• padmabati kund

ସାମସଙ୍ଗର ନୋଇଡା ଫ୍ୟାକ୍ଟ୍ରୀରେ ମିଳିବ ୭୦,୦୦୦ ନିଯୁକ୍ତି


ବିଶ୍ଵର ସବୁଠାରୁ ବଡ ମୋବାଇଲ ଫ୍ୟାକ୍ଟ୍ରୀକୁ ଗତ ଜୁଲାଇ ୯ ତାରିଖ (ସୋମବାର) ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍ ଜେନ ଇନ ମିଳିତ ଭାବେ ଉଦ୍‍ଘାଟନ କରିଛନ୍ତି। ଏହି ଫ୍ୟାକ୍ଟ୍ରୀରେ ମୋଟ ୭୦,୦୦୦ କର୍ମଚାରୀ ନିଯୁକ୍ତ ହେବେ ଓ ଏହା ମେକଇନ ଇଣ୍ଡିଆ ଯୋଜନାକୁ ମଧ୍ୟ ଅଧିକ ମଜଭୁତ କରିବ।

ଏହି ଫ୍ୟାକ୍ଟ୍ରୀର ପରିସରରରୁ ସାମସଙ୍ଗର ମୋବାଇଲ ସହ ଟେଲିଭିଜନ, ରେଫ୍ରିଜରେଟର ଏବଂ ଅନ୍ୟ ଇଲେକ୍ଟ୍ରୋନିକ ଉତ୍ପାଦନକୁ ଦ୍ୱିଗୁଣିତ କରାଯିବ। ଉତ୍ତରପ୍ରଦେଶ ନୋଏଡ଼ା ୮୧ ସେକ୍ଟରରେ ମୋଟ ୩୫ ଏକର ଜାଗାରେ ସାମସଙ୍ଗର ଏହି କାରଖାନା ନିର୍ମାଣ ହୋଇଛି।

ଏହି କାରଖାନାରେ ମାସକୁ ପ୍ରାୟ ୫୦ ଲକ୍ଷ ମୋବାଇଲ ଫୋନ ଉତ୍ପାଦ ହେଉଥିଲା, ଯାହା ସମ୍ପ୍ରସାରଣ ପରେ ବୃଦ୍ଧି ପାଇ ୧କୋଟି ୨୦ଲକ୍ଷରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଏହି ଫ୍ୟାକ୍ଟ୍ରୀ ଉଦ୍ଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, “କୋରିଆ ଉତ୍ପାଦ ଭାରତର ପ୍ରାୟ ମଧ୍ୟବିତ ଲୋକଙ୍କ ଘରେ ରହିଛି। ଏହି କାରଖାନା ମେକଇନ ଇଣ୍ଡିଆ ଯୋଜନାକୁ ଅଧିକ ମଜଭୁତ କରିବ ଓ ଆଗକୁ ବଢାଇବାରେ ସାହାଯ୍ୟ କରିବ। ଏହି କାରଖାନା ଦ୍ୱାରା ଭାରତରେ ସାମସଙ୍ଗର ସ୍ଥିତି ଅଧିକ ମଜଭୁତ ହେବ।“

ସାମସଙ୍ଗର ଏହି ନୋଏଡ଼ାସ୍ଥିତ କାରଖାନାର ସମ୍ପ୍ରସାରଣ ପାଇଁ ୪,୯୧୫ କୋଟି ଟଙ୍କା ନିବେଶ କରାଯାଇଛି ଓ ଏହି କାରଖାନାରୁ ବିଭିନ୍ନ ଉତ୍ପାଦ ୟୁରୋପ ଏବଂ ଆମେରିକାକୁ ରପ୍ତାନୀ କରାଯିବ।

ଏହି ସାମସଙ୍ଗର ନୋଏଡ଼ାସ୍ଥିତ ଫ୍ୟାକ୍ଟ୍ରୀରୁ ମୋବାଇଲ ଉତ୍ପାଦନରେ ଏହା ଗ୍ରାହକ ମାନଙ୍କୁ ସାମାନ୍ୟତମ ଶସ୍ତାରେ ମିଳିବ ବୋଲି ଆଶା କରାଯାଉଛି।ବର୍ତ୍ତମାନ ଭାରତରେ ସାମସଙ୍ଗର ଉତ୍ପାଦନ ମାତ୍ର ୧୦% ଥିବାବେଳେ ଏହାକୁ ଆସନ୍ତା ୩ ବର୍ଷ ମଧ୍ୟରେ ନିଜର ମୋଟ ଉତ୍ପାଦର ୫୦% ଅଂଶ ଭାରତକୁ ସ୍ଥାନାନ୍ତର କରିବାକୁ ଚାହୁଁଛି।

ବର୍ତ୍ତମାନ ଭାରତରେ ସାମସଙ୍ଗର ଦୁଇଟି କାରଖାନା ରହିଛି। ଅନ୍ୟ କାରଖାନାଟି ତାମିଲନାଡୁର ଶ୍ରୀପେରୁବନ୍ଦରରେ ରହିଛି ଓ ଏହାବ୍ୟତୀତ ସାମସଙ୍ଗର ୫ଟି ଗବେଷଣା ଏବଂ ବିକାଶ କେନ୍ଦ୍ର ମଧ୍ୟ ଭାରତରେ ରହିଛି।

ସୂଚନା ମୁତାବକ ୨୦୧୬-୧୭ରେ ସାମସଙ୍ଗ ବିଭିନ୍ନ ଉତ୍ପାଦ ବିକ୍ରିରୁ ୫୦,୦୦୦ କୋଟି ଟଙ୍କା ଆୟ କରିଥିଲା। ଏଥିମଧ୍ୟରୁ କେବଳ ମୋବାଇଲ ଫୋନ୍‍ ବିକ୍ରିରୁ ୩୪,୦୦୦ କୋଟି ଟଙ୍କା ଆୟ ହୋଇଥିଲା।

#jobs #oppertunity

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon