• padmabati kund

'ଗୋଲ୍ଡ’ ଫିଲ୍ମର ପ୍ରଥମ ଗୀତ : ଅକ୍ଷୟ ଓ ମୌନୀଙ୍କ ରୋମାନ୍ସ


ଭାରତୀୟ ହକିର ସ୍ଵର୍ଣ୍ଣିମ ଇତିହାସକୁ ନେଇ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ଗୋଲ୍ଡ’ର ପ୍ରଥମ ଗୀତ “‘ନୈନୋ ନେ ବାନ୍ଧି’ ରିଲିଜ କରାଯାଇଛି। ୟୁଟ୍ୟୁବରେ ଦର୍ଶକମାନେ ଏହି ଗୀତକୁ ଖୁବ ପସନ୍ଦ କରୁଛନ୍ତି। ଗୀତଟି ରିଲିଜ ହେବାର ୨୪ ଘଣ୍ଟା ମଧ୍ୟରେ ଏହାକୁ ୧୧ମିଲିୟନ ଦର୍ଶକ ଦେଖିସାରିଲେଣି।

ଏହି ଗୀତକୁ ଜି ମ୍ୟୁଜିକର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରାଯାଇଛି । ଗୀତରେ ଅକ୍ଷୟ କୁମାର ଏବଂ ମୌନୀ ରୟଙ୍କ ରୋମାନ୍ସ ଦେଖିବାକୁ ମିଳିଛି । ୨ ମିନିଟ ୩୮ ସେକେଣ୍ଡର ଏହି ଭିଡିଓ ବର୍ତ୍ତମାନ ୟୁଟ୍ୟୁବରେ ଭାଇରାଲ ହେବାରେ ଲାଗିଛି । ୟୁଟ୍ୟୁବରେ ଗୀତଟି ବର୍ତ୍ତମାନ ୭ନମ୍ବରରେ ଟ୍ରେଣ୍ଡ କରୁଛି ।

ଅକ୍ଷୟ କୁମାର ମଧ୍ୟ ନିଜ ଟ୍ଵିଟର ଆକାଉଣ୍ଟରେ ଏହି ଗୀତକୁ ଶେୟାର କରିଛନ୍ତି ଓ ଲେଖିଛନ୍ତି ଯେ, “ଏହା ହେଉଛି ‘ଗୋଲ୍ଡ’ ଫିଲ୍ମର ପ୍ରଥମ ଗୀତ ଓ ମୋର ପ୍ରିୟ ଗୀତ।“

ଏହି ଗୀତରେ ମୌନୀଙ୍କୁ ବଙ୍ଗାଳୀ ଗେଟଅପରେ ଦେଖିବାକୁ ମିଳିଛି। ଅକ୍ଷୟ କୁମାରଙ୍କ ସହ ମୌନୀଙ୍କ କେମେଷ୍ଟ୍ରୀକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି। ଏହି ଫିଲ୍ମ ଜରିଆରେ ମୌନୀ ବଲିଉଡରେ ଡେବ୍ୟୁ କରୁଛନ୍ତି। ଗୀତର ଲିରିକ୍ସ ଏବଂ ମ୍ୟୁଜିକ ଦେଇଛନ୍ତି ଜିସ୍ମ ୨ ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶକ ଅର୍କ ପ୍ରଭା ମୁଖାର୍ଜୀ ଓ ଏହାକୁ ଗାଇଛନ୍ତି ୟାସିର ଦେଶାଇ।

ଫରହାନ ଅଖତର ପ୍ରଯୋଜିତ ‘ଗୋଲ୍ଡ’ ଚଳଚ୍ଚିତ୍ରରେ ଅକ୍ଷୟ କୁମାର ହକି ଖେଳାଳି ବଲବିନ୍ଦର ସିଂହଙ୍କ ଭୂମିକାରେ ଅଭିନୟ କରିଛନ୍ତି ଏଥିରେ ଏକ ହକି ମ୍ୟାନେଜରଙ୍କ କାହାଣୀ ସହ ସ୍ଵତନ୍ତ୍ର ରାଷ୍ଟ୍ର ରୂପେ ଭାରତ ତାହାର ପ୍ରଥମଥର ପାଇଁ ହକିରେ ସ୍ଵର୍ଣ ପଦକ ଜିତିବାର ସ୍ଵପ୍ନକୁ ପ୍ରଦର୍ଶିତ କରାଯାଇଛି।। ବଲବୀର ସିଂହଙ୍କୁ ଏବେ ୯୨ ବର୍ଷ ହୋଇଥିବାବେଳେ ସେ ଏବେ ସପରିବାର ସହ ଲଣ୍ଡନରେ ରହୁଛନ୍ତି।

ଏହି ଫିଲ୍ମରେ ଅକ୍ଷୟ କୁମାର ଓ ମୌନୀଙ୍କ ବ୍ୟତୀତ କୁନାଲ କପୁର, ଅମିତ ସାଧ, ବିନୀତ ସିଂ ଓ ଶନି କୌଶଲ ଅଭିନୟ କରିଛନ୍ତି। ଫିଲ୍ମଟି ୟୁକେ ଓ ଭାରତରେ ସୁଟିଙ୍ଗ କରାଯାଇଛି। ରିମା କାଗଟିଙ୍କ ଦ୍ଵାରା ନିର୍ଦ୍ଦେଶିତ ଫିଲ୍ମଟି ଆସନ୍ତା ଅଗଷ୍ଟ ମାସ ୧୫ ତାରିଖରେ ପରଦା ଉପରକୁ ଆସିବ।

#entertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon