• padmabati kund

ଫେସବୁକ ଲାଇଭରେ ନିଜକୁ ଦେଲେ ଫାଶୀ


ଭାରତୀୟ ସେନାରେ ଯୋଗ ଦେବା ପାଇଁ ପାଞ୍ଚ ଥର ପରୀକ୍ଷା ଦେଇ ଅସଫଳ ହେବାରୁ ଆଗ୍ରାର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ସେ ଆତ୍ମହତ୍ୟା କରିବା ସମୟର ଲାଇଭ ଭିଡିଓ ମଧ୍ୟ ଫେସବୁକରେ ଶେୟାର କରିଥିଲେ। ଏହି ଭିଡିଓ କୁ 2750 ଜଣ ଲୋକ ଦେଖୁଥିଲେ ମଧ୍ୟ କେହି ଜଣେ ପୋଲିସ କିମ୍ବା ଯୁବକଙ୍କର ପରିବାର ଲୋକଙ୍କୁ ଜଣାଇନଥିଲେ।

ବର୍ତ୍ତମାନ ଏହି ଘଟଣା ସାରା ଦେଶବାସୀଙ୍କୁ ଚକିତ କରିଛି। ମିଳିଥିବା ସୂଚନା ମୁତାବକ ଯୁବକଙ୍କ ନାମ ମୁନା କୁମାର ଓ ସେ ଆଗ୍ରାର ପୋଲିସ ଇଲାକାର ଶାନ୍ତିନଗରରେ ରୁହନ୍ତି। ବି.ଏସ.ସି ଗ୍ରାଜୁଏସନ ପାସ କରି ଭାରତୀୟ ସେନାରେ ଯୋଗଦେବାପାଇଁ ଚାହୁଁଥିଲେ।ଏଥିପାଇଁ ସେ ପାଞ୍ଚଥର ଆର୍ମୀ ଏଣ୍ଟ୍ରାନ୍ସ ପରୀକ୍ଷା ମଧ୍ୟ ଦେଇଛନ୍ତି।

ଏତେ ପ୍ରୟାସ କରିବା ପରେ ମଧ୍ୟ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରୁ ନଥିବାରୁ ଗତ ବୁଧବାର (ଜୁଲାଇ11) ଦିନ ସକାଳେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଫେସବୁକରେ 1:09 ମିନିଟରେ ଲାଇଭ ଭିଡିଓ କରିଥିଲେ ଓ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ।

ଆତ୍ମହତ୍ୟା କରିବା ଆଗରୁ ଭିଡିଓ ସହିତ ସେ ଏକ ଛଅ ପୃଷ୍ଠା ବିଶିଷ୍ଟ ଚିଠି ମଧ୍ୟ ଲେଖିଥିଲେ। ବାରମ୍ବାର ଆର୍ମୀ ଏଣ୍ଟ୍ରାନ୍ସ ପରୀକ୍ଷାରେ ଫେଲ ହେଉଥିବାରୁ ଓ ନିଜ ଅବିଭାବକଙ୍କୁ ନିରାଶ କରୁଥିବାରୁ ସେ ନିଜକୁ ଦୋଷୀ ଭାବୁଛନ୍ତି ବୋଲି ଲେଖିଥିଲେ।

ମୁନାଙ୍କ ସାନଭାଇ ବିକାଶ କୁମାର ଟାଇମ୍ସ ଅଫ ଇଣ୍ଡିଆକୁ କହିଥିଲେ ଯେ, “ ସେ ଭଗତ ସିଂ ଙ୍କ ଜୀବନରୁ ବହୁତ ପ୍ରଭାବିତ ହୋଇଥିଲେ ଓ ଭାରତୀୟ ସେନାରେ ଯୋଗ ଦେବାକୁ ଚାହୁଁଥିଲେ।ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ସେ ବିଲକୁଲ ଠିକ ଥିଲେ ଓ ପରିବାର ସଦସ୍ୟଙ୍କ ସହିତ ଭୋଜନ କରିଥିଲେ।“ମୁନା ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ପରିବାର ଲୋକ ବିଲକୁଲ ଅନୁମାନ କରିପାରି ନ ଥିଲେ।

ମୁନାଙ୍କ ବାପା ଜଣେ ଗାଡି ଚାଳକ ଓ ପୁଅର ମାନସିକ ଅବସାଦକୁ ଦୂର କରିବା ପାଇଁ କିଛି ଦିନ ଆଗରୁ ମୁନାଙ୍କ ପାଇଁ ଏକ ଗ୍ରୋସରି ଦୋକାନ ଖୋଲିଥିଲେ।

#viralvideo #crime

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon