• padmabati kund

ଦେଖନ୍ତୁ : ସ୍ମାର୍ଟସିଟି କମାଣ୍ଡ ସେଣ୍ଟର କାର୍ଯ୍ୟ ଆରମ୍ଭ


ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ମାର୍ଟ କମାଣ୍ଡ ସେଣ୍ଟର ସମତେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ସ୍ମାର୍ଟ କମାଣ୍ଡ ସେଣ୍ଟର,ସହିଦନଗର ସ୍ମାର୍ଟ ପାର୍କ ଏବଂ ଏଜି ଛକ ଠାରେ ସୌରଚାଳିତ ଆଡାଫ୍ଟିଡ ଟ୍ରାଫିକ ସିଗନାଲ ନିୟନ୍ତ୍ରଣ ବ୍ୟବସ୍ଥାର ଉଦଘାଟନ କରିଛନ୍ତି ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସେନସୋରୀ ପାର୍କ ଓ ସମନ୍ଵିତ ଜନସେବା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି।

ସ୍ମାର୍ଟ କମାଣ୍ଡ ସେଣ୍ଟର

ଭୁବନେଶ୍ୱରର କମାଣ୍ଡ ସେଣ୍ଟର ଆରମ୍ଭ ଦ୍ୱାରା ରାଜଧାନୀର ପ୍ରମୂଖ ଜନଗହଳି ସ୍ଥାନରେ ଲୋକଙ୍କ ଗିତିବିଧି ଓ ସମସ୍ୟାରେ ପଡିଥିବା ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରିବା ସହିତ ଦୁର୍ଘଟଣା ଘଟିବା ସ୍ଥାନକୁ ଜରୁରୀ କାଳୀନ ସହାୟତା ଦଳ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବ ଓ ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯିବ। ପ୍ରାୟ ୮୦ଫୁଟ ଚଉଡା ଓ ୭୦ ଇଞ୍ଚ ପ୍ୟାନେଲ ବିଶିଷ୍ଟ ୩୨ଟି ବିଶାଳ ୱାଲ ଭିଡିଓ ସେଟଅପ ମାଧ୍ୟମରେ ଅପରେସନ ସେଣ୍ଟରରୁ ହିଁ କାମ କରିବ ।ଏଥିଲାଗି ରାଜ୍ୟ ଓ କେନ୍ଦ୍ରର ପାଖାପାଖି ୨୦ରୁ ଅଧିକ କର୍ମଚାରୀ ନିୟୋଜିତ ହେବେ।

ସହିଦନଗରରେ ସ୍ମାର୍ଟ ପାର୍କ

ଏହି ପାର୍କରେ ସ୍ପ୍ଲାଶ (ପାଣି ଖେଳ), ୱାଚ ଟାୱାର, ମୁକ୍ତାକାଶ ଆମ୍ପିଥିଏଟର, ମୁକ୍ତାକାଶ ଆର୍ଟ ଗ୍ୟାଲେରୀ, ପିଲାମାନଙ୍କ ଖେଳ ଉପକରଣ ଏବଂ ବ୍ୟାୟାମ ଉପକରଣ ଆଦି ବ୍ୟାପକ ସୁବିଧା ରହିଛି ।

ଆଡାଫ୍ଟିଭ ଟ୍ରାଫିକ ସିଗନାଲ ନିୟନ୍ତ୍ରଣ ବ୍ୟବସ୍ଥା

ଏହି ସୌରଚାଳିତ ଆଡାଫ୍ଟିଭ ଟ୍ରାଫିକ ସିଗନାଲ ନିୟନ୍ତ୍ରଣ ବ୍ୟବସ୍ଥା ଜରିଆରେ ଛକ ଗୁଡିକରେ ଯାତାୟତ ସମୟ ହ୍ରାସ ହେବାସହ ଟ୍ରାଫିକ ସୁପରିଚାଳନା କରାଯାଇପାରିବ ।

ସେନସୋରୀ ପାର୍କ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଓ ବିଏମସି ତରଫରୁ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପାର୍କ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱର ଅର୍ବାନ ନଲେଜ ସେଣ୍ଟର୍ ଦ୍ୱାରା ଡିଜାଇନ ହୋଇଥିବା ଏହି ପାର୍କରେ ରାମ୍ପ,ସ୍ୟାଣ୍ଡ ଫିଟ୍,ରବର ଚଟାଣ ତଥା ବ୍ରେଲି ୱାଲ ଏବଂ ମାଟି, ଘାସ ଓ ବାଲିଗରଡାରେ ପ୍ରସ୍ତୁତ ସ୍ୱତନ୍ତ୍ର ରିଫ୍ଲେକ୍ସୋଲୋଜି ଚଲାପଥା ରହିବ । ପ୍ରାୟ ୦.୪ ଏକର ପରିମିତ ଜାଗାରେ ନିର୍ମାଣ ହେବାକୁ ଥିବା ଏହି ପାର୍କ ନିର୍ମାଣ ପାଇଁ ମୋଟ ଏକ କୋଟି ଟଙ୍କା ଖର୍ଚ୍ଚ ହେବ।

ସମନ୍ୱିତ ଜନସେବା କେନ୍ଦ୍ର ଏହି ସମନ୍ୱିତ ଜନସେବା କେନ୍ଦ୍ରରେ ବିଲ ପେମେଣ୍ଟ ବ୍ୟବସ୍ଥା, ଡାକ୍ତରଖାନା,ଦିନରେ ଶିଶୁଙ୍କ ରକ୍ଷଣାବେକ୍ଷଣା ଗୃହ, ୱାର୍ଡ ଅଫିସ, ବହୁମୂଖୀ ହଲ, ପାଠାଗାର, ଲାଇବ୍ରେରୀ ଏବଂ ଦକ୍ଷତା ବିକାଶ କେନ୍ଦ୍ର ରହିବ । ପ୍ରାୟ ୦.୩ ଏକରର ସ୍ଥାନରେ ଏହି ଜନସେବା କେନ୍ଦ୍ର ନିର୍ମାଣ ହେବ।

#smartcity #commandcentre

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon