• ବେତାର ଷ୍ଟାଫ ଲେଖକ

ହ୍ଵାଟସଅପରେ ଗୁଜବ ଖବର ଚିହ୍ନେଇବ ଏହି ନମ୍ବର


(ବେତାର ବ୍ୟୁରୋ) ଅନେକ ସମୟରେ ଦେଖାଯାଏ ଚିହ୍ନାପରିଚୟ ବ୍ୟକ୍ତି ମାନେ ଏପରି କିଛି ଖବର ହ୍ଵାଟସଅପରେ ଶେୟର କରିଥାନ୍ତି ଯାହାକୁ ଆମେମାନେ ମଧ୍ୟ ଆଉ କାହାକୁ ପଠେଇଦେଇଥାଉ , କିନ୍ତୁ ପରେ ଜଣା ପଡେ ଯେ ଖବର ଟି ମିଛ ବା ଉଡ଼ା ଖବର ଥିଲା ଏପରି କରିବା ଦ୍ଵାରା ଅନେକ ସମୟରେ ଲଜ୍ଜିତ ହେବାକୁ ପଡିଥାଏ । ଏହି ସବୁ ସମସ୍ୟାର ସମାଧାନ ପାଇଁ ହ୍ଵାଟସଅପ ଏବେ ଏପରି ସେବା ଆଣିଛି ଯାହା ଫଳରେ ଆପଣଙ୍କ ପାଖକୁ ଆସିଥିବା ଖବର ସତ ନା ଉଡ଼ା ଖବର ତାହା ସହଜରେ ଜାଣିହେବ ।

ହ୍ଵାଟସଅପ ତରଫରୁ ଆରମ୍ଭ ହେଇଥିବା ଏହି ନମ୍ବର ହେଉଛି +91-9643-000-888 । ଏହି ନମ୍ବରକୁ ଆପଣ ନିଜ ମୋବାଇଲରେ ସେଭ କରିବା ପରେ ଏହା ଟିପଲାଇନ-ଚେକ ପଏଣ୍ଟ ନାମରେ ଆପଣଙ୍କ ମୋବାଇଲରେ ପ୍ରଦର୍ଶିତ ହେବ ।ଏହି ନମ୍ବରକୁ ଆପଣ ସନ୍ଦେହଜନକ ଫୋଟ, ଖବର ୱେବସାଇଟ ଲିଙ୍କ ବା ଭିଡିଓ ପଠାଇପାରିବେ ।

ଏହି ନମ୍ବର କିଛି ସମୟ ଭିତରେ ଆପଣଙ୍କୁ ଜଣେଇ ଦେବ ଯେ ଖବରଟି ସତ୍ୟ କିମ୍ବା ମିଥ୍ୟା ବା ବିବାଦୀୟ ଅଥବା କୌଣସି ମୂଳଭିତ୍ତି ନାହିଁ ଏହିପରି ଜଣେଇବ , ପୁନଶ୍ଚ ଏହି ଖବର ସମ୍ବନ୍ଧୀୟ ଯଦି କିଛି ଅନ୍ୟ ବାସ୍ତବ ଖବର ଥାଏ ତେବେ ତାହାର ଲିଙ୍କ ମଧ୍ୟ ଏହି ନମ୍ବରରୁ ଆସିଯିବ ।

ଏହି ଖବର ନିର୍ବାଚନ ସମୟରେ ଅନେକ ଗୁଜବ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ନିକଟରେ ମେକ୍ସିକୋ ନିର୍ବାଚନରେ ହ୍ଵାଟସଅପ ଏହିଭଳି ଏକ ପରୀକ୍ଷଣ କରି ଏଥିରେ ସଫଳତା ପାଇଥିଲା ।

ଭାରତୀୟ ଭାଷା

ଗତ ବର୍ଷ ଜୁଲାଇ ମାସରେ ହ୍ଵାଟସଅପ ତରଫରୁ ଏହି ଗୁଜବ ଖବର ରୋକିବା ଅଭିଯାନ ଆରମ୍ଭ କରାଯାଇଥିଲା । ଭାରତରେ ବିଭିନ୍ନ ସମୟରେ ହ୍ଵାଟସଅପ ଜରିଆରେ ବିବାଦୀୟ ଖବର ଶେୟର କରାଯାଇ ଅନେକ ସ୍ଥାନରେ ହିଂସା ହେବା ଫଳରେ ଭାରତ ସରକାର ଏହା ଉପରେ ପଦକ୍ଷେପ ନେବାକୁ ହ୍ଵାଟସଅପକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଗୁଜବ ଚିହ୍ନଟ କାର୍ଯ୍ୟରେ “ପ୍ରୋଟୋ” ନାମକ ଏକ ଷ୍ଟାର୍ଟଅପ ସଂସ୍ଥା ହ୍ଵାଟସଅପକୁ ସାହାଯ୍ୟ କରିବ ବୋଲି ଜଣା ପଡିଛି ।

ଏହି ନୂଆ ଫିଚରରେ ହ୍ଵାଟସଅପ ଏହାର ବ୍ୟବହାରକାରୀଙ୍କୁ ଜଣାଇଦେବ ଯେ କେଉଁ ଖବର ମିଥ୍ୟା କିମ୍ବା ସନ୍ଦେହଜନକ ଖବର ହୋଇପାରେ। ଏହି ନୂଆ ଫିଚର ନାମ ହେଉଛି “ସସ୍ପିସିୟସ ଲିଙ୍କ ଡିଟେକ୍ସନ” (ସନ୍ଦେହଜନକ ଲିଙ୍କ ଚିହ୍ନଟ)।

ଏହି ବ୍ୟବସ୍ଥା ଅନୁସାରେ ଇଂରାଜୀ ବ୍ୟତୀତ 4ଟି ଭାରତୀୟ ଭାଷା ଯଥା ହିନ୍ଦୀ, ବଙ୍ଗାଳୀ , ତେଲୁଗୁ ଓ ମଳୟାଲମ ଭାଷାରେ ଆସିଥିବା ଲିଙ୍କ ମଧ୍ୟ ଯାଞ୍ଚ ହେଇପାରିବ , ଖୁବ ଶୀଘ୍ର ଅନ୍ୟ ଭାରତୀୟ ଭାଷାକୁ ଏହି ପ୍ରକ୍ରିୟାରେ ସାମିଲ କରିବାକୁ ପ୍ରୋଟୋ ତରଫରୁ ଚେଷ୍ଟା ଚାଲିଛି ବୋଲି ହ୍ଵାଟସଅପ ତରଫରୁ କୁହାଯାଇଛି ।

#whatsapp #newfeature #fakenews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon