- padmabati kund
ଏହି ଆପରେ ବିନା ସିମରେ କରିପାରିବେ କଲ

ଭାରତୀୟ ସଞ୍ଚାର ନିଗମ ଲିମିଟେଡ (ବି.ଏସ.ଏନ.ଏଲ) ତାର ଗ୍ରାହକମାନଙ୍କ ପାଇଁ ଏକ ନୂତନ ଆପ ଲଞ୍ଚ କରିଛି, ଯାହାକୁ ବ୍ୟବହାର କରି ଗ୍ରାହକମାନେ ବିନା ସିମ କାର୍ଡରେ ଦେଶର ଯେ କୌଣସି ନେଟୱାର୍କକୁ କଲ କରିପାରିବେ। ଗତ ବୁଧବାର ଦିନ କମ୍ପାନୀ ଏହାର ପ୍ରଥମ ଇଣ୍ଟରନେଟ ଟେଲିଫୋନି ସେବା “ୱିଙ୍ଗସ” ଆପ ଲଞ୍ଚ କରିଛି ।
ଏହି ସେବା ପାଇଁ ରେଜିଷ୍ଟ୍ରେସନ/ପଞ୍ଜୀକରଣ ଚଳିତ ସପ୍ତାହରୁ ଗ୍ରହଣ କରାହେବ ହେବ ଓ ଆସନ୍ତା ଜୁଲାଇ 25 ତାରିଖରୁ ଏହାକୁ ଆରମ୍ଭ କରାଯିବ।
ଏବେ କେବଳ ଗୋଟିଏ ମୋବାଇଲ ଆପରୁ ସେହି ମୋବାଇଲ ଆପକୁ ହିଁ କଲ କରାଯାଇପାରୁଛି। କିନ୍ତୁ “ୱିଙ୍ଗସ” ଆପ ଦ୍ଵାରା ଦେଶର ଯେ କୌଣସି ମୋବାଇଲ ନମ୍ବରକୁ କଲ କରାଯାଇପାରିବ। ଏହି ସୁବିଧା ପାଇବା ପାଇଁ ଗ୍ରାହକଙ୍କୁ ନିଜ ମୋବାଇଲକୁ ବି.ଏସ.ଏନ.ଏଲ ୱାଇ-ଫାଇ କିମ୍ବା ଯେ କୌଣସି ମୋବାଇଲ ଅପରେଟରଙ୍କ ଇଣ୍ଟରନେଟର ସଂଯୋଗ କରିଥିବା ଦରକାର।
ତେବେ ଏଥିରେ କଲ ଜିଓ ଭଳି ସଂପୂର୍ଣ୍ଣ ମାଗଣା ହେବା ବା କିଛି ଦେୟ ଦେବାକୁ ପଡିବ ସେ କଥା
କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇ ନାହିଁ ।
କମ୍ପାନୀର ଚେୟାରମ୍ୟାନ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଅନୁପମ ଶ୍ରୀବାସ୍ତବ କହିଛନ୍ତି ଯେ, “ ଏହି “ୱିଙ୍ଗସ” ଆପକୁ ଦେଶରୁ ବାହାରୁ ମଧ୍ୟ ବ୍ୟବହାର କରିହେବ। ବିଦେଶରେ ରହି ଗ୍ରାହକ ଭାରତକୁ ମଧ୍ୟ କଲ କରିପାରିବେ।
ଏହି ଆପରେ ଇଣ୍ଟରନେଟ ପ୍ରୋଟୋକଲ ସାହାଯ୍ୟରେ କଲ କରାଯିବ। ଏଥିରେ ମୋବାଇଲ ନମ୍ବର ଏକ ୱେବସାଇଟ ପରି କାମ କରିବ, ଯାହାଦ୍ୱାରା କଲ କରିଥିବା ବ୍ୟକ୍ତି ଇଣ୍ଟରନେଟ ପ୍ରୋଟୋକଲ ମାଧ୍ୟମରେ ଚିହ୍ନଟ ହୋଇପାରିବେ।
ଏହି ସେବାର ଶୁଭାରମ୍ଭ କରି ଦୁରସଞ୍ଚାର ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ଯେ, “ବର୍ତ୍ତମାନ ପ୍ରତିଯୋଗୀତା ମୂଳକ ବଜାରରେ ବି.ଏସ.ଏନ.ଏଲ ଉପସ୍ଥିତି ପ୍ରଶଂସଯୋଗ୍ୟ ଅଟେ। ଏହି ଇଣ୍ଟରନେଟ ଟେଲିଫୋନି ସେବା ଆଗାମୀ ପିଢୀର ନେଟୱର୍କକୁ ବ୍ୟବହାର କରିଛି ଯେଉଁଥିରେ ବିନା ସିମରେ ଗ୍ରାହକ କଲର ସୁବିଧା ପାଇପାରିବେ।