- padmabati kund
ମଧୁମେହ, ସୁନ୍ଦର ତ୍ଵଚା ପାଇଁ ଉପକାରୀ ପଇଡ ପାଣି

ପଇଡ ପାଣି ଆମ ଶରୀର ପାଇଁ ଅମୃତ ସଦୃଶ ହୋଇଥାଏ। ଏଥିରେ ଭିଟାମିନ, ମିନେରଲସ, ଇଲେକ୍ଟ୍ରୋଲାଇଟ, ଏନଜାଇମ, ଏମିନୋ ଏସିଡ ଓ ସାଇଟୋଫାଇନ ଭରପୁର ମାତ୍ରାରେ ରହିଥାଏ। ଯଦି ଆପଣ ନିଜର ମୋଟାପଣକୁ କମ କରିବାକୁ ଚାହୁଁଛନ୍ତି କିମ୍ବା ଚେହେରାରେ ଚମକ ଆଣିବାକୁ ଚାହୁଁଛନ୍ତି ତେବେ ପଇଡ ପାଣି ପିଇବା ଦ୍ୱାରା ଆପଣଙ୍କୁ ଲାଭ ମିଳିବ।
ପଇଡ ପାଣିରେ ଆମକୁ ସୁସ୍ଥ ରଖିବାର ଗୁଣ ସହିତ ଏହାର ସ୍ୱାଦ, ସାରା ବିଶ୍ୱରେ ଏହାକୁ ଲୋକପ୍ରିୟ କରିପାରିଛି।ତେବେ ଜାଣି ରଖନ୍ତୁ ନଡ଼ିଆ ପାଣି ପିଇବା ଦ୍ୱାରା ଆପଣଙ୍କୁ କଣ ଲାଭ ମିଳିଥାଏ।
୧: ମଧୁମେହ ରୋଗୀଙ୍କପାଇଁ ଔଷଧି: ପଇଡ ପାଣି ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରରେ ଶର୍କରା ସ୍ତରକୁ ନିୟନ୍ତ୍ରିତ ରଖିଥାଏ, ଯାହାକି ମଧୁମେହ ରୋଗୀଙ୍କ ପାଇଁ ନିହାତି ଆବଶ୍ୟକ ହୋଇଥାଏ।
୨: ମୋଟାପଣ ଦୂର କରିଥାଏ: ପଇଡ ପାଣି ବହୁତ ହାଲକା ଓ ପତଳା ହୋଇଥାଏ ତେଣୁ ଏଥିରେ ଫ୍ୟାଟ କମ ରହିଥାଏ। ତେଣୁ ଏହାକୁ ପିଇବା ଦ୍ୱାରା ମୋଟାପଣ ଦୂର ହୋଇଥାଏ ଓ ଅଧିକ ଭୋକ ମଧ୍ୟ ଲାଗି ନ ଥାଏ।
୩: ଯୁବ ସୁଲଭ ତ୍ୱଚା ମିଳେ : ଯଦି ଆପଣଙ୍କ ମୁହଁରେ ଦାଗ ରହିଥାଏ ତେବେ ପ୍ରତିଦିନ ଶୋଇବା ଆଗରୁ ମୁହଁରେ ପଇଡ ପାଣି ଲଗାଇ ଶୁଅନ୍ତୁ। ଏହାଦ୍ୱାରା ଦାଗ ସବୁ ଦୂର ହୋଇଯିବ ଓ ଏଥିରେ ଥିବା ସାଇଟୋକିନ୍ସ ଆପଣଙ୍କ ତ୍ୱଚାକୁ ବୟସ୍କ ହେବାକୁ ଦେଇନଥାଏ ଓ ଆପଣ ଯୁବସୁଲଭ ତ୍ୱଚା ପାଇଥାନ୍ତି।
୪:ପାଚନ ଶକ୍ତି ବୃଦ୍ଧି କରିଥାଏ: ପଇଡ ପାଣିରେ ବହୁ ପ୍ରକାର ଉପକାରୀ ଏନଜାଇମ ଯଥା ଏସିଡ ଫସଫେଟ, କଟାଲେସ, ପେରୋକଡେସ ରହିଥାଏ। ଏହା ଆମ ଶରୀରରେ ପାଚନ କ୍ରିୟାରେ ସାହାଯ୍ୟ କରିଥାଏ।
୫:କେଶ ବଢ଼ିବାରେ ସାହାଯ୍ୟ କରେ: ପଇଡ ପାଣି ଆପଣଙ୍କର କେଶ ବଢ଼ିବାରେ ସାହାଯ୍ୟ କରିଥାଏ। ଏହା କେଶରୁ ରୂପୀ ଓ ଉଙ୍କୁଣୀକୁ ଦୁରେଇ ରଖିଥାଏ। ଏହାଦ୍ୱାରା ଆପଣଙ୍କ କେଶକୁ ଚମକ ମଧ୍ୟ ମିଳିଥାଏ।
୬: ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ: ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ରହିଛି ତେବେ ଚିନ୍ତିତ ନହୋଇ ପଇଡ ପାଣି ପିଅନ୍ତୁ। ଏଥିରେ ଥିବା ମାଗନେସିୟମ ଓ ପୋଟାସିୟମ ରକ୍ତଚାପ ନିୟନ୍ତ୍ରଣ କରିଥାଏ ଓ ଆପଣଙ୍କୁ ହୃଦରୋଗ ଠାରୁ ଦୂରେଇ ରଖିଥାଏ।
୭: ମୁଣ୍ଡବ୍ୟଥା ଦୁରକରେ: ଯଦି ଆପଣଙ୍କର ନିୟମିତ ଭାବରେ ମୁଣ୍ଡବ୍ୟଥା ହେଉଛି ତେବେ ତାଜା ପଇଡ ପାଣି ପିଅନ୍ତୁ । ଏଥିରେ ଥିବା ମାଗନେସିୟମ ଆପଣଙ୍କୁ ମୁଣ୍ଡବ୍ୟଥାରୁ ଆରାମ ଦେବ।