• ବେତାର ବ୍ୟୁରୋ

ବୃହସ୍ପତି ମାର୍ଗୀ:ଚାକିରୀ ଓ ବ୍ୟବସାୟରେ ନୂଆ ସୁଯୋଗ


ବୃହସ୍ପତି ଗ୍ରହଙ୍କୁ ଧର୍ମସ୍ଥଳ, ରାଜନୀତି, ନ୍ୟାୟ ଓ ଦାନପୁଣ୍ୟ ଆଦିର ବାହକ ବୋଲି କୁହାଯାଏ। ବୃହସ୍ପତିଙ୍କ ବେଗ ପରିବର୍ତ୍ତନ ବା ବକ୍ରୀ ହେବା ହେତୁ ଏହି ସବୁ ମାମଲାରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଜୁଲାଇ ୧୦ (ମଙ୍ଗଳବାର)ରୁ ବୃହସ୍ପତି ବେଗ ପରିବର୍ତ୍ତନ କରି ସଳଖ ବା ମାର୍ଗୀ ହେବେ ଓ ଆସନ୍ତା ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ସମସ୍ତ ୧୨ଗୋଟି ରାଶି ଉପରେ ପଡିବ। ଜାଣନ୍ତୁ ଆପଣଙ୍କ ରାଶି ଉପରେ ଏହାର ପ୍ରଭାବ କଣ ରହିବ।

ମେଷ: ଚାକିରୀ ଓ ବ୍ୟବସାୟ ବାଣିଜ୍ୟରେ ଲାଭ କ୍ଷତି ଉଭୟ ଲାଗି ରହିବ। କାର୍ଯ୍ୟରେ ଅଧିକ ବ୍ୟସ୍ତ ରହିବା ହେତୁ ପରିବାରକୁ ସମୟ ଦେଇପାରିବେ ନାହିଁ। ସମାଜରେ ସମ୍ମାନ ବୃଦ୍ଧି ପାଇବ। ଜମିବାଡି ସଙ୍କ୍ରାନ୍ତରେ ବହୁ ଦିନରୁ ଲାଗି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ବୃଷ: ନୂତନ କଥା ଶିଖିବାକୁ ପାଇବେ। ଚାକିରୀ ଖୋଜୁଥିବା ଲୋକମାନଙ୍କୁ ନୂତନ ସୁଯୋଗ ମିଳିବ। ସହକର୍ମୀ ମାନେ ସହଯୋଗର ହାତ ବଢାଇବେ। ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ପଡିବ।

ମିଥୁନ: କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି ଓ ଉଚ୍ଚ ଅଧିକାରୀମାନେ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ। ବ୍ୟବସାୟ କରୁଥିବା ଲୋକମାନେ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଆର୍ଥିକ ସ୍ଥିତିରେ ଉନ୍ନଟି ଘଟିବ।

କର୍କଟ: ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଆୟରେ ବୃଦ୍ଧି ଘଟିବ। ନୂତନ ଜମିବାଡି କିଣିପାରନ୍ତି। ବ୍ୟବସାୟ ବାଣିଜ୍ୟରେ ସାମାନ୍ୟତମ ସମସ୍ୟା ଦେଖାଯାଇପାରେ। କ୍ୟାରିୟରକୁ ନେଇ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ।

ସିଂହ: ସକାରାତ୍ମକ ମନୋଭାବ ବୃଦ୍ଧି ପାଇବ। ପରିବାର ଓ ବନ୍ଧୁମାନେ ସହଯୋଗର ହାତ ବଢାଇବେ। ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଚାକିରୀ କ୍ଷେତ୍ରରେ ନୂତନ ସୁଯୋଗ ମିଳିବାର ସମ୍ଭାବନା ଅଛି।

କନ୍ୟା: ବହୁ ଦିନରୁ ଆଶାକରିଥିବା ଦିଗରୁ ଅର୍ଥ ଆଗମନ ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅର୍ଥ କରଜ ନେବା ବେଳେ କିମ୍ବା କରଜ ଦେବାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପେଟ ସମସ୍ୟା ଦେଖାଦେଇ ପରେ।

ତୁଳା: ସକାରାତ୍ମକ ମନୋଭାବ ରଖି ନୁତନ କାର୍ଯ୍ୟ ଆରମ୍ଭ କରିବେ। ଆପଣଙ୍କର କାମ କିମ୍ବା କଥାବାର୍ତ୍ତା ଲୋକଙ୍କ ଉପରେ ଭଲ ପ୍ରଭାବ ପକାଇବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ।

ବିଛା: ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ବହୁତ ଭଲ ରହିବ। ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ କରିପାରନ୍ତି। ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି।

ଧନୁ: ବାଣିଜ୍ୟ କାରବାରରେ ଅଧିକ ଲାଭ ପାଇବେ। ଅଚାନକ ଧନପ୍ରାପ୍ତି ଯୋଗ ରହିଛି। ନୂତନ କଥା ଶିଖିବାକୁ

ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମ ସଂପର୍କକୁ ନେଇ କିଛି ବଡ ନିଷ୍ପତ୍ତି ନେବେ।

ମକର: ଚାକିରୀ କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ହୋଇପାରେ ଓ ନୂତନ ଚାକିରୀ ଖୋଜୁଥିବା ବ୍ୟକ୍ତି ମାନଙ୍କୁ ଚାକିରୀ ମିଳିବ। ବାଣିଜ୍ୟ କାରବାରକୁ ନେଇ ଦୁରସ୍ଥାନକୁ ଯାତ୍ରା କରିବେ। ନିଜ କର୍ମ ଉପରେ ନିଜେ ଗର୍ବ ଅନୁଭବ କରିବେ।

କୁମ୍ଭ: କର୍ମକ୍ଷେତ୍ରରେ କାମରେ କିଛି ପରିବର୍ତ୍ତନ ହେବ। ସିନିୟର ଅଧିକାରୀଙ୍କର ସହଯୋଗ ପାଇବେ। ବହୁ ଦିନରୁ ଲାଗିରହିଥିବା ମାଲିମକୋଦ୍ଦମା କାର୍ଯ୍ୟର ସମାଧାନ ହେବ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।

ମୀନ: ଚାକିରୀରେ ସ୍ଥାନାନ୍ତରଣ ଯୋଗ ରହିଛି। ଅଧିକ ଖର୍ଚ୍ଚ କରିବେ। ଦାମ୍ପତ୍ୟ ଜୀବନରେ ସମସ୍ୟା ଲାଗି ରହିବ। ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ପଡିବ। ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ଭୋଗ କରିବେ। ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ।

#astrology #jupiterprogression

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon