- padmabati kund
ଖୋଲିଲା ଓଡିଶାର ସବୁଠୁ ବଡ ମଲ: ଏସପ୍ଲାନେଡ 1

ରାଜଧାନୀ ଭୁବନେଶ୍ଵରରେ ନିର୍ମାଣ ହୋଇଛି ଓଡିଶାର ନମ୍ବର 1ଓ ଭୁବନେଶ୍ଵରର ସବୁଠୁ ବଡ ମଲ। ଭୁବନେଶ୍ଵର ରସୁଲଗଡରୁ ବମିଖାଲ ଯିବା ରାସ୍ତାରେ ନିର୍ମାଣ ହୋଇଥିବା ଏହି ମଲ୍ ର ନାମ ହେଉଛି
“ଏସପ୍ଲାନେଡ ୧”। ଜୁଲାଇ 12 ତାରିଖ (ଗୁରୁବାର ଦିନ) ଏହାର ଉଦଘାଟନ ହେବ।
ବିଶ୍ଵର ସବୁଠୁ ବଡ ନିର୍ମାଣକାରୀ ସଂସ୍ଥା ଅଷ୍ଟ୍ରେଲିଆର ଲିଗଟନ କମ୍ପାନୀ ଏହି ମଲ ନିର୍ମାଣ କରିଛି । ଏହି ମଲ ପାଇଁ ଫୋରମ ଗ୍ରୁଫ ମୋଟ 500 କୋଟି ଟଙ୍କା ଖର୍ଚ୍ଚ କରିଛି ଓ ପ୍ରାୟ 4ଲକ୍ଷ 50ହଜାର ବର୍ଗଫୁଟ ଜାଗାରେ ଏହା ନିର୍ମାଣ ହୋଇଛି।
ଏଠାରେ ବିଭିନ୍ନ ବ୍ରାଣ୍ଡର ସପିଙ୍ଗ ଷ୍ଟୋର ସହିତ ଲୋକଙ୍କର ମନୋରଞ୍ଜନ ପାଇଁ ବିଭିନ୍ନ ସୁବିଧା ମିଳିବ। ଏହା ସହିତ ସିନେମା ହଲ ଓ ଫୁଡ କୋର୍ଟର ବ୍ୟବସ୍ଥା ମଧ୍ୟ ରହିଛି।ଏଠାରେ ରିଟେଲ ଆଉଟଲେଟ,ଖାଦ୍ୟ ଓ ମନୋରଞ୍ଜନ ପାଇଁ ମୋଟ 150ଟି ଷ୍ଟୋର ଖୋଲାଯାଇଛି, ଯେଉଁଠାରେ ପୋଷାକ ଠାରୁ ଆରମ୍ଭ କରି ବିଭିନ୍ନ ଦରକାରୀ ଜିନିଷ ପାଇପାରିବେ।
ସିନେପୋଲିସ ମଲ୍ଟିପ୍ଲେକସ
ଏହି ମଲ ରେ “ସିନେପଲିସ” ନାମକ ମଲ୍ଟିପ୍ଲେକ୍ସ ସିନେମା ହଲ ମଧ୍ୟ ରହିଛି। ଏକାସାଙ୍ଗେ ଏହି ସିନେମା ହଲରେ 7ଟି ପରଦାରେ ସିନେମା ଚାଲିବ ଓ ମୋଟ 1250 ଜଣ ଦର୍ଶକଙ୍କ ପାଇଁ ଆରମଦୟାକ ସିଟ ରହିଛି । ସିନେପୋଲିସ ହେଉଛି ମେକ୍ସିକୋ ଦେଶର ମଲ୍ଟିପ୍ଲେସ କମ୍ପାନୀ ଯାହାର ଭାରତରେ ସର୍ବମୋଟ ୩୩୯ଟି ସ୍କ୍ରିନ ରହିଛି ।
ମ୍ୟାକ୍ସ, ଲାଇଫ ଷ୍ଟାଇଲ, ହୋମ ସେଣ୍ଟର ଓ ବିଗ ବଜାର ପରି ବିଭିନ୍ନ ଆଉଟଲେଟ ସହିତ ସହିତ ଯୁବପିଢୀଙ୍କ ପାଇଁ ଫିଟନେସ ସେଣ୍ଟର, ମନୋରଞ୍ଜନ କ୍ଲବ ହାଉସ ଓ ଛୋଟ ପିଲାଙ୍କ ଖେଳିବା ପାଇଁ ଖେଳ ପଡିଆ ମଧ୍ୟ ରହିଛି। ଏହା ସହିତ ସମ୍ମିଳନୀ କକ୍ଷ, ବାର ଓ ବିଭିନ୍ନ ବ୍ୟାଙ୍କର ଏଟିଏମ ମଧ୍ୟ ରହିଛି।
ଏହି ମଲ୍ ର ତୃତୀୟ ମହଲାରୁ ନବମ ମହଲା ପର୍ଯ୍ୟନ୍ତ ଅଫିସ ପାଇଁ ଭଡା ଦିଆଯିବ ଓ ଗ୍ରାହକମାନଙ୍କ ସୁବିଧା ପାଇଁ ଲିଫ୍ଟ, ଚବିଶି ଘଣ୍ଟିଆ ପାଣି ଓ ଅଗ୍ନି ନିରାପତ୍ତାର ବ୍ୟବସ୍ଥା ମଧ୍ୟ ରହିଛି। ମଲରେ ହେବାକୁ ଥିବା ଭିଡକୁ ଲକ୍ଷ କରି 1,000 କାର ଓ ବାଇକ ପାର୍କିଙ୍ଗ ପାଇଁ ମଧ୍ୟ ସୁବିଧା ରହିଛି।
କୋଲକାତାର ରିଅଲ ଇଷ୍ଟେଟ କମ୍ପାନୀ ଫୋରମ ଗ୍ରୁପ ଭାରତର ପୂର୍ବ ଭାଗରେ ତିନିଟି ବଡ ବଡ ଶପିଙ୍ଗ ମଲ ଖୋଲିବା ପାଇଁ ମୋଟ 1400କୋଟି ଟଙ୍କା ନିବେଶ କରିଛି ସେଥି ମଧ୍ୟରୁ ଏସପ୍ଲାନେଡ ୱାନ ଅନ୍ୟତମ।