• padmabati kund

ଡିସେମ୍ବର ସୁଦ୍ଧା ସବୁ ପଞ୍ଚାୟତରେ  ଲାଗିବ ୱାଇ-ଫାଇ ହଟ ସ୍ପଟ


ଆନ୍ତଃ ମନ୍ତ୍ରଣାଳୟ ଟେଲିକମ କମିଶନ ଦ୍ଵାରା ଗତ ବୁଧବାର (ଜୁଲାଇ ୧୧)ଦିନ ଆୟୋଜିତ ହୋଇଥିବା ବୈଠକରେ ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ସବୁ ଗ୍ରାମପଞ୍ଚାୟତରେ ୱାଇ-ଫାଇ ହଟସ୍ପଟ ଲଗାଯିବ ବୋଲି ବୈଠକରେ ଆଲୋଚନା କରଯାଇଛି।

ଗତ ଜୁନ ମାସ ୧୪ ତାରିଖରେ ଚାଲୁ କରାଯାଇଥିବା  ଟେଣ୍ଡର ଅନୁସାରେ, ୧୦୦୦ ମଧ୍ୟରେ ଜନସଂଖ୍ୟା ଥିବା ଗ୍ରାମପଞ୍ଚାୟତରେ ଗୋଟିଏ  ୱାଇ-ଫାଇ, ୩,୫୦୦ ମଧ୍ୟରେ ଜନସଂଖ୍ୟା ଥିବା ଗ୍ରାମପଞ୍ଚାୟତରେ ଦୁଇଟି ୱାଇ-ଫାଇ, ୭,୫୦୦ ମଧ୍ୟରେ ଜନସଂଖ୍ୟା ଥିବା ଗ୍ରାମପଞ୍ଚାୟତରେ ତିନୋଟି ୱାଇ-ଫାଇ, ୧୨,୦୦୦ ମଧ୍ୟରେ ଜନସଂଖ୍ୟା ଥିବା ଗ୍ରାମପଞ୍ଚାୟତରେ ଚାରୋଟି ଓ ୧୨,୦୦୦ରୁ ଅଧିକ ଜନସଂଖ୍ୟା ଥିବା ଗ୍ରାମ ପଞ୍ଚାୟତରେ ପାଞ୍ଚଟି ୱାଇ-ଫାଇ ଲଗାଯିବ।ଏହା ପଞ୍ଚାୟତରେ ଥିବା ଥାନା, ଡାକଘର, ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଓ ବିଦ୍ୟାଳୟରେ ଉପଲବ୍ଧ ହେବ।

ବୈଠକରେ ଉପସ୍ଥିତ ଥିବା ଜଣେ ଅଧିକାରୀଙ୍କ କହିବା ଅନୁସାରେ ପ୍ରତ୍ୟେକ ପଞ୍ଚାୟତରେ ୱାଇ-ଫାଇ ହଟସ୍ପଟ ଲଗାଇବା ପାଇଁ ମୋଟ ୧୨ଲକ୍ଷ ୫୦ ହଜାର ୱାଇ-ଫାଇ ହଟସ୍ପଟର ଆବଶ୍ୟକତା ରହିଛି ଓ ଏଥିଲାଗି ମୋଟ ୬,୦୦୦ କୋଟି ଟଙ୍କାର ଆବଶ୍ୟକତା ହେବ। 

ଇଣ୍ଟରନେଟ ନିରପେକ୍ଷତାକୁ ଯାଞ୍ଚ କରିବା ପାଇଁ ଟେଲିକମ ବିଭାଗ ତରଫରୁ ମନିଟରିଙ୍ଗ ବ୍ୟବସ୍ଥା କରାଯିବ। ଏଥିରେ ସରକାରୀ କର୍ମଚାରୀଙ୍କ ସହିତ  ଆଇଟି, ଟେଲିକମ କମ୍ପାନୀ ଓ ସାଧାରଣ ନାଗରିକ ସଦସ୍ୟ ରହିବେ।

ଏହି ବୈଠକରେ ଟେଲିକମ କମିଶନ ନ୍ୟାସନାଲ ଡିଜିଟାଲ କମୁନିକେଶନ ପଲିସି (ଏନ.ଡି.ସି.ପି) ୨୦୧୮କୁ ମଧ୍ୟ ଅନୁମୋଦନ କରାଯାଇଛି। ଆଗକୁ ଏନ.ଡି.ସି.ପି ଦ୍ଵାରା ୬.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବାର ସମ୍ଭାବନା ରହିଛି।ଏହାଦ୍ୱାରା ୪୦ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ମଧ୍ୟ ସୂଚନା ରହିଛି। ଏନ.ଡି.ସି.ପି ଦ୍ଵାରା ପ୍ରତ୍ୟେକ ବ୍ୟକ୍ତି ୫୦ ମେଗାବିଟ ବେଗରେ ଇଣ୍ଟରନେଟ ସେବା ପାଇପାରିବେ।

ଦେଶରେ ଏହି ଇଣ୍ଟରନେଟ ନିରପେକ୍ଷତାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଟେଲିକମ ସଚିବ ଅରୁଣା ସୁନ୍ଦରରାଜନ। ଇଣ୍ଟରନେଟ ସେବା ପ୍ରଦାନ କରିବାରେ କୌଣସି ଅଞ୍ଚଳ, ବ୍ୟକ୍ତି ଓ ଅଗ୍ରାଧିକାର ଦିଆଯିବ ନାହିଁ ଏପରିକି ଇଣ୍ଟରନେଟ ବେଗରେ ମଧ୍ୟ ପାତର ଅନ୍ତର କରାଯିବ ନାହିଁ ବୋଲି ସେ କହିଛନ୍ତି।

ଏ ସମ୍ପର୍କରେ ଭାରତ ସରକାର କହିଛନ୍ତି ଯେ, “ଇଣ୍ଟରନେଟ ସେବା ପ୍ରଦାନରେ ମୋବାଇଲ କମ୍ପାନୀ, ଇଣ୍ଟରନେଟ ଯୋଗାଣକାରୀ ଓ ସାମାଜିକ ଗଣମାଧ୍ୟମ କମ୍ପାନୀ ଗୁଡିକ କୌଣସି ପ୍ରକାରର ପକ୍ଷପାତିତା କିମ୍ବା ପାତରଅନ୍ତର କରିପାରିବେ ନାହିଁ ଓ ଇଣ୍ଟରନେଟ ସେବା ପାଇବାକୁ କାହାକୁ ବଞ୍ଚିତ କରାଯାଇପାରିବ ନାହିଁ।

ଏଥିରେ ବ୍ୟତିକ୍ରମ ଦେଖାଦେଲେ ସମ୍ପୃକ୍ତ କମ୍ପାନୀ ବିରୋଧରେ ଜୋରିମାନା ସହିତ କଠୋର ଦଣ୍ଡବିଧାନ ମଧ୍ୟ କରାଯିବ।

#wifivillage

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon