• padmabati kund

ସୋମବାରଠୁ ଆରମ୍ଭ ଆମାଜନ, ଫ୍ଲିପକାର୍ଟ ସେଲ : କଣ ମିଳିବ ଡିସକାଉଣ୍ଟ


ବର୍ତ୍ତମାନ ସମୟରେ ଗ୍ରାହକ ମାନଙ୍କ ମଧ୍ୟରେ ଅନଲାଇନ ଶପିଙ୍ଗର ଚାହିଦା ଅଧିକ। ସେଥିପାଇଁ ଭାରତର ଦୁଇଟି ପ୍ରମୁଖ ଅନଲାଇନ ସାଇଟ ଆମାଜନ ଓ ଫ୍ଲିପକାର୍ଟ ତାର ଗ୍ରାହକ ମାନଙ୍କ ପାଇଁ ଆରମ୍ଭ କରିବାକୁ ଯାଉଛନ୍ତି ଆମାଜନ ପ୍ରାଇମ ସେଲ ଓ ଫ୍ଲିପକାର୍ଟ ବିଗ ଶପିଙ୍ଗ ଡେ ସେଲ। ଭାରତରେ ଏହି ସେଲ ଆସନ୍ତା ଜୁଲାଇ 16 ତାରିଖରୁ ଆରମ୍ଭ ହେବ।

ଆମାଜନ ପ୍ରାଇମ ସେଲ

ଆମାଜନର ଏହି ପ୍ରାଇମ ସେଲ କେବଳ ପ୍ରାଇମ ସଦସ୍ୟ ମାନଙ୍କ ପାଇଁ ଆସନ୍ତା ଜୁଲାଇ 16 ତାରିଖ ଦିନ 12ଟାରୁ ଜୁଲାଇ 18 ତାରିଖ ରାତି 12ଟା ପର୍ଯ୍ୟନ୍ତ 36 ଘଣ୍ଟା ଯାଏଁ ଉପଲବ୍ଧ ହେବ। ପ୍ରାଇମ ସଦସ୍ୟ ହେବାପାଇଁ ମାସିକ ₹130 ଦେଇ ସଦସ୍ୟ ହେଇପାରିବେ ନତୁବା ₹999 ବାର୍ଷିକ ସଦସ୍ୟ ହେଇପାରିବେ।

ଏହି ସେଲରେ ଏଚ.ଡି.ଏଫ.ସି ବ୍ୟାଙ୍କ କାର୍ଡର ବ୍ୟବହାର କଲେ ଗ୍ରାହକମାନଙ୍କୁ 10ପ୍ରତିଶତ କ୍ୟାଶବ୍ୟାକ ମିଳିବ। ବହୁ ବଡ ବଡ ବ୍ରାଣ୍ଡ ଯଥା ବଶ୍ଚ, ଇଣ୍ଟେଲ, ୱାନପ୍ଲସ, ନେସଲେ ଆଦିର 2000ରୁ ଅଧିକ ପ୍ରଡ଼କ୍ଟ  ମିଳିବ।

ଏହି ସେଲରେ ମୋବାଇଲ ପ୍ରଡ଼କ୍ଟରେ 40%, ଇଲେକ୍ଟ୍ରୋନିକ୍ସରେ 50%, ଘର ସଜାଇବା ଜିନିଷରେ 70%, ଦୈନନ୍ଦିନ ଆବଶ୍ୟକ ଜିନିଷରେ 50%, ପୋଷାକରେ 80% ଓ ବହି ଏବଂ ଖେଳ ସାମଗ୍ରୀରେ 70%ର ରିହାତି ମିଳିବ। ଏହା ବ୍ୟତୀତ ଆମାଜନ କୁପନରେ ଗ୍ରାହକ ମାନଙ୍କୁ ଅଧିକ ରିହାତି ଓ ଆମାଜନକୁ ସବସ୍କ୍ରାଇବ କଲେ 40% ରିହାତି ମିଳିବ।

ଫ୍ଲିପକାର୍ଟ ବିଗ ଶପିଙ୍ଗ ଡେ ସେଲ

ଆମାଜନ ପ୍ରାଇମ ସେଲକୁ ଟକ୍କର ଦେବା ପାଇଁ ଫ୍ଲିପକାର୍ଟ ତରଫରୁ ବିଗ ଶପିଙ୍ଗ ଡେ ସେଲ ଲଞ୍ଚ କରାଯାଇଛି। ଏହି ସେଲ ମଧ୍ୟ ଆସନ୍ତା ଜୁଲାଇ 16 ତାରିଖ ଅପରାହ୍ନ 4ଟାରୁ ଆରମ୍ଭ ହୋଇ ଜୁଲାଇ 19 ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ସେଲରେ ବିଶେଷକରି ସ୍ମାର୍ଟଫୋନ ଉପରେ ଏକ୍ସଚେଞ୍ଜ ଅଫର ଓ ଫେରସ୍ତ ପାଇଁ ଗ୍ୟାରେଣ୍ଟି ଅଫର ଉପଲବ୍ଧ ହେବ।

ସାମସଙ୍ଗ,ଗୁଗୁଲ, ଭିବୋ ପରି ମୋବାଇଲରେ ଅଫର ରହିବ ଓ ଆପଲ ୱାଚ ସିରିଜ 3, ଆଇଫୋନ ଏକ୍ସ,ଆଇପ୍ୟାଡ 6 ଜେନେରେସନ ଓ ଏସର ପ୍ରିଡେଟର ଗେମିଙ୍ଗ ଲାପଟପରେ ମଧ୍ୟ ଅଫର ମିଳିବ। ଗୁଗୁଲର ଟ.70,000ର ପିକ୍ସେଲ 2 ଫୋନ ମାତ୍ର ଟ.42,999ରେ ଉପଲବ୍ଧ ହେବ।ଏହା ବ୍ୟତୀତ ଟ.3,000ର ରିହାତି ଓ ଟ.8,000 ପର୍ଯ୍ୟନ୍ତ କ୍ୟାଶବ୍ୟାକ ମଧ୍ୟ ପାଇପାରିବେ ଏବଂ ଟ.37,000 ପର୍ଯ୍ୟନ୍ତ ଗ୍ୟାରେଣ୍ଟି ବାୟବ୍ୟାକ ଭାଲ୍ୟୁ ମଧ୍ୟ ମିଳିବ।ସେହିପରି vivov7+64GB ଫୋନ ଟ.19,090ରେ ଉପଲବ୍ଧ ହେବ।ଏହି ସେଲ ସମୟରେ ଫ୍ଲିପକାର୍ଟ ତରଫରୁ “ଇନ୍ଫିନିକ୍ସ ହଟ6 ପ୍ରୋ” ମଧ୍ୟ ଲଞ୍ଚ କରାଯିବ।

ଏହା ବ୍ୟତୀତ ଯଦି ଆପଣ ଷ୍ଟେଟ ବ୍ୟାଙ୍କ କ୍ରେଡିଟ କାର୍ଡ ମାଧ୍ୟମରେ ଜିନିଷ କିଣୁଛନ୍ତି ତେବେ ଆପଣଙ୍କୁ ସଙ୍ଗେ ସଙ୍ଗେ 10% ରିହାତି ମିଳିବ। ସ୍ମାର୍ଟଫୋନ ବ୍ୟତୀତ ଅନ୍ୟସମସ୍ତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ 70% ରିହାତି ମିଳିବ।

#lifestyle #onlineshopping

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon