• padmabati kund

ପୁଣି ଭାଇରାଲ ହେଲା ଡ୍ୟାନ୍ସିଙ୍ଗ ଅଙ୍କଲଙ୍କ ଭିଡିଓ


ରାତାରାତି ସୋସିଆଲ ମିଡିଆରେ ଡ୍ୟାନ୍ସିଙ୍ଗ ଅଙ୍କଲ ଭାବରେ ଲୋକପ୍ରିୟତା ଅର୍ଜନ କରିଥିବା ସଂଜୀବ ଶ୍ରୀବାସ୍ତବ କିଛିଦିନ ବ୍ୟବଧାନରେ ଅନ୍ୟ ଏକ ବଲିଉଡ ଷ୍ଟାରଙ୍କ ଗୀତରେ ଡ୍ୟାନ୍ସ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଛାଡିଛନ୍ତି।

ଏହି ଭିଡିଓରେ ସେ ବଲିଉଡର ସୁପରଷ୍ଟାର ହ୍ରୀତିକ ରୋଶନଙ୍କ ସୁପରହିଟ ଗୀତ “କହୋ ନା ପ୍ୟାର ହେ”ରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି। ନିଜ ଡ୍ୟାନ୍ସ କରିବା ଷ୍ଟାଇଲରେ ସମସ୍ତଙ୍କ ମନ ଜିଣିଥିବା ସଂଜୀବ ଶ୍ରୀବାସ୍ତବଙ୍କ ଏହି ଭିଡିଓକୁ ମଧ୍ୟ ଲୋକମାନେ ପସନ୍ଦ କରୁଛନ୍ତି।

ହ୍ରୀତିକ ରୋଶନଙ୍କ ଗୀତ “କହୋ ନା ପ୍ୟାର ହେ” ର ତାଳେ ତାଳେ ଡ୍ୟାନ୍ସିଙ୍ଗ ଅଙ୍କଲଙ୍କ ଷ୍ଟେପ ଗୁଡିକ ପୁଣି ଥରେ ସୋସିଆଲ ମିଡିଆରେ ଫାୟାର ଲଗାଇ ଦେଇଛି। ଗତ ମଙ୍ଗଳବାର (ଜୁଲାଇ3) ତାରିଖରେ ସଂଜୀବ ଶ୍ରୀବାସ୍ତବ ନିଜ ଟ୍ଵିଟର ଆକାଉଣ୍ଟରେ ଏହି ଭିଡିଓକୁ ଅପଲୋଡ କରିଥିଲେ ଓ 88ସେକେଣ୍ଡର ଏହି ଭିଡିଓଟି ବହୁତ କମ ସମୟ ମଧ୍ୟରେ  ଭାଇରାଲ ହେବାକୁ ଲାଗିଛି।

ସଂଜୀବଙ୍କର ଏହି ଡ୍ୟାନ୍ସ ଦେଖି ଦର୍ଶକମାନେ ଟ୍ଵିଟରରେ ଭିନ୍ନ ଭିନ୍ନ କମେଣ୍ଟ ସବୁ ଦେଉଛନ୍ତି। କେହି କେହି କହିଛନ୍ତି ଯେ ଡ୍ୟାନ୍ସିଙ୍ଗ ଅଙ୍କଲ ଏହି ଭିଡିଓରେ ଚମତ୍କାର ଡ୍ୟାନ୍ସ କରିଛନ୍ତି ଓ ଅନ୍ୟକେହି କହିଛନ୍ତି ଯେ ପ୍ରଥମ ଭିଡିଓରେ କରିଥିବା ଡ୍ୟାନ୍ସ ଅପେକ୍ଷା ଏହା ଏତେ ଖାସ ହୋଇନାହିଁ। କେତେକ ମଧ୍ୟ ଡ୍ୟାନ୍ସିଙ୍ଗ ଅଙ୍କଲଙ୍କୁ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହି ପ୍ରଶଂସା କରିଛନ୍ତି।

ସଂଜୀବ ଶ୍ରୀବାସ୍ତବ ଗତ ଜୁନ୍‌ ୧ ତାରିଖରେ ଏକ ବିବାହ ଉତ୍ସବରେ ଅଭିନେତା ଗୋବିନ୍ଦାଙ୍କ ଅଭିନୀତ ଗୀତ ‘ଆପ୍‌ କେ ଆ ଜାନେ ସେ’ରେ ଷ୍ଟେଜ୍‌ ଉପରେ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କ ଆଗରେ ଡ୍ୟାନ୍ସିଙ୍ଗ ଅଙ୍କଲ ହୋଇଯାଇଥିଲେ। ଏପରିକି ତାଙ୍କର ଏହି ନାଚକୁ ନିଜେ ଗୋବିନ୍ଦା ବି ପ୍ରଶଂସା କରିଥିଲେ। କେବଳ ଗୋବିନ୍ଦା ନୁହନ୍ତି ‘ଡ୍ୟାନ୍ସିଂ ଅଙ୍କଲ୍‌’ଙ୍କ ଏହି ନୃତ୍ୟକୁ ବି-ଟାଉନ୍‌ର ରବିନା ଟଣ୍ଡରନ, ଅନୁଷ୍କା ଶର୍ମା ଓ ଅର୍ଜୁନ କପୁର୍‌ ଆଦି ମଧ୍ୟ ପ୍ରଶଂସା କରିଥିଲେ।

ପରେ ଡ୍ୟାନ୍ସିଙ୍ଗ ରିଆଲିଟି ଶୋ “ଡ୍ୟାନ୍ସ ଦିୱାନେ”ର ମଞ୍ଚରେ ସେ ଗୋବିନ୍ଦାଙ୍କ ସହ ଡ୍ୟାନ୍ସ କରିଥିଲେ।

#entertainment #viralvdo

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon