• padmabati kund

ରେକର୍ଡ: ସାତଦିନରେ 'ସଞ୍ଜୁ' 200 କୋଟି କ୍ଲବରେ ସାମିଲ


ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ ଫିଲ୍ମ “ସଞ୍ଜୁ” ରିଲିଜ ହେବାର ପ୍ରଥମ ସପ୍ତାହରେ ଚଳିତ ବର୍ଷର ସବୁ ବ୍ଲକ ବଷ୍ଟର ଫିଲ୍ମର ରେକର୍ଡକୁ ଭାଙ୍ଗିସାରିଛି। ଏହା ବକ୍ସ ଅଫିସରେ ମାତ୍ର ସାତଦିନରେ ମୋଟ 200 କୋଟିରୁ ଅଧିକ ରୋଜଗାର କରିସାରିଛି ଓ 200 କୋଟି କ୍ଲବରେ ସାମିଲ ହୋଇସାରିଛି।

ଖାଲି ସେତିକି ନୁହେଁ ପାକିସ୍ତାନରେ ମଧ୍ୟ ଏହି ଫିଲ୍ମ ଭଲ ବ୍ୟବସାୟ କରୁଛି ।

ବକ୍ସ ଅଫିସ ବ୍ୟବସାୟ ଖବର ପ୍ରକାଶ କରୁଥିବା ୱେବ୍ସାଇଟ ତଥ୍ୟରୁ ଜଣାପଡିଛି ଯେ ଭାରତରେ ଏହି ଫିଲ୍ମରେ ରିଲିଜ ହେବାର ପ୍ରଥମ ଦିନରେ ମଧ୍ୟ ସବୁଠାରୁ ଅଧିକ ରୋଜଗାର କରି ରେକର୍ଡ ସୃଷ୍ଟି କରିଥିଲା ଏହାର ପ୍ରଥମ ଦିନରେ 34.75କୋଟି, ଦ୍ଵିତୀୟ ଦିନରେ 38.60କୋଟି, ତୃତୀୟ ଦିନରେ 46.71କୋଟି, ଚତୁର୍ଥ ଦିନରେ 25.35କୋଟି, ପଞ୍ଚମ ଦିନରେ 22.10କୋଟି, ଷଷ୍ଠ ଦିନରେ 18.90 କୋଟି କୁ ମିଶାଇ ଗତ ସାତ ଦିନରେ 200କୋଟିରୁ ଅଧିକ ରୋଜଗାର କରିସାରିଛି।

ଏହା ଚଳିତ ବର୍ଷ ରିଲିଜ ହୋଇଥିବା ସଲମାନଙ୍କ “ରେସ3”, ଟାଇଗର ସ୍ରଫଙ୍କ “ବାଘି 2” ଓ ଦୀପିକା ପାଦୁକୋନଙ୍କ “ପଦ୍ମାବତ”ର ରେକର୍ଡ କୁ ମଧ୍ୟ ଭାଙ୍ଗି ସାରିଛି।

ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରଣବୀର କପୁରଙ୍କ କ୍ୟାରିୟରର ସବିଠାରୁ ହିଟ ଫିଲ୍ମ ଅଟେ।

ଟ୍ରେଡ ବିଶେଷଜ୍ଞ ତରୁଣ ଆଦର୍ଶଙ୍କ ଟ୍ଵିଟ ଅନୁସାରେ 'ସଞ୍ଜୁ' ଚଳିତ ବର୍ଷର ତୃତୀୟ ଫିଲ୍ମ ହୋଇସାରିଛି ଯାହା ଘରୋଇ ବକ୍ସ ଅଫିସରେ 200 କୋଟିରୁ ଅଧିକ ଟଙ୍କା ରୋଜଗାର କରି ସାରିଛି ।ଏହି ରେକର୍ଡ ହାସଲ କରିଥିବା ଅନ୍ୟ ଦୁଇ ଫିଲ୍ମ ହେଲେ 'ବାଘି ୨' ଓ 'ପଦ୍ମାବତ' ।

ପାକିସ୍ଥାନରେ ମଧ୍ୟ ହାଉସଫୁଲ

ଏହି ବୟୋପିକ ଫିଲ୍ମ “ସଞ୍ଜୁ”କୁ କେବଳ ଭାରତରେ ନୁହେଁ ପାକିସ୍ଥାନରେ ମଧ୍ୟ ଲୋକମାନେ ଏହାକୁ ଖୁବ ପସନ୍ଦ କରୁଛନ୍ତି। ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ମାନଙ୍କ ମଧ୍ୟରେ କୁହବ କ୍ରେଜ ଦେଖିବାକୁ ମିଳୁଛି। ପାକିସ୍ଥାନର ଚଳଚ୍ଚିତ୍ର ସମୀକ୍ଷକ ହାସନ ଜୈଦି ଟ୍ଵିଟରରେ କହିଛନ୍ତି ଯେ, ପାକିସ୍ଥାନରେ ଈଦ କିମ୍ବା ଛୁଟିଦିନ ନହୋଇଥିଲେ ମଧ୍ୟ ଏହାକୁ ଦେଖିବା ପାଇଁ ଦର୍ଶକ ମାନଙ୍କର ଖୁବ ଭିଡ ଜମୁଛି।

ହାସନ ଜୈଦିଙ୍କ ଏହି ଟ୍ଵିଟର ଉତ୍ତରରେ ଜଣେ କହିଛନ୍ତି ଯେ, ଗତ ଶୁକ୍ରବାର (ସଞ୍ଜୁ ରିଲିଜ ହେବା ଦିନ) ଠାରୁ

ଚଳଚ୍ଚିତ୍ରର ଟିକେଟ କାଟିବା ପାଇଁ ଚାହୁଛନ୍ତି କିନ୍ତୁ ହାଉସଫୁଲ କାରଣରୁ ସେ ଟିକେଟ ପାଇ ପାରୁନାହାନ୍ତି।

#entertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon