• padmabati kund

CBSE,ICSE ପରେ ଏବେ ଛାତ୍ରଙ୍କ ପସନ୍ଦ ବ୍ରିଟିଶ ବୋର୍ଡ ସିଆଇଇ (CIE)


ଭାରତରେ ବର୍ତ୍ତମାନ ବ୍ରିଟିଶ ବୋର୍ଡ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ବିଗତ ପାଞ୍ଚବର୍ଷ ମଧ୍ୟରେ ଦେଶର ବହୁ ବିଦ୍ୟାଳୟ ବ୍ରିଟିଶ ବୋର୍ଡ ଯଥା ଇଣ୍ଟରନାସିନାଲ ବାକାଲଉରେଟ(IB) ଓ ଦ କେମ୍ବ୍ରିଜ ଆସେସମେଣ୍ଟ ଇଣ୍ଟରନାସିନାଲ ଏଜୁକେସନ (CIE)ର ପାଠ୍ୟକ୍ରମ ଯୋଗାଉ ଥିବାର ଦେଖିବାକୁ ମିଳୁଛି। ଏଥିମଧ୍ୟରୁ ଛାତ୍ରମାନଙ୍କ ମଧ୍ୟରେ  ବ୍ରିଟିଶ ବୋର୍ଡ ସିଆଇଇ (CIE)ର ଚାହିଦା ବଢିବାରେ ଲାଗିଛି।

ବ୍ରିଟିଶ ବୋର୍ଡ ସିଆଇଇ (CIE)ରେ ଛାତ୍ର ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତ 2014 ରୁ 2016 ମସିହା ମଧ୍ୟରେ ଏଥିରେ 10ପ୍ରତିଶତ ବୃଦ୍ଧି ପାଇଥିଲା ଓ 2017 ମସିହାରେ 6.1ପ୍ରତିଶତ ବୃଦ୍ଧି ପାଇଥିଲା। ବର୍ତ୍ତମାନ ସମୟରେ ବ୍ରିଟିଶ ବୋର୍ଡ ସିଆଇଇ (CIE)ର ଛାତ୍ର ସଂଖ୍ୟା ପାଖାପାଖି 69,000 ହେବ, ଯାହାକି ICSEର ଭାରତ ସମସ୍ତ ଛାତ୍ରସଂଖ୍ୟାଠାରୁ ମାତ୍ର 7,000 କମ । ସେହିପରି ସୁଇଜରଲ୍ୟାଣ୍ଡର ଆଇ.ବି (IB) ପାଠ୍ୟକ୍ରମରେ 2013 ମସିହା ସୁଦ୍ଧା ମୋଟ 92ଟି ସ୍କୁଲ ଥିଲା ଓ ବର୍ତ୍ତମାନ ଏହାର ସଂଖ୍ୟା 146 ଅଛି।

ଏହା ଛାତ୍ରମାନଙ୍କୁ ଅନ୍ତର୍ଜାତିକ ଶିକ୍ଷା ଦେବା ସହିତ ଏହା ଭାରତୀୟ ଶିକ୍ଷାବର୍ଷ ସହିତ ତାଳ ଦେଇ ନିଜର ବ୍ୟବସ୍ଥା ପରିବର୍ତ୍ତନ କରାଇଛି। ବ୍ରିଟିଶ ବୋର୍ଡ ସିଆଇଇ (CIE) ତରଫରୁ କେବଳ ଭାରତୀୟ ଛାତ୍ରମାନଙ୍କ ପାଇଁ ମାର୍ଚ୍ଚ ମାସରେ ପରୀକ୍ଷା କରାଯାଇଥାଏ। ଏହାବ୍ୟତୀତ ଭାରତୀୟ ବିଷୟ ଯଥା ହିନ୍ଦୀ ଓ ସଂସ୍କୃତ ମଧ୍ୟ ନିଜ ପାଠ୍ୟଖସଡାରେ ସାମିଲ କରାଯାଇଛି।

ବ୍ରିଟିଶ ବୋର୍ଡ ସିଆଇଇ (CIE)ବର୍ତ୍ତମାନ ସମଗ୍ର ବିଶ୍ଵରେ ଲୋକପ୍ରିୟ ଅଟେ। ବିଶ୍ଵର ମୋଟ 160ଟି ଦେଶରେ 22ଲକ୍ଷରୁ ଅଧିକ ଛାତ୍ର ଅଛନ୍ତି। ସ୍ଵାଧୀନତା ପୂର୍ବରୁ ଭାରତରେ ଅଳ୍ପ କିଛି ବିଦ୍ୟାଳୟରେ ବ୍ରିଟିଶ ବୋର୍ଡ ସିଆଇଇ (CIE)ର ପାଠ୍ୟକ୍ରମ ରହିଥିଲା। ମାତ୍ର 1990 ମସିହା ପରଠାରୁ ଏହାର ସଂଖ୍ୟା ବୃଦ୍ଧି ପାଇଥିଲା।

ପ୍ରତିବର୍ଷ 30 ରୁ 40 ଟି ବିଦ୍ୟାଳୟରେ ଏହି ବ୍ରିଟିଶ ବୋର୍ଡ ସିଆଇଇ (CIE) ଯୋଗ କରାଯାଉଛି। 2013ରେ ଏହାର ସଂଖ୍ୟା 340 ଥିବାବେଳେ 2017ରେ ସ୍କୁଲ ସଂଖ୍ୟା 420କୁ ବୃଦ୍ଧି ପାଇଛି। କିନ୍ତୁ ଏହି ଆନ୍ତର୍ଜାତୀୟ ପାଠ୍ୟସୂଚୀ କେବଳ ବଡ ବଡ ସ୍କୁଲରେ ଯୋଗାଇ ଦିଆଯାଉଛି ଓ ଏହାର ଫି ମଧ୍ୟ ବହୁତ ଦାମୀ ରହୁଛି।

ସିଆଇଇ ସାଉଥ ଏସିଆର ରିଜିଓନାଲ ନିର୍ଦ୍ଦେଶକ ରୁଚିକା ଘୋଷ କହିଛନ୍ତି ଯେ, “ବର୍ତ୍ତମାନ ସଂପୂର୍ଣ୍ଣ ପାଠ୍ୟ ପରିବେଶ ବଦଳି ଯାଇଛି। ଅନ୍ତର୍ଜାତିକ ଶିକ୍ଷା ପାଇଁ ଛାତ୍ର ମାନଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି। ଆଗକୁ ମଧ୍ୟ ବିଶ୍ଵ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ଅନୁଷ୍ଠାନ ସହିତ ବ୍ରିଟିଶ ବୋର୍ଡ ସିଆଇଇ (CIE)କୁ ଯୋଗ କରିବାକୁ ଚେଷ୍ଟା କରୁଛୁ।“

#education #britishboard

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon