• padmabati kund

ସ୍ମରଣଶକ୍ତି ବଢାଇବା ପାଇଁ ଉପଯୁକ୍ତ ଖାଦ୍ୟ


ପ୍ରାୟ ଅଧିକାଂଶ ଲୋକ ଛୋଟ ଛୋଟ କଥା ସବୁବେଳେ ଭୁଲିଯାଇଥାନ୍ତି। ପିଲାମାନେ ମଧ୍ୟ ପରିଶ୍ରମ କରି ପାଠପଢି ଥିଲେବି ସେମାନଙ୍କର କିଛି ମନେ ରହିନଥାଏ। ଯେଉଁମାନଙ୍କଠାରେ ସ୍ମରଣଶକ୍ତି କମ ରହିଥାଏ ସେମାନଙ୍କ ପାଖରେ ଏପରି ସମସ୍ୟା ଦେଖାଦେଇଥାଏ। ସ୍ମରଣଶକ୍ତିକୁ ବଢାଇବା ପାଇଁ ପୌଷ୍ଟିକ ଆହାର ସହିତ ଧ୍ୟାନ ଏବଂ ଯୋଗ କରିବାକୁ ପଡିବ।

ତେବେ ଜାଣିରଖନ୍ତୁ ସ୍ମରଣଶକ୍ତି ବୃଦ୍ଧି କରୁଥିବା କିଛି ଖାଦ୍ୟ ବିଷୟରେ।

ଚର୍ବି ଥିବା ମାଛ: ସ୍ମରଣଶକ୍ତି ବଢାଇବାରେ ଚର୍ବି ଥିବା ମାଛ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏଥିରେ ଓମେଗା-୩ ଅଧିକ ମାତ୍ରାରେ ରହିଥାଏ ଓ ଏଥିରେ ଥିବା ପୋଷାକତତ୍ତ୍ଵ ଆପଣଙ୍କର ସ୍ମରଣ ଶକ୍ତିକୁ ବଢାଇଥାଏ।

ଚକୋଲେଟ: ଚକୋଲେଟ କିମ୍ବା ଚକୋଲେଟ ଗୁଣ୍ଡରେ ସ୍ମରଣଶକ୍ତି ବୃଦ୍ଧି କରିବାର ଉପାଦାନ ଯଥା ଫ୍ଲାବୋନଏଡ,କାଫେଇନ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ହୋଇଥାଏ। ଛୋଟପିଲା ମାନଙ୍କୁ ଖାଲି କ୍ଷୀର ପିଇବାକୁ ଦେବା ଅପେକ୍ଷା ଏହା ସହିତ ଚକୋଲେଟ ଗୁଣ୍ଡ ମିଶାଇ ପିଇବାକୁ ଦେଲେ ପିଲାଙ୍କର ସ୍ମରଣ ଶକ୍ତି ବଢିଥାଏ।

ବ୍ରୋକଲି: ଏଥିରେ ଭରପୁର ମାତ୍ରାରେ ଭିଟାମିନ-କେ ରହିଥାଏ ଯାହାକି ସ୍ମରଣଶକ୍ତି ବଢାଇବାରେ ସାହାଯ୍ୟ କରେ। ଏହାଦ୍ଵାରା ମସ୍ତିସ୍କ  ମଧ୍ୟରେ ଠିକ ଭାବରେ ରକ୍ତ ଚଳାଚଳ ହୋଇଥାଏ ଓ ଏହା ଠିକ ଭାବରେ କାମ କରିଥାଏ।

ହଳଦୀ: ତରକାରୀ ପ୍ରସ୍ତୁତ ସମୟରେ ବ୍ୟବହାର କରାଯାଉଥିବା ଏହି ହଳଦୀ ସ୍ମରଣଶକ୍ତି ବଢାଇବା ପାଇଁ ବହୁତ ଉପାଦେୟ ହୋଇଥାଏ। ଏଥିରେ ଥିବା କରକୁମୀନ ଉପାଦାନ ଆପଣଙ୍କର ମାନସିକ ଚିନ୍ତା ଦୂରକରେ, ମସ୍ତିସ୍କ ମଧ୍ୟରେ ନୂତନ ଟିସୂ ଗଢିବାରେ ସାହାଯ୍ୟ କରେ ଓ ସ୍ମରଣଶକ୍ତି ବଢିବାରେ ସହାୟକ ହୋଇଥାଏ।

କଖାରୁ ମଞ୍ଜି: କଖାରୁ ମଞ୍ଜିରେ ଥିବା ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଆମ ଶରୀର ଓ ମସ୍ତିସ୍କକୁ ସୁରକ୍ଷା ଦେଇଥାଏ। ଏହାବ୍ୟତୀତ ଏଥିରେ ଥିବା ମାଗ୍ନେସିୟମ, ଆଇରନ, ଜିଙ୍କ ଓ କପର ମସ୍ତିସ୍କକୁ ସୁସ୍ଥ ରଖିଥାଏ। ତେଣୁ ପ୍ରତିଦିନ ଖାଦ୍ୟ ସହିତ କଖାରୁ ମଞ୍ଜି ଖଆନ୍ତୁ।

କମଳା: ପ୍ରତିଦିନ ଗୋଟିଏ କମଳା ଖାଇବା ଦ୍ଵାରା ଆପଣଙ୍କ ଶରୀରକୁ ଆବଶ୍ୟକ ଥିବା ଭିଟାମିନ-ସି ସଠିକ ପରିମାଣରେ ମିଳିଥାଏ। ଏହା ଆପଣଙ୍କ ବୟସ ବଢିବା ସହିତ ଆପଣଙ୍କ ମନେରଖିବା ଶକ୍ତିକୁ କମ କରିନଥାଏ। ଏହାବ୍ୟତୀତ ଆପଣ ଟମାଟୋ, ପିଜୁଳି ଓ ଷ୍ଟ୍ରବେରୀ ମଧ୍ୟ ଖାଇପାରିବେ।

ଅଣ୍ଡା: ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ଭିଟାମିନ-B6 ଓ ଭିଟାମିନ-B12 ଅଣ୍ଡାରୁ ମିଳିଥାଏ। ଅଣ୍ଡାର କେଶରରେ  ଥିବା ଉପାଦାନ ଆପଣଙ୍କ ସ୍ମରଣଶକ୍ତିକୁ ବଢାଇଥାଏ।

#lifestyle #food #memorypower

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon