• padmabati kund

ଜାଣନ୍ତୁ ରଜନୀକାନ୍ତ, ଅକ୍ଷୟ କୁମାରଙ୍କ ଫିଲ୍ମ “2.0”ର ରିଲିଜ ତାରିଖ


ମେଗାଷ୍ଟାର ରଜନୀକାନ୍ତ ଓ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ “2.0” ବର୍ତ୍ତମାନ ବହୁତ ଚର୍ଚ୍ଚାରେ ରହିଛି। ଏହି ସମୟରେ ଫିଲ୍ମର ନିର୍ମାତା ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ନଭେମ୍ବର ମାସ 29 ତାରିଖ (ଦୀପାବଳୀ) ରେ ଏହି ଫିଲ୍ମଟି ରିଲିଜ ହେବ।

ଅକ୍ଷୟ କୁମାର ନିଜର ଟ୍ଵିଟର ଆକାଉଣ୍ଟରେ ଏହି ଫିଲ୍ମର ନୂଆ ପୋଷ୍ଟର ଶେୟାର କରି ଫିଲ୍ମର ରିଲିଜ ତାରିଖ ବିଷୟରେ ସୂଚନା ଦେଇଛନ୍ତି।

ଏହି ସାଇନ୍ସ ଫିକସନ ଫିଲ୍ମଟିକୁ ରୋବର୍ଟ-୨ ମଧ୍ୟ କୁହାଯାଉଛି ହେଉଛି। ଗତ 2010 ମସିହାରେ ତାମିଲରେ ରିଲିଜ ହୋଇଥିବା “ଏନ୍ଥିରଣ”ର ସିକ୍ଵେଲ ଭାବରେ ଏହାକୁ ନିର୍ମାଣ କରାଯାଉଛି। 

ହିନ୍ଦୀ ଭାଷାରେ ‘ଏନ୍ଥିରନ’କୁ “ରୋବଟ” ନାମରେ ରିଲିଜ କରଯାଇଥିଲା। ଏଥିରେ ରଜନୀକାନ୍ତଙ୍କ ସହିତ ଐଶ୍ଵର୍ଯ୍ୟାଙ୍କୁ ଦେଖିବାକୁ ମିଳିଥିଲା।

ଏହି  ସିକ୍ଵେଲ  ଫିଲ୍ମ “2.0”ରେ ମଧ୍ୟ ପୂର୍ବପରି ରଜନୀକାନ୍ତଙ୍କୁ ଡ.ଭସୀକରନ ଓ ଚିଟ୍ଟୀ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ। 

ଭୟଙ୍କର ଅକ୍ଷୟ

ଏହାବ୍ୟତୀତ ଅକ୍ଷୟ କୁମାର ଓ ହଲିଉଡ଼ ଷ୍ଟାର ଏମି ଜାକ୍ସନଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।ଅକ୍ଷୟ କୁମାରଙ୍କ ଲୁକକୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ ଚର୍ଚ୍ଚା ହେଉଛି। ସେ ଏହି ଫିଲ୍ମରେ ଏକ ଭିନ୍ନ ତଥା ଭୟଙ୍କର ରୂପରେ ପରଦାକୁ ଆସିବେ।

ତେବେ ଫିଲ୍ମଟିର ବିଶେଷତ୍ଵ ହେଲା ଏହା ପ୍ରଥମ ଭାରତୀୟ ଫିଲ୍ମ ଯାହା ସିଧା ସଳଖ ଥ୍ରୀ”ଡି ରେ ସୁଟିଂ ହୋଇଛି ଓ ଏହା ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ସବୁଠାରୁ ହାଇବଜେଟ ଫିଲ୍ମ ହେବ। ଫିଲ୍ମର ନିର୍ମାଣ ପାଇଁ ମୋଟ 500କୋଟି ତାଙ୍କ ଖର୍ଚ୍ଚ ହେଉଛି। ଉଭୟ ହିନ୍ଦି ଏବଂ ତାମିଲ ଭାଷାରେ ଫିଲ୍ମଟି ରିଳିଜ୍ ହେବ। ଏ.ଏ. ଫିଲ୍ମସ ଏବଂ ଗ୍ଲୋବାଲ ସିନେମା ଏହାର ବିତରଣ ଦାୟିତ୍ୱ ନେଇଛନ୍ତି।

ଏସ.ଶଙ୍କରଙ୍କ ନିର୍ଦ୍ଦେଶନା ଓ ସୁବସ୍କରନ ଅଲ୍ଲିରାଜାଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଦେବେ ଏ.ଆର ରେହମାନ। ଆସନ୍ତା ଦୀପାବଳୀକୁ ପରଦା ଉପରକୁ ଆସୁଥିବା ଫିଲ୍ମକୁ ଦର୍ଶକମାନେ ଖୁବ ପସନ୍ଦ କରିବେ ବୋଲି ନିର୍ମାତା ଆଶା ରଖିଛନ୍ତି।

#entertainment #bollywood #tollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon