- ବେତାର ବ୍ୟୁରୋ
ଏପରି ସଜାନ୍ତୁ ବେଡରୁମ, ବଢିବ ଦାମ୍ପତ୍ୟସୁଖ

ଦାମ୍ପତ୍ୟ ଜୀବନ ହସଖୁସିରେ ବିତାଇବା ପାଇଁ ପତି ପତ୍ନୀଙ୍କ ଉତ୍ତମ ବୁଝାମଣା ରହିବା ଯେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ବାସ୍ତୁ ମଧ୍ୟ ସେତିକି ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ। ଦାମ୍ପତ୍ୟ ଜୀବନରେ ପତିପତ୍ନୀଙ୍କ ଶୟନକକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଦିନର ଅଧିକାଂଶ ସମୟ ଶୟନକକ୍ଷରେ ବିତାଉଥିବାରୁ ବାସ୍ତୁ ଅନୁସାରେ ଏପରି କିଛି ଜିନିଷ ବା ନିୟମ ରହିଛି ଯାହାକି ପତିପତ୍ନୀଙ୍କ ସମ୍ପର୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ।
ଜାଣିରଖନ୍ତୁ ବାସ୍ତୁ ଅନୁସାରେ କିପରି ଶୟନକକ୍ଷକୁ ପ୍ରସ୍ତୁତ କରିବେ।
୧. ବାସ୍ତୁ ଅନୁସାରେ ପତିପତ୍ନୀଙ୍କ ଶୟନକକ୍ଷ ସବୁବେଳେ ଘରର ଉତ୍ତର-ପଶ୍ଚିମ ଦିଗରେ ତିଆରି ହେବା ଆବଶ୍ୟକ ଓ ଏହି କୋଣରେ ମଧ୍ୟ ଖଟକୁ ରଖିବା ଉଚିତ। ଯଦି ଏହି କକ୍ଷ ମଧ୍ୟରେ ଦକ୍ଷିଣ-ପୂର୍ବ ଦିଗରେ ଏହି ଖଟ ରଖିଛନ୍ତି ତେବେ ଆପଣଙ୍କୁ ରାତ୍ରିରେ ନିଦ ଲାଗିବ ନାହିଁ ଓ ଆପଣଙ୍କ ମଧ୍ୟରେ କ୍ରୋଧ ବଢିବାରେ ଲାଗିବ।
୨. ଶୟନକକ୍ଷରେ କିମ୍ବା ଖଟର ଆଖପାଖରେ ଖାଦ୍ୟପେୟ, ଜଗ,ଢାଳ ଇତ୍ୟାଦି ରଖନ୍ତୁ ନାହିଁ। ଏହାଦ୍ଵାରା ମାନସିକ ସନ୍ତୁଳନ ବିଗିଡିଥାଏ ଓ ପତିପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥାଏ। ଖଟ ତଳେ ଅଧିକ ଜିନିଷ ରଖନ୍ତୁ ନାହିଁ।
୩. ଶୟନକକ୍ଷର କାନ୍ଥକୁ କିଛି ହଲକା ଓ ଉଜ୍ଜ୍ଵଳ ରଙ୍ଗରେ ସଜାନ୍ତୁ, ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ବୁଝାମଣା ବଢିଥାଏ। କାନ୍ଥରେ କୌଣସି ଭୟଙ୍କର ଫଟୋ ଲଗାନ୍ତୁ ନାହିଁ ଏହାଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ। କକ୍ଷ ମଧ୍ୟରେ ସତେଜ ଫୁଲ ରଖନ୍ତୁ ଏହା ଆପଣଙ୍କ ସମ୍ପର୍କରେ ନୂତନତ୍ତ୍ଵ ଭରିଦେବ।
୪. ଯଦି କକ୍ଷର କାନ୍ଥ ଫାଟିଯାଇଛି କିମ୍ବା ଫଟା ଦାଗ ରହିଛି ତେବେ ଏହାକୁ ତୁରନ୍ତ ମରାମତି କରନ୍ତୁ,କାରଣ ଏହାଦ୍ୱାରା ପତିପତ୍ନୀଙ୍କ ସମ୍ପର୍କରେ ମଧ୍ୟ ଫାଟ ପଡିବା ଆରମ୍ଭ ହୋଇଥାଏ।
୫. ଶୟନକକ୍ଷକୁ ସବୁବେଳେ ସଫା ଓ ପରିଷ୍କାର ରଖନ୍ତୁ। ଯଦି ଆପଣ ଏହାକୁ ସଫା କରୁନାହାନ୍ତି କିମ୍ବା ଧୁଳି ଜମି ରହୁଥାଏ ତେବେ ଏହା ଆପଣଙ୍କର ସମ୍ପର୍କରେ ମଧ୍ୟ ପ୍ରଭାବ ପକାଇବ।
୬.ସେହିପରି ଶୟନକକ୍ଷ ଭିତରେ ବଡ ପାଟିରେ କଥାବାର୍ତ୍ତା କରନ୍ତୁ ନାହିଁ ଓ କକ୍ଷ ମଧ୍ୟରେ ଧାରୁଆ ଜିନିଷ ଯଥା ଛୁରୀ, କଟୁରୀ ଇତ୍ୟାଦି ରଖନ୍ତୁ ନାହିଁ।
୭. ଶୟନକକ୍ଷ ମଧ୍ୟରେ ଇଲେକ୍ଟ୍ରୋନିକ ଜିନିଷ ଯଥା ଟିଭି, କମ୍ପ୍ୟୁଟର ରଖନ୍ତୁ ନାହିଁ। ଏଥିରୁ ବାହାରୁଥିବା ଅତିବାଇଗଣୀ ରଶ୍ମିର ପ୍ରଭାବରେ ଆପଣଙ୍କର ମାନସିକ ଦୁଶ୍ଚିନ୍ତା ବଢିଥାଏ। ଯଦି କକ୍ଷରେ ଏହିସବୁ ଜିନିଷ ରଖିଛନ୍ତି ତେବେ ଏହାକୁ ବ୍ୟବହାର କରୁନଥିବା ସମୟରେ ଘୋଡାଇ ରଖନ୍ତୁ।