• padmabati kund

ପଢନ୍ତୁ: ନର୍ସିଙ୍ଗ କୋର୍ସରେ ନାମଲେଖାପାଇଁ ଜରୁରୀ ତଥ୍ୟ


ନର୍ସିଙ୍ଗ କୋର୍ସର 2018-19 ଶିକ୍ଷାବର୍ଷରେ ନାମଲେଖାପାଇଁ ଡ଼ିରେକ୍ଟରେଟ ଅଫ ନର୍ସିଙ୍ଗ,ଓଡିଶା ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନର୍ସିଙ୍ଗ କୋର୍ସ କରି ନିଜ କ୍ୟାରିୟର ଗଠନ କରିବା ପାଇଁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଓଡିଶା ସରକାରଙ୍କର ବି.ଏସ.ସି, ପୋଷ୍ଟ ବି.ଏସ.ସି ଓ ଏମ.ଏସ.ସି କୋର୍ସରେ ନାମଲେଖା ପାଇଁ ଜୁଲାଇ7 ତାରିଖରୁ ଆବେଦନ କରିପାରିବେ।

ଆବେଦନ ତାରିଖ

ବି.ଏସ.ସି, ପୋଷ୍ଟ ବି.ଏସ.ସି ଓ ଏମ.ଏସ.ସି କୋର୍ସ ପାଇଁ ଜୁଲାଇ 7 ତାରିଖରୁ ଜୁଲାଇ 22 ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ ଏବଂ ଆସନ୍ତା ଅଗଷ୍ଟ ମାସ 6 ତାରିଖ ସନ୍ଧ୍ୟା 5ଟା ମଧ୍ୟରେ ଅଫଲାଇନରେ ଆବେଦନ କରିପାରିବେ।

ଯୋଗ୍ୟତା ଓ ଅଭିଜ୍ଞତା

ଚାରିବର୍ଷୀୟ ବି.ଏସ.ସି ନର୍ସିଙ୍ଗ କୋର୍ସରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ।

ଆବେଦନ କରିବା ପାଇଁ କାଉନସିଲ ଅଫ ହାୟର ସେକେଣ୍ଡାରୀ ଏଜୁକେସନରୁ ଯୁକ୍ତଦୁଇ ବିଜ୍ଞାନରେ ପାସ କରିଥିବା ଆବଶ୍ୟକ ଓ ଇଂରାଜୀ ଏବଂ ଅନ୍ୟାନ୍ୟ ବିଷୟରେ 45%ରୁ ଅଧିକ ମାର୍କ ରଖିଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ଆବେଦନକାରୀଙ୍କ ପାଇଁ ଏହା 40% ରହିଛି।

ସେହିପରି ଏମ.ଏସ.ସି କୋର୍ସ କୋର୍ସ ପାଇଁ ପ୍ରାର୍ଥୀଙ୍କର କୌଣସି ଅନୁଷ୍ଠାନରେ ଶିକ୍ଷକ ଭାବରେ କିମ୍ବା ମେଡିକାଲରେ ନର୍ସ ଭାବରେ 1ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ପୋଷ୍ଟ ବି.ଏସ.ସି କୋର୍ସ ପାଇଁ ପ୍ରାର୍ଥୀ ଓଡିଶା ସରକାର କିମ୍ବା କୌଣସି ରାଜ୍ୟ ସରକାରଙ୍କ ଅଧୀନରେ ସ୍ଵୀକୃତୀପ୍ରାପ୍ତ ନର୍ସ କିମ୍ବା ଧାୟୀ ଭାବରେ କାମ କରିଥିବା ଆବଶ୍ୟକ।

ବୟସସୀମା ଓ ଅନ୍ୟାନ୍ୟ ଜରୁରୀ ତଥ୍ୟ

ଆବେଦନକାରୀ ଓଡିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ।ବି.ଏସ.ସି ନର୍ସିଙ୍ଗ କୋର୍ସ ପାଇଁ ବୟସ 17 ରୁ 35 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏହାବ୍ୟତୀତ ନର୍ସିଙ୍ଗ କାମ କରିବା ପାଇଁ ଆବେଦନକାରୀ ଶାରୀରିକ ଭାବରେ ସୁସ୍ଥ ଥିବା ଆବଶ୍ୟକ। ରାଜ୍ୟ ସ୍ତରୀୟ କାଉନସେଲିଙ୍ଗ ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ।

ଅଧିକ ସୂଚନା ପାଇଁ ନିୟମିତ ଭାବରେ ଡ଼ିରେକ୍ଟରେଟ ଅଫ ନର୍ସିଙ୍ଗର ଅଫିସିଆଲ ୱେବସାଇଟକୁ ଚେକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିବରଣ ପତ୍ରିକାରେ ଉଲ୍ଲେଖ ଥିବା ଠିକଣା ଅନୁସାରେ ଅଫଲାଇନରେ ରେଜିଷ୍ଟର ପୋଷ୍ଟ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ ଆବେଦନ କରିପାରିବେ।

ଅନଲାଇନ ଆବେଦନ କିମ୍ବା ଅଧିକ ବିବରଣୀ ପାଇଁ ଛାତ୍ରଛାତ୍ରୀମାନେ ଡ଼ିରେକ୍ଟରେଟ ଅଫ ନର୍ସିଙ୍ଗର ଅଫିସିଆଲ ୱେବସାଇଟ www.nursingodisha.nic.in ରେ ଲଗଇନ କରିପାରିବେ।

#education #admission

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon