- padmabati kund
କମ୍ପ୍ୟୁଟରରୁ ଡ଼ିଲିଟ ହୋଇଥିବା ଫାଇଲ କେମିତି ଉଦ୍ଧାର କରିବେ

ନିଜ କମ୍ପ୍ୟୁଟର କିମ୍ବା ଲାପଟପରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯେପରି ଫଟୋ, ଭିଡିଓ ଓ ଦସ୍ତାବିଜ ଡ଼ିଲିଟ ହୋଇଯିବା ଲୋକମାନଙ୍କର ସବୁଠାରୁ ବଡ ଦୁଃସ୍ଵପ୍ନ ହୋଇଥାଏ। ବେଳେ ବେଳେ ଅଜାଣତରେ କିମ୍ବା ଭୁଲରେ ଏହି ସବୁ ଫାଇଲ କମ୍ପ୍ୟୁଟର ଓ ଲାପଟପରୁ ଡ଼ିଲିଟ ହୋଇଯାଇଥାଏ।
କମ୍ପ୍ୟୁଟର ଓ ଲ୍ୟାପଟପରୁ ଡ଼ିଲିଟ ହୋଇଥିବା ଏହି ସବୁ ଫାଇଲକୁ ଆପଣ ପୁଣିଥରେ ଫେରାଇ ଆଣିପାରିବେ। ଏଥିପାଇଁ ଜାଣିରଖନ୍ତୁ ଦୁଇଟି ଉପାୟ।
୧. ୱିଣ୍ଡୋଜର ନିଜସ୍ଵ ଫିଚର: ଏହି ଡ଼ିଲିଟ ହୋଇଥିବା ଫାଇଲକୁ ପୁଣି ଥରେ ରିଷ୍ଟୋର କରିବା ପାଇଁ ୱିଣ୍ଡୋଜର ନିଜସ୍ଵ ଫିଚର ରହିଛି । ଯାହାର ନାମ ହେଉଛି “ରିଷ୍ଟୋର ଦ ପ୍ରିଭିୟସ ଭର୍ସନ”(restore the previous version)। ଏହି ଫିଚର ଆପଣଙ୍କ କମ୍ପ୍ୟୁଟର କିମ୍ବା ଲ୍ୟାପଟପରେ କିଛି ସମୟ ପୂର୍ବରୁ ହୋଇଥିବା ସମସ୍ତ ପରିବର୍ତ୍ତନକୁ ଟିକିନିଖି କରି ଯାଞ୍ଚ କରିଥାଏ ଓ ଏହାକୁ ରିଷ୍ଟୋର କରିବାକୁ ଆପଣଙ୍କୁ ଅପସନ ଦେଇଥାଏ।
ଏଥିପାଇଁ ପ୍ରଥମେ ଆପଣ କମ୍ପ୍ୟୁଟରକୁ ଷ୍ଟାର୍ଟ କରନ୍ତୁ ଓ this PC ବା my computer ରେ କ୍ଲିକ କରନ୍ତୁ। ଏହାପରେ ଉକ୍ତ ଫାଇଲଟି ଯେଉଁ ଫୋଲ୍ଡରରେ ଥିଲା ତାହା ଉପରେ ରାଇଟ କ୍ଲିକ କରି restore previous version ଅପସନକୁ ବାଛନ୍ତୁ। ଏହାପରେ ଉକ୍ତ ଫୋଲ୍ଡରରେ ଉପଲବ୍ଧ ଥିବା ସମସ୍ତ ଭର୍ସନ ଆସିଯିବ। ଆପଣଙ୍କ ଡ଼ିଲିଟ ହୋଇଥିବା ଫାଇଲ ଯେଉଁ ଭର୍ସନ ଥିଲା ତାହାକୁ ବାଛି ରିଷ୍ଟୋର ବଟମରେ କ୍ଲିକ କରିବେ।
୨. ଅନ୍ୟ ଆପର ବ୍ୟବହାର କରନ୍ତୁ: ଯଦି ଆପଣ ପ୍ରଥମ ଉପାୟରେ ରିଷ୍ଟୋର କରିପାରୁନାହାନ୍ତି ତେବେ ଅନ୍ୟ ସଫ୍ଟୱେର ଯଥା ରେକୁଭା, ରେସକ୍ୟୁ ପ୍ରୋ ଇତ୍ୟାଦି ବ୍ୟବହାର କରିପାରିବେ।
ଏହି ଆପ/ସଫ୍ଟୱେରକୁ ପ୍ରଥମେ ଡାଉନଲୋଡ କରନ୍ତୁ ଏବଂ ଡ଼ିଲିଟ ହୋଇଥିବା ଫାଇଲ ଯେଉଁ ଡ୍ରାଇଭ କିମ୍ବା ଫୋଲ୍ଡରରେ ଥିଲା ତାହାକୁ ସିଲେକ୍ଟ କରନ୍ତୁ।
ଏହାପରେ ଆପଣ ଯେଉଁ ଫାଇଲକୁ ରିଷ୍ଟୋର କରିବାକୁ ଚାହୁଞ୍ଛନ୍ତି ତାହାର ଫରମାଟକୁ ବାଛନ୍ତୁ ଓ ସ୍କାନ କରନ୍ତୁ। ସ୍କାନ କରିବା ମାତ୍ରେ ଉକ୍ତ ଫୋଲ୍ଡର କିମ୍ବା ଡ୍ରାଇଭରୁ ଡ଼ିଲିଟ ହୋଇଥିବା ସମସ୍ତ ଫାଇଲ ଦେଖାଇବ ଏବଂ ସଫ୍ଟୱେୟାର ସ୍କାନିଙ୍ଗ ଶେଷ କରିସାରିବା ପରେ ସମସ୍ତ ଫାଇଲକୁ ସେଭ କରିଦିଅନ୍ତୁ।