା ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରିଥାନ୍ତି।ବଜାରରେ ମିଳୁଥିବା ମହଙ୍ଗା ମହଙ୍ଗା ପ୍ରଡକ୍ଟ କିଣିଥାନ୍ତି କିମ୍ବା ପାର୍ଲର ଯାଇ ଏହାକୁ ଭାକ୍ସିଙ୍ଗ କରିଥାନ୍ତି। କେହି କେହି ଏହାକୁ ରେଜର ସାହାଯ୍ୟରେ ମଧ୍ୟ ସେବିଙ୍ଗ ମଧ୍ୟ କରିଥାନ୍ତି। ମାତ୍ର ଏହା ଆପଣଙ୍କ ତ୍ଵଚ୍ଚ ଊପରେ କୁପ୍ରଭାବ ପକାଇଥାଏ। ଘରୋଇ ଉପଚାର ମାଧ୍ୟମରେ ଆପଣ ଶରୀରର ଏହି ଅନାବଶ୍ୟକ କେଶକୁ କିପରି ଦୂର କରିବେ ଜାଣି ରଖନ୍ତୁ କିଛି ଉପାୟ।
୧. ବେସନ ଓ ହଳଦୀଗୁଣ୍ଡ: ଏହି ମିଶ୍ରଣ ଆପଣଙ୍କ ମୁହଁ ପାଇଁ ଅତ୍ୟନ୍ତ ଉପକାରୀ। ଯେଉଁ ମହିଳା ମାନଙ୍କର ମୁହଁରେ ଅଧିକ ମାତ୍ରାରେ କେଶ ଉଠିଥାଏ ସେମାନେ ଅନ୍ୟକିଛି ଉପାୟ ଦ୍ଵାରା ଏହାକୁ ଦୂର କରିବା ଅପେକ୍ଷା ଏହି ମିଶ୍ରଣ ଲଗାଇଲେ ଆପଣଙ୍କ ମୁହଁର ତ୍ଵଚ୍ଚାକୁ ସୁଫଳ ମିଳିଥାଏ। ଅଳ୍ପ ହଳଦୀ ଗୁଣ୍ଡ, ବେସନ ସହିତ ଅଳ୍ପ ଦହି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ମୁହଁରେ ଉଠିଥିବା କେଶ ଜାଗାରେ ଏହାକୁ ଲଗାନ୍ତୁ। ୩୦ ମିନିଟ ମଧ୍ୟରେ ଏହା ଶୁଖିଗଲା ପରେ କେଶ ଉଠିବ ବିପରୀତ ଦିଗରେ ଘଷନ୍ତୁ। ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ଦୁଇଥର ଚାରି ମାସ ପର୍ଯ୍ୟନ୍ତ କଲେ ନିଶ୍ଚିତ ପରିବର୍ତ୍ତନ ଦେଖିପାରିବେ।
୨. ଲେମ୍ବୁ, ମହୁ ଓ ଚିନି: ଏହା ହେଉଛି ହାତ ତିଆରି ଭାକ୍ସିଙ୍ଗ ପ୍ରଡ଼କ୍ଟ। ଏହା ପ୍ରସ୍ତୁତ କରିବା ପାଇଁ ଓ ବ୍ୟବହାର ପାଇଁ ଅତ୍ୟନ୍ତ ସହଜ ହୋଇଥାଏ। ମହୁ,ଚିନି ଏବଂ ଲେମ୍ବୁ କୁ ମିଶାଇ ମାଇକ୍ରୋୱେଭ ଗରମ କରନ୍ତୁ। ଏହା ଜେଲ ପରି ହେବାପରେ ଥଣ୍ଡା କରି ହାତରେ ଓ ଗୋଡରେ ଉଠିଥିବା କେଶରେ ଲଗାନ୍ତୁ। ଟାୱେଲ ସାହାଯ୍ୟରେ ଏହାକୁ ଘଷନ୍ତୁ ଓ ଧୋଇଦିଅନ୍ତୁ। ପରେ ହାତରେ କିମ୍ବା ଗୋଡରେ ମଶ୍ଚୁରାଇଜର ଲଗାନ୍ତୁ।
୩.ବୁଟ ଡାଲି ଓ ଆଳୁ: ବୁଟ ଡାଲି ସହିତ ଆଳୁର ମିଶ୍ରଣ ଆମ ଚେହେରା ପାଇଁ ଆୟୁର୍ବେଦ ପରି କାମ କରିଥାଏ। ଆଳୁରେ ପ୍ରକୃତିକ ବ୍ଲିଚ ତତ୍ତ୍ଵ ରହିଥାଏ। ଡାଲିକୁ ସିଝାଇ ଓ ଆଳୁରୁ ରସ କାଢି ଏହାକୁ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଆପଣଙ୍କ ଶରୀରରେ କେଶ ଉଠିବାର ବିପରୀତ ଦିଗରେ ଧୀରେ ଧୀରେ ଘଷନ୍ତୁ। ପ୍ରତି ପନ୍ଦର ଦିନ ମଧ୍ୟରେ ଏପରି ୩ ରୁ ୪ଥର କରନ୍ତୁ।
୪. ଅଣ୍ଡା: ଅଣ୍ଡାର ଧଳା ଅଂଶକୁ ହାତ କିମ୍ବା ଗୋଡରେ ଲଗାନ୍ତୁ। ଶୁଖିଯିବା ପରେ କେଶ ଗୁଡିକ ଉପୁଡିବା ପାଇଁ ସହଜ ହୋଇଥାଏ। ଏହା ସାମାନ୍ୟତମ ଯନ୍ତ୍ରଣା ଦାୟକ ହୋଇଥାଏ ମାତ୍ର ଯେଉଁମାନେ ଅନାବଶ୍ୟକ କେଶକୁ ଓପାଡିବା ପାଇଁ ଚାହାନ୍ତି ତାଙ୍କ ପାଇଁ ଏକ ପ୍ରଭାବଶାଳୀ ଉପାୟ ଅଟେ।
୫. କଞ୍ଚା ଅମୃତଭଣ୍ଡା : ଏହା ଆପଣଙ୍କ କେବଳ ଅନାବଶ୍ୟକ କେଶକୁ ଓପାଡି ନଥାଏ ଏହାକୁ ବଢିବାକୁ ମଧ୍ୟ ଦେଇ ନଥାଏ। ଅଳ୍ପ କଞ୍ଚା ଅମୃତଭଣ୍ଡାର ରସକୁ ହଳଦୀଗୁଣ୍ଡ ସହିତ ମିଶାଇ ଲଗାନ୍ତୁ। ୧୫ ମିନିଟ ପରେ ଏହାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।