• padmabati kund

ଯୁବାବସ୍ଥାରେ କେଶ ଧଳା ହେଉଛି କି ? ଆପଣାନ୍ତୁ ଏହି ଉପାୟ


କେଶ ଧଳାହେବା (ପାଚିବା) ଏକ ପ୍ରକୃତିକ ଘଟଣା ଅଟେ। ବୟସ ବଢିବା ସହିତ ବୃଦ୍ଧାବସ୍ଥାରେ ମନୁଷ୍ୟର କେଶ ପାଚିଥାଏ। କିନ୍ତୁ ଯଦି ଯୁବକଅବସ୍ଥାରେ କେଶ ପାଚିଯାଉଛି ତେବେ ଏହା ଆପଣଙ୍କ ପାଇଁ ନିଶ୍ଚିନ୍ତ ଭାବରେ ଏକ ସମସ୍ୟା ଅଟେ। ଯେଉଁମାନଙ୍କର ଯୁବାବସ୍ଥାରେ କେଶ ପାଚୁଥାଏ ସେମାନେ ଅନ୍ୟ ମାନଙ୍କ ଆଗରେ ନିଜକୁ ବହୁତ ଅସହଜ ମନେ କରନ୍ତି।

ସାଧାରଣତଃ ଶରୀରରେ ଭିଟାମିନ B12ର ଅଭାବ ହେଲେ କିମ୍ବା ନିଶାଦ୍ରବ୍ୟ ଗ୍ରହଣ କରିବା ଦ୍ଵାରା ଏହି ସମସ୍ୟା ଦେଖାଦେଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଜାଣିରଖନ୍ତୁ କିଛି ଘରୋଇ ଉପଚାର।

୧. ନଡିଆତେଲ ଓ ଭୃଶଙ୍ଗ ପତ୍ର: . ନଡିଆତେଲ ଓ ଭୃଶଙ୍ଗ ପତ୍ରର ମିଶ୍ରଣ ଧଳା କେଶକୁ କଳା କରିବାରେ ସାହାଯ୍ୟ କରେ। ନଡିଆତେଲରେ ଭୃଶଙ୍ଗ ପତ୍ର ମିଶାଇ ଗରମ କରନ୍ତୁ। ତେଲ କଳା ପଡିଯିବା ପରେ ଏହାକୁ ଥଣ୍ଡାକରି ଡବାରେ ବନ୍ଦ କରି ରଖନ୍ତୁ। ଏହାକୁ ପ୍ରତିଦିନ ରାତିରେ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ। ଏପରି ଧୈର୍ଯ୍ୟର ସହ ତିନିମାସ ପର୍ଯ୍ୟନ୍ତ କରିବା ଦ୍ଵାରା ସୁଫଳ ମିଳିବ।

୨.ମେଥି ଓ ରାଶିତେଲ: ରାଶିତେଲ ସହିତ ଗାଜରରସ ଓ ମେଥିକୁ ମିଶାଇ ୨୧ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ରଖନ୍ତୁ। ଏହି ତେଲକୁ ଅତିକମରେ ତିନି ମାସ ପର୍ଯ୍ୟନ୍ତ କେଶରେ ଲଗାନ୍ତୁ।

୩.ଅଁଳା: ଅଁଳା କେଶ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ। ଏହା କେଶକୁ ବଢିବାରେ ଓ କଳା କରିବାରେ ସାହାଯ୍ୟ କରେ। ଅଁଳାକୁ ଖରାରେ ଶୁଖାଇ ଗୁଣ୍ଡ କରିଦିଅନ୍ତୁ। ଏହାକୁ ନଡିଆ ତେଲ ଓ ମେଥିଗୁଣ୍ଡ ସହ ମିଶାଇ ଗରମ କରନ୍ତୁ। ଥଣ୍ଡା ହେବା ପରେ କେଶରେ ଲଗାନ୍ତୁ।

୪. ଘୋଳଦହି: ଘୋଳଦହିକୁ ଭୃଶଙ୍ଗ ପତ୍ର ସହିତ ମିଶାଇ ବ୍ୟବହାର କରିବା ଦ୍ଵାରା କେଶ ସମୟ ଆଗରୁ ଧଳା ପଡିନଥାଏ। ଅଧାକପ ଘୋଳଦହି ସହିତ ଭୃଶଙ୍ଗ ପତ୍ର ମିଶାଇ ୫ମିନିଟ ଯାଏ ଗରମ କରନ୍ତୁ। ଥଣ୍ଡା ହେବା ପରେ କେଶରେ ମାଲିସ କରନ୍ତୁ ଓ ଅଧଘଣ୍ଟା ପରେ ଉଷୁମପାଣିରେ ଧୋଇଦିଅନ୍ତୁ।

୫.ଜହ୍ନି: ଅଧାକପ ଜହ୍ନିକୁ ଖରାରେ ଶୁଖାନ୍ତୁ। ଏହି ଶୁଖିଥିବା ଜହ୍ନିକୁ ନଡିଆତେଲ ସହ ଗରମ କରନ୍ତୁ। ତେଲ କଳା ହୋଇଯିବା ପରେ ଥଣ୍ଡାକରି ସପ୍ତାହକୁ ଦୁଇଥର ବ୍ୟବହାର କରନ୍ତୁ।

ଏହାବ୍ୟତୀତ ଭୃଶଙ୍ଗ ପତ୍ରକୁ ଖାଦ୍ୟରେ ବ୍ୟବହାର କରନ୍ତୁ ଓ କଞ୍ଚାକ୍ଷୀରକୁ ସପ୍ତାହକୁ ଦୁଇଥର ମାଲିସ କରିପାରିବେ। ଏହାଦ୍ୱାରା ସମୟ ଆଗରୁ କେଶ ପାଚିବ ନାହିଁ।

#lifestyle #health #hair

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon