• padmabati kund

ଥାଇଲାଣ୍ଡର କାଳ ଗୁମ୍ଫାରେ ହେବ ମ୍ୟୁଜିୟମ


ଥାଇଲାଣ୍ଡର ଉତ୍ତରୀ ଭାଗରେ ଥିବା କାଳ ଗୁମ୍ଫାରେ ୧୨ଜଣ ଫୁଟବଲ ଖେଳାଳୀ ଓ ସେମାନଙ୍କ କୋଚ ଦୁଇ ସପ୍ତାହ ଧରି ଫଶି ରହିବା ଘଟଣା ବର୍ତ୍ତମାନ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଗୁମ୍ଫାଟିକୁ ଆଗାମୀ ଦିନରେ ମ୍ୟୁଜିୟମରେ ପରିଣତ କରାଯିବ ବୋଲି ସୂଚନା ମିଳିଛି। ଗତ ମଙ୍ଗଳବାର(ଜୁଲାଇ ୧୦) ଦିନ ପ୍ୟୋର ଫିକ୍ସ ଏଣ୍ଟରଟେନମେଣ୍ଟ ପକ୍ଷରୁ  ଏହି ଉଦ୍ଧାର ଘଟଣାକୁ ନେଇ ହଲିଉଡ ସିନେମା ନିର୍ମାଣ କରାଯିବ ବୋଲି ମଧ୍ୟ ଘୋଷଣା କରଯାଇଥିଲା।

ଉଦ୍ଧାରକାରୀ ଦଳଙ୍କର ମୁଖ୍ୟଙ୍କ କହିବା ଅନୁସାରେ ଏହି ମ୍ୟୁଜିୟମରେ କାଳଗୁମ୍ଫାରୁ ଖେଳାଳୀ ଓ ସେମାନଙ୍କ କୋଚକୁ ଉଦ୍ଧାର କରାଯିବା ଘଟଣାକୁ ପ୍ରଦର୍ଶିତ କରାଯିବ ଏବଂ ଏହା ଥାଇଲାଣ୍ଡର ମୁଖ୍ୟ ଆକର୍ଷଣ ହୋଇପାରିବ।

ଏହି ଗୁମ୍ଫା ଭିତରେ ବନ୍ଦୀ ହେଇ ରହିଥିବା ଖେଳାଳୀଙ୍କୁ ଉଦ୍ଧାର କରିବା ପାଇଁ ଆମେରିକା, ଇଂଲଣ୍ଡ ତଥା ଅନ୍ୟାନ୍ୟ ଦେଶରୁ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ। ଏହାପରେ ଉକ୍ତ ଗୁମ୍ଫା ପାହାଡରେ ଏକ ଛୋଟିଆ ସୁଡଙ୍ଗ ନିର୍ମାଣ କରି ଓ ଜମି ରହିଥିବା ପାଣିକୁ ପମ୍ପ ଦ୍ୱାରା କାଢ଼ିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେଇଥିଲା। ଏହା ପ୍ରାୟ ତିନିଦିନ ଧରି ଚାଲିଥିଲା। 

ଗତ ଜୁନ୍‌ ୨୩ ତାରିଖରେ ଉତ୍ତର ଥାଇଲାଣ୍ଡର ୧୨ ଜଣ ଫୁଟବଲ ଖେଳାଳି ସେମାନଙ୍କ କୋଚ୍‌ଙ୍କ ସହ ଉତ୍ସୁକତାର ସହ ଗୁମ୍ଫାରେ ପଶିଥିଲେ। ତେବେ ପ୍ରବଳ ବର୍ଷା ହେବାରୁ ଗୁମ୍ଫାରେ ପାଣି ପଶିଯାଇଥିଲା ଓ ଏହି ଖେଳାଳିମାନେ ବାଟଭୁଲି ଗୁମ୍ଫା ଭିତରେ ଫସି ଯାଇଥିଲେ। 

ଏହି କାଳଗୁମ୍ଫାର ଘଟଣା ସାରା ବିଶ୍ଵରେ ମୁଖ୍ୟ ଖବର ହୋଇସାରିବା ପରେ ଥାଇଲ୍ୟାଣ୍ଡର ଟୁରିଜିମ ଅଥରୀଟି ଏହି ଥାମ ଲୁଆଙ୍ଗ ଗୁମ୍ଫାକୁ ବିଦେଶୀ ପର୍ଯ୍ୟଟକ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ କରିବା ପାଇଁ ଯୋଜନା କରିଛନ୍ତି। 

ହଲିଉଡ଼ ଫିଲ୍ମ

ଏହାବ୍ୟତୀତ ଥାଇଲ୍ୟାଣ୍ଡରେ ଗୁମ୍ଫା ଭିତରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କ ଉଦ୍ଧାର ଘଟଣା ଉପରେ ହଲିଉଡ ଫିଲ୍ମ ନିର୍ମାଣ କରାଯିବ ବୋଲି ପ୍ୟୋର ଫିକ୍ସ ଏଣ୍ଟରଟେନମେଣ୍ଟ ପକ୍ଷରୁ ଘୋଷଣା କରାଯାଇଛି । ସଂସ୍ଥାର ସିଇଓ ମାଇକେଲ ସ୍କଟ୍‌ ଫେସ୍‌ବୁକ୍‌ରେ ଏହା ଘୋଷଣା କରିଥିଲେ।

ହଲିଉଡ୍ ରିପୋର୍ଟରେ ପ୍ରକାଶିତ ଖବର ଅନୁଯାୟୀ, କାଓସ ଏଣ୍ଟରଟେନମେଣ୍ଟ ଓ ପ୍ୟୋର ଫିକ୍ସ ଏଣ୍ଟରଟେନମେଣ୍ଟ ମିଳିତ ଭାବେ ଏହି ଫିଲ୍ମ ନିର୍ମାଣ କରିବେ । ଏହି ଫିଲ୍ମ ନିର୍ମାଣରେ ୩୦ ମିଲିୟନରୁ ୬୦ ମିଲିୟନ ଆମେରିକୀୟ ଡଲାର(ପାଖପାଖି ୨୦୦ ରୁ ୪୦୦ କୋଟି ଭାରତୀୟ ଟଙ୍କା) ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି ।

ସ୍କଟଙ୍କ କହିବା ଅନୁଯାୟୀ, ଉଦ୍ଧାରକାରୀ ଦଳ ଯେପରି ସାହସିକତା ପ୍ରଦର୍ଶନ କରି ଖେଳାଳୀ ଓ କୋଚକୁ ସତର୍କତାର ସହ ଉଦ୍ଧାର କଲେ ତାହା ପ୍ରେରଣାଦାୟକ ଅଟେ। ଯଦି ଏହି ଫିଲ୍ମ ନିର୍ମାଣ ସଫଳ ହୁଏ,ତେବେ ଏହା ଉଦ୍ଧାରକାରୀ ଦଳର ସମସ୍ତ ସଦସ୍ୟ ଓ ତାଙ୍କର ବାନ୍ଧବୀଙ୍କ ସ୍ୱାମୀ ଯିଏ ଉଦ୍ଧାର ସମୟରେ ପ୍ରାଣ ହରାଇଲେ ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ ।

#thaicave #hollywoodmovie #museum

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon