• ବେତାର ବ୍ୟୁରୋ

ଆସୁଛି ଶତାବ୍ଦୀର ବଡ ଚନ୍ଦ୍ରଗ୍ରହଣ, କିପରି ରହିବ ପ୍ରଭାବ


ଶତାବ୍ଦୀର ସବୁଠାରୁ ବଡ ଚନ୍ଦ୍ରଗ୍ରହଣ ଆସନ୍ତା ଜୁଲାଇ 27 ତାରିଖରେ ହେବାକୁ ଯାଉଛି। ଏହି ସମୟରେ ଚନ୍ଦ୍ର ଲାଲ କିମ୍ବା ନାରଙ୍ଗୀ ରଙ୍ଗର ଦେଖାଯିବେ। ଏଥିଲାଗି ବୈଜ୍ଞାନିକମାନେ ଏହି ଚନ୍ଦ୍ରଗ୍ରହଣକୁ ‘ବ୍ଲଡ଼ ମୁନ’ ନାମରେ ନାମିତ କରିଛନ୍ତି।

ଦୀର୍ଘତମ ଚନ୍ଦ୍ର ଗ୍ରହଣ ହୋଇଥିବାରୁ ରାଶି ଓ ବ୍ୟକ୍ତିବିଶେଷଙ୍କ ମନ ଉପରେ ଏହା ପ୍ରଭାବ ପକାଇବ।ଏହି ଚନ୍ଦ୍ରଗ୍ରହଣ ଦ୍ଵାରା ମିଥୁନ, ତୁଳା, ମକର ଓ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହା ଅଶୁଭ ଫଳ ପ୍ରଦାନ କରିବ ଏବଂ ବୃଷ, କର୍କଟ,କନ୍ୟା ଓ ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ।

ମାନସିକ ଆଶାନ୍ତି

ଏହି ଚନ୍ଦ୍ରଗ୍ରହଣରେ ମଙ୍ଗଳଗ୍ରହ ସହିତ ଚନ୍ଦ୍ର ମିଳିତ ହେଉଥିବାରୁ ଏହା ବ୍ୟକ୍ତି ବିଶେଷଙ୍କ ଉପରେ ଗଭୀର ମାନସିକ ପ୍ରଭାବ ପକାଇବ। ସବୁବେଳେ ବିରକ୍ତିଭାବ ରହିବ ଓ ନିଜ ଭାବନା ଉପରେ ନିଜେ ସନ୍ତୁଳନ ରଖିପାରିବେ ନାହିଁ କିନ୍ତୁ ନିଜକୁ ବହୁତ ସାହସୀ ଓ ଶକ୍ତିଶାଳୀ ଅନୁଭବ କରିବେ।

ମଙ୍ଗଳ ଗ୍ରହ ବକ୍ରୀ ରହିଥିବାରୁ ଏହି ଚନ୍ଦ୍ରଗ୍ରହଣରେ ପ୍ରତି କାମ କରିବା ଆଗରୁ ଆପଣଙ୍କୁ ଦୁଇଥର ଭାବିବାକୁ ପଡିବ। ଏହି ସମୟରେ ଦାନ ଧର୍ମ କରିବା ଦ୍ଵାରା ଆପଣ ଶୁଭଫଳ ପାଇପାରିବେ। ଶନିଗ୍ରହର ପ୍ରଭାବରେ ଆପଣ ନିଜ ପରିବାର ଓ ଜୀବନସାଥୀଙ୍କ ପ୍ରତି ରକ୍ଷଣଶୀଳ ମନୋଭାବ ପୋଷଣ କରିବେ। ଆପଣ ଅଧିକ କର୍ତ୍ତବ୍ୟବାନ, ଧୈର୍ଯ୍ୟବାନ ଓ ଯତ୍ନବାନ ହେବେ। କିନ୍ତୁ ନିଜ କ୍ରୋଧ ଓ ଅହଂଭାବକୁ ଯଥା ସମ୍ଭବ ଦୂରେଇ ରଖନ୍ତୁ।

ଲୋହିତ ଚନ୍ଦ୍ର

ଉକ୍ତ ଚନ୍ଦ୍ରଗ୍ରହଣରେ ବିରଳ ମହାଜାଗତିକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ। ମଙ୍ଗଳ ଗ୍ରହ ଚନ୍ଦ୍ରଙ୍କର ଅତି ନିକଟତ୍ତର ହେଉଥିବାରୁ ଏହା ଲାଲ ଓ ଉଜ୍ଜ୍ଵଳ ଦେଖାଯିବେ। ରାତି ୧୦.୪୪ମିନିଟରେ ଏହି ଚନ୍ଦ୍ରଗ୍ରହଣ ଆରମ୍ଭ ହେବ ଓ ରାତି ୧୧.୪୫ମିନିଟରୁ ଚନ୍ଦ୍ର ପୃଥିବୀର ଛାୟା ମଧ୍ୟରେ ପ୍ରବେଶ କରିବା ଆରମ୍ଭ କରିବ।

ଛାଇ ଧୀରେ ଧୀରେ ଆଗକୁ ବଢି ରାତି ଗୋଟାଏ ସମୟରେ ଚନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ଘୋଡାଇ ଦେବ ଓ ସେହି ସମୟରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ।ଏହା ରାତି 2.43ମିନିଟ ସମୟ ଯାଏଁ ଦେଖାଯିବ।ଭୋର 3.50ମିନିଟ ସମୟରେ ଚନ୍ଦ୍ର ପୂରା ଛାୟାରୁ ବାହାରିଯିବ । ରାତି ଗୋଟାଏରୁ 2.43ମିନିଟ ଯାଏଁ ମୋଟ 1ଘଣ୍ଟା ଓ 45 ମିନିଟ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରହିବ ।

ଏହି ସମୟରେ ଖାଲି ଆଖିରେ ଗ୍ରହଣ ଦେଖିହେବ ଓ ଏହା ସାଧାରଣ ମହାଜାଗତିକ ଘଟଣା ହୋଇଥିବାରୁ ପୃଥୀବି ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

#astrology #lunareclipse

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon