• padmabati kund

ଦେଖନ୍ତୁ : ଐଶ୍ଵର୍ଯ୍ୟାଙ୍କ ପପ୍ ଗାୟିକା ଅବତାର


ଅନେକ ଦିନର ବ୍ୟବଧାନ ପରେ ବିଶ୍ଵ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏକ ଗ୍ଲାମରସ୍ ଅନ୍ଦାଜରେ ପରଦାକୁ ଫେରିଛନ୍ତି। ଆଗକୁ ରିଲିଜ ହେବାକୁ ଥିବା ବଲିଉଡ ଫିଲ୍ମ “ଫନେ ଖାଁ” ରେ ଐଶ୍ୱର୍ଯ୍ୟାଙ୍କୁ ଦେଖିବାକୁ ମିଳିବ।ଏହି ମ୍ୟୁଜିକାଲ୍ ଡ୍ରାମା ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟାଙ୍କୁ ପପ୍ ଗାୟିକା ବେବି ସିଂ ଚରିତ୍ରରେ ଅଭିନୟ କରୁଛନ୍ତି।

ଟି-ସିରିଜ ଏହାର ୟୁଟ୍ୟୁବ ଚ୍ୟାନେଲରେ ଏହି ଚଳଚ୍ଚିତ୍ରର “ମହବତ୍” ଗୀତ ରିଲିଜ କରିଛି। ଏହି ଗୀତରେ ଐଶ୍ୱର୍ଯ୍ୟାଙ୍କୁ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି। ରିଲିଜ ହେବାର ମାତ୍ର ଗୋଟିଏ  ଦିନ ମଧ୍ୟରେ ଭିଡିଓଟିକୁ ଆଠ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି।

ତନିଷ୍କ ବାଗଚିଙ୍କ ରଚିତ ଏହି ଗୀତରେ କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ। ଏହି ଗୀତର ଲିରିକ୍ସ ଦେଇଛନ୍ତି ଇର୍ସାଦ କାମଲୀ। ଗୁଲସାନ କୁମାରଙ୍କ ଦ୍ଵାରା ପ୍ରସ୍ତୁତ ଓ ଅତୁଲ ମାଞ୍ଜେରକରଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଆସନ୍ତା ଅଗଷ୍ଟ ମାସ ତିନି ତାରିଖରେ ରିଲିଜ ହେବ।

ଏହି ଚଳଚ୍ଚିତ୍ରରେ ଐଶ୍ଵର୍ଯ୍ୟାଙ୍କ ବ୍ୟତୀତ ଅନିଲ କପୁର, ରାଜ କୁମାର ରାଓ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।  ଐଶ୍ଵର୍ଯ୍ୟା ଓ ଅନିଲଙ୍କ ଅଭିନୀତ ଫିଲ୍ମ “ତାଲ” ପରେ ପୁଣି ଥରେ ଏହି ଯୋଡିଙ୍କୁ ଏକାଠି ଦେଖିବାକୁ ମିଳିବ।ଏହି ଫିଲ୍ମରେ ଅନିଲ କପୁରଙ୍କୁ ଜଣେ ବାପାଙ୍କ ଭୂମିକାରେ ଦେଖିବାକୁ ମିଳିବ ଯିଏ ନିଜ ଝିଅକୁ ବଡ ଗୀତିକାର କରିବାକୁ ଚାହୁଞ୍ଛନ୍ତି। 

ଐଶ୍ଵର୍ଯ୍ୟା ଏଥିରେ ଜଣେ ପପ ଗାୟିକା ଭାବରେ ଅଭିନୟ କରିବେ ଓ ରାଜ କୁମାର ରାଓଙ୍କୁ  ଐଶ୍ଵର୍ଯ୍ୟାଙ୍କ ବୟଫ୍ରେଣ୍ଡ ଭୂମିକାରେ ଦେଖିବାକୁ ମିଳିବ।

ଦୁଇ ବର୍ଷର ବ୍ୟବଧାନ ପରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପରଦାରେ ନିଜ ଜଲୱା ଭେଟିଦେବାକୁ ଯାଉଛନ୍ତି। ଶେଷଥର ପାଇଁ ଐଶ୍ଵର୍ଯ୍ୟାଙ୍କୁ ନିର୍ଦ୍ଦେଶକ କରନ ଜୋହରଙ୍କ ଫିଲ୍ମ “ୟେ ଦିଲ ହେ ମୁଷ୍କିଲ” ରେ ଦେଖିବାକୁ ମିଳିଥିଲା। 

ଏହି ସିନେମାରେ ଐଶ୍ଵର୍ଯ୍ୟା ରଣବୀର କପୁରଙ୍କ  ସହ ରୋମାନ୍ସ କରିଥିଲେ। ସିନେମାଟି ହିଟ୍ ହୋଇ ନଥିଲେ ମଧ୍ୟ ଐଶ୍ୱର୍ଯ୍ୟାଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ।

#entertainment #bolllywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon