• padmabati kund

ସେବକମାନେ ଦକ୍ଷିଣା ନେଇ ପାରିବେ :ସୁପ୍ରିମକୋର୍ଟ


ଅଳ୍ପଦିନପରେ ଆରମ୍ଭ ହେବାକୁ ଯାଉଛି ପୁରୀର ପ୍ରସିଦ୍ଧ ରଥଯାତ୍ରା। ଏହାକୁ ଆଖି ଆଗରେ ରଖି ସୁପ୍ରିମକୋର୍ଟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପୁରୀ ମନ୍ଦିରକୁ ଅନ୍ୟ ଧର୍ମର ବ୍ୟକ୍ତିବିଶେଷ ଯେପରି ଯାଇ ପାରିବେ ସେହି ବ୍ୟବସ୍ଥା ଉପରେ ବିଚାର କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହା ବ୍ୟତୀତ ଶ୍ରୀମନ୍ଦିରରେ ସେବାୟତଙ୍କ ଆଚରଣ ଓ ଦାନ ଦକ୍ଷିଣା ପ୍ରସଙ୍ଗରେ ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି ସୁପ୍ରିମକୋର୍ଟ ମାମଲାର ବିଚାରକରି ରାୟ ଦେଇଛନ୍ତି ଯେ, ଭକ୍ତମାନେ ଦାନ କେବଳ ଦାନ ବାକ୍ସ/ ହୁଣ୍ଡିରେ ହିଁ ଦେବେ ଓ ସେବକମାନେ ଭକ୍ତଙ୍କ ଠାରୁ ଦକ୍ଷିଣା ପାଇପାରିବେ।

ପୂର୍ବରୁ ଜୁନ ମାସ 8ତାରିଖରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଭକ୍ତମାନେ ବଡ ଠାକୁରଙ୍କୁ ଦାନ ଆକାରରେ ଦେଉଥିବା ଅର୍ଥ ବା ସାମଗ୍ରୀକୁ ସେବାୟତ କିମ୍ବା ସେମାନଙ୍କ ସହଯୋଗୀ ଗ୍ରହଣ କରିପାରିବେ ନାହିଁ ଓ ମନ୍ଦିର କାନ୍ଥରେ ଏନେଇ ଏକ ନୋଟିସ ଲଗାଇ ତାଗିଦ କରଯାଇଥିଲା। ପ୍ରଶାସନର ଏହି ପଦକ୍ଷେପକୁ ସେବାୟତମାନେ ଗ୍ରହଣ କରିନଥିଲେ ଓ ବରିଷ୍ଠ ସେବାୟତ ଦାନ ଓ ଦକ୍ଷିଣ ମଧ୍ୟରେ କଣ ଫରକ ରହିଛି ଦର୍ଶାଇଥିଲେ।

ଭକ୍ତଙ୍କ ସମସ୍ତ ଦାନ ଓ ଦକ୍ଷିଣା ଯେଭଳି ଶ୍ରୀମନ୍ଦିର ହୁଣ୍ଡିକୁ ଯାଏ ତାହାକୁ ସୁନିଶ୍ଚିତ କରି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଅଗଷ୍ଟ ୩୧ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜିଲ୍ଲା ଜଜଙ୍କ ରିପୋର୍ଟକୁ ଶ୍ରୀମନ୍ଦିର ପ୍ରଶାସନ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏବଂ ସୁପ୍ରିମକୋର୍ଟଙ୍କ ୱେବସାଇଟରେ ପ୍ରକାଶ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । 

ଅନ୍ୟ ଧର୍ମ ବ୍ୟକ୍ତି ପ୍ରବେଶ

ଏହା ବ୍ୟତୀତ ବିଦେଶରୁ ଆସୁଥିବା ଅନ୍ୟ ଧର୍ମ ଓ ଜାତିର ଭକ୍ତ ମାନଙ୍କୁ ଶ୍ରୀଜିଉଙ୍କ ଦର୍ଶନଲାଗି ମନ୍ଦିର ଭିତରକୁ ଯାଇପାରିବେ ସେନେଇ ବିଚାର କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

ଶ୍ରୀମନ୍ଦିରରେ ଚାଲିଥିବା ବଂଶାନୁକ୍ରମିକ ପରମ୍ପରାକୁ ବନ୍ଦ କରିବା ପାଇଁ ପୁରୀ ଜିଲ୍ଲା ଜଜ୍ ପ୍ରସ୍ତାବ ଦେଇଛନ୍ତି ।ଅନ୍ନଦାନ ଆଟିକା ବସାଇ କିମ୍ବା ଥାଳି ବସାଇ ଭକ୍ତଙ୍କଠାରୁ ଟଙ୍କା ଆଦାୟ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହାକୁ ବନ୍ଦ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଦେବା ପରେ ମଧ୍ୟ  ଏପରି ଟଙ୍କା ଆଦାୟ ଚାଲିଛି ବୋଲି ଜିଲ୍ଲା ଜଜ୍ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । 

ରୋଷଘର ଓ ଚୁଲାକୁ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ନିୟନ୍ତ୍ରଣକୁ ନେବା ପାଇଁ ସୁପାରିଶ କରାଯାଇଛି ଓ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା କରିବାକୁ ଜିଲ୍ଲା ଜଜ ପ୍ରସ୍ତାବ ଦେଇଛନ୍ତି।

#currentnews #puritemple

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon