• padmabati kund

ଇନଫୋଶିସ ଅଫ କ୍ୟାମ୍ପସ, ରାୟଗଡ଼ାରେ 127ସରକାରୀ ଚାକିରୀ ପାଇଁ କେମିତି କରିବେ ଆବେଦନ


ଗ୍ରାଜୁଏସନ ପାସ କରିଥିବା ପ୍ରାର୍ଥୀ ମାନଙ୍କ ପାଇଁ ଓଡିଶା ସରକାରଙ୍କ ତରଫରୁ ରାୟଗଡା ଜିଲ୍ଲାରେ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ଅଫିସ,ବ୍ଲକ ଏଜୁକେସନ ଅଫିସ ଓ ସର୍ବ ଶିକ୍ଷା ଅଭିଯାନ ଅନ୍ତର୍ଭୁକ୍ତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଜୁଲାଇ 20 ତାରିଖ ମଧ୍ୟରେ ଆବେଦନ କରିପାରିବେ।ଏହାଛଡା ଇଂଜିନିୟରିଂ ପାସ କରିଥିବା ଛାତ୍ରଛାତ୍ରୀ ମାନେ ଇନଫୋଶିସ ରେ ଅଫ କ୍ୟାମ୍ପସ ନିମନ୍ତେ ଆବେଦନ କରିପାରିବେ। ଆସନ୍ତୁ ଜାଣିବା ବିସ୍ତାରରେ।

ପଦବୀ ସଂଖ୍ୟା

ରାୟଗଡା ଜିଲ୍ଲାରେ ଜୁନିୟର ଷ୍ଟେନୋଗ୍ରାଫର,ଏମ.ଆଇ.ଏସ ପ୍ଲାନିଙ୍ଗ କୋଡିନେଟର, ଆକାଉଟାଣ୍ଟ କମ ସପୋଟିଙ୍ଗ ଷ୍ଟାଫ, ପାର୍ଟ ଟାଇମ ଇନଷ୍ଟ୍ରକ୍ଟର, ୱାର୍ଡେନ, ଆକାଉଟାଣ୍ଟ, ପିଅନ, ପାର୍ଟ ଟାଇମ ସଂସ୍କୃତ,ଇଂରାଜୀ ଓ ବିଜ୍ଞାନ ଶିକ୍ଷକ ପଦ ପାଇଁ ମୋଟ 127ଟି ପଦବୀ ପ୍ରକାଶ ପାଇଛି।

ଦରମା

ୱାର୍ଡେନ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.11,500 ଦରମା ଦିଆଯିବ। ସେହିପରି ଆକାଉଟାଣ୍ଟ ପଦ ପାଇଁ ଟ.7,100, ପାର୍ଟ ଟାଇମ ଶିକ୍ଷକଙ୍କ ପାଇଁ ଟ.5,000, ପିଅନ ଓ  ଜୁନିୟର ଷ୍ଟେନୋଗ୍ରାଫର ପଦ ପାଇଁ ଟ. 5.200, ଏମ.ଆଇ.ଏସ ପ୍ଲାନିଙ୍ଗ କୋଡିନେଟର ପଦ ପାଇଁ ଟ.13,500 ଓ ପାର୍ଟ ଟାଇମ ଇନଷ୍ଟ୍ରକ୍ଟର ପଦ ପାଇଁ ଟ.4,900 ଦରମା ଦିଆଯିବ।

ଶିକ୍ଷାଗତ ଯୋଗ୍ୟତା

ଆବେଦନ କରିବା ପାଇଁ ପ୍ରାର୍ଥୀ ଗ୍ରାଜୁଏସନରେ ପ୍ରଥମ ଶ୍ରେଣୀରେ ପାସ କରିଥିବା ଆବଶ୍ୟକ ଓ କମ୍ପ୍ୟୁଟର ଶିଖିଥିବା ଆବଶ୍ୟକ।

ବୟସସୀମା

ଜୁନିୟର ଷ୍ଟେନୋଗ୍ରାଫର, ଏମ.ଆଇ.ଏସ ପ୍ଲାନିଙ୍ଗ କୋଡିନେଟର ଓ ଆକାଉଟାଣ୍ଟ ପଦ ପାଇଁ ପ୍ରାର୍ଥୀଙ୍କ ବୟସ 1.1.2018 ସୁଦ୍ଧା 21 ରୁ 42 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସେହିପରି ପାର୍ଟ ଟାଇମ ଇନଷ୍ଟ୍ରକ୍ଟର ପଦ ପାଇଁ 18 ରୁ 42 ବର୍ଷ, ୱାର୍ଡେନ ପଦ ପାଇଁ 30 ରୁ 50 ବର୍ଷ ଓ ପାର୍ଟ ଟାଇମ ଶିକ୍ଷକ ପଦ ପାଇଁ 18 ରୁ 35 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଆବେଦନ ପ୍ରଣାଳୀ ଓ ଚୟନ ପଦ୍ଧତି

ଇଚ୍ଛୁକ ପ୍ରାର୍ଥୀମାନେ ସମସ୍ତ ଅବଶ୍ୟକୀୟ ପ୍ରମାଣପତ୍ର ଜେରକ୍ସକୁ  “The District Project Coordinator, RTE-SSA,Rayagada, Pin-765001” ଠିକଣାରେ ଆସନ୍ତା ଜୁଲାଇ 20 ତାରିଖ ମଧ୍ୟରେ ରେଜିଷ୍ଟର ପୋଷ୍ଟ କିମ୍ବା ସ୍ପିଡ ପୋଷ୍ଟ କରିପାରିବେ।ଉପଯୁକ୍ତ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।

ଏ ସମ୍ପର୍କରେ ଅଧିକ ବିବରଣୀ ପାଇଁ www.rayagada.nic.in କିମ୍ବା www.opepa.in ୱେବସାଇଟରେ ଲଗଇନ କରି ଚେକ କରିପାରିବେ।

ଇନଫୋଶିସ

ଇନଫୋଶିସରେ ଅଫ କ୍ୟାମ୍ପସରେ  ଫ୍ରେସର ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। 

ଡିପ୍ଲୋମା, ବିଟେକ ଓ ଏମ.ଟେକ କରିଥିବା ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ଆବେଦନ କରିବା ପାଇଁ https://careers.infosys.com/CareerSite/Aspx/OffCampus.aspx?soc=ln17334 ଉକ୍ତ ଲିଙ୍କରେ କ୍ଲିକ କରି ଆବଶ୍ୟକୀୟ ତଥ୍ୟକୁ ପୂରଣ କରିବାକୁ ପଡିବ।

#jobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon