• padmabati kund

ଏହି ଦୁଇ ଜିଲ୍ଲାରେ ବାହାରିଲା ସରକାରୀ ସ୍କୁଲରେ ଚୁକ୍ତିଭିତ୍ତିକ ଶିକ୍ଷକ ଚାକିରୀ


ଖୋର୍ଦ୍ଧା ଓ ବରଗଡ ଜିଲ୍ଲାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଅଧିନସ୍ଥ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଛି। 

ପଦବୀ ଓ ଦରମା

ଖୋର୍ଦ୍ଧା ଜିଲ୍ଲାରେ ମୋଟ 4 ପ୍ରକାର ପଦବୀ ଯଥା BSc Bed, BA Bed, ହିନ୍ଦୀ ଶିକ୍ଷକ ଓ PET ତାଲିମପ୍ରାପ୍ତ ଶିକ୍ଷକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଯୋଗ୍ୟବିବେଚିତ ତାଲିମପ୍ରାପ୍ତ BSc Bed, BA Bed, ହିନ୍ଦୀ ଶିକ୍ଷକଙ୍କୁ ମାସିକ ଟ.16,880 ଓ PET ଶିକ୍ଷକଙ୍କୁ ମାସିକ ଟ. 9,250 ଦରମା ପ୍ରଦାନ କରାଯିବ। 

ସେହିପରି ବରଗଡ଼ ଜିଲ୍ଲାରେ ବିଭିନ୍ନ ଶିକ୍ଷକ ଓ ଅଣଶିକ୍ଷକ (କ୍ଲର୍କ, ପିଅନକୁ ମିଶାଇ) ନିଯୁକ୍ତିରେ ମୋଟ 33ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆବେଦନ ତାରିଖ

ଖୋର୍ଦ୍ଧା ଜିଲ୍ଲାରେ ଆବେଦନ କରିବା ପାଇଁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଜୁଲାଇ 31 ତାରିଖ ମଧ୍ୟରେ ଦରଖାସ୍ତ ଦାଖଲ କରିପାରିବେ। ନିର୍ଦ୍ଧାରିତ ଫର୍ମରେ ଦରଖାସ୍ତ ସହ ସମସ୍ତ ଆବଶ୍ୟକୀୟ ସାର୍ଟିଫିକେଟ ସଲଗ୍ନ କରି ଜିଲ୍ଲା ମଙ୍ଗଳ ଅଧିକାରୀ, ଖୋର୍ଦ୍ଧାଙ୍କ କାର୍ଯ୍ୟାଳୟରେ ରେଜିଷ୍ଟର କିମ୍ବା ସ୍ପିଡ ପୋଷ୍ଟ ଦ୍ଵାରା ଦାଖଲ କରିବେ।

ସେହିପରି ବରଗଡ ଜିଲ୍ଲା ପାଇଁ ଆସନ୍ତା ଅଗଷ୍ଟ ମାସ 8 ତାରିଖ ସନ୍ଧ୍ୟା 5ଟା ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ, ବରଗଡଙ୍କ କାର୍ଯ୍ୟାଳୟରେ ରେଜିଷ୍ଟର କିମ୍ବା ସ୍ପିଡ ଡାକ ଦ୍ଵାରା ଦାଖଲ କରିବେ।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ତା 1.1.2018 ସୁଦ୍ଧା 21 ବର୍ଷରୁ ଅଧିକ ଓ 32 ବର୍ଷରୁ କମ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି,ଓବିଶି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା 5 ବର୍ଷ କୋହଳ କରାଯାଇଛି ଓ ଶାରୀରିକ ଅକ୍ଷମ ମାନଙ୍କ ପାଇଁ ସର୍ବାଧିକ ବୟସସୀମା 10 ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

BSc Bed ପଦ ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ବିଜ୍ଞାନରେ 50% ମାର୍କ ରଖି ପାସ କରିଥିବା ଆବଶ୍ୟକ। ସେହିପରି BA Bed ପଦ ପାଇଁ ପ୍ରାର୍ଥୀ  ମାନ୍ୟତାପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ କଳା କିମ୍ବା ବାଣିଜ୍ୟରେ 50% ମାର୍କ ରଖି ପାସ କରିଥିବା ଆବଶ୍ୟକ।  ହିନ୍ଦୀ ଶିକ୍ଷକ ପାଇଁ ଗ୍ରାଜୁଏସନରେ ହିନ୍ଦୀ ବିଷୟରେ  ଅନର୍ସ,ପାସ କିମ୍ବା ଅପ୍ସନାଲ ରଖି ପାସ କରିଥିବା ଆବଶ୍ୟକ ସେହିପରି PET ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇରେ 50% ଅଧିକ ମାର୍କ ରଖିଥିବା ଆବଶ୍ୟକ। ଏହା ସହିତ ଆବେଦନକାରୀ ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ପାସ କରିଥିବା ଆବଶ୍ୟକ।

ଆବଶ୍ୟକୀୟ ପ୍ରମାଣପତ୍ର

ପ୍ରାର୍ଥୀ ଆବେଦନ କରିବା ପାଇଁ ଆବେଦନ ଫର୍ମ ସହିତ ଆଟେଷ୍ଟେଡ ମାଟ୍ରିକ ସାର୍ଟିଫିକେଟ ଜେରକ୍ସ ଓ ଅନ୍ୟାନ୍ୟ ଶିକ୍ଷାଗତ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର ଜେରକ୍ସ,  ଆବାସିକ ପ୍ରମାଣପତ୍ର ଜେରକ୍ସ, ବୈଧ ଏମ୍ପଲୟମେଣ୍ଟ ରେଜିଷ୍ଟ୍ରେସନ କାର୍ଡ ଜେରକ୍ସ, ଶାରୀରିକ ଅକ୍ଷମତା ପ୍ରମାଣପତ୍ର ଜେରକ୍ସ ଓ ଦୁଇଟି ପାସପୋର୍ଟ ସାଇଜ କଲର ଫଟୋ ଦେବାକୁ ପଡିବ। ଏହା ସହିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଟ.200 ର ଚାଲାଣ କାଟିବାକୁ ପଡିବ।

ଏହା ସମ୍ବନ୍ଧରେ ଅଧିକ ବିବରଣୀ ଯଥା ଶିକ୍ଷାଗତ ଯୋଗ୍ୟତା, ଆବେଦନ ପ୍ରଣାଳୀ ଇତ୍ୟାଦି ବିଷୟରେ ଜାଣିବା ସଖୋର୍ଦ୍ଧା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ୱେବସାଇଟ www.khordha.nic.in  ଓ ବରଗଡ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ୱେବସାଇଟ www.bargarh.nic.in ରେ ଲଗଇନ କରି ଚେକ କରି ପାରିବେ।

#jobs #teacherjob

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon