• padmabati kund

ପକ୍ଷୀ ବିମାନରେ ବସି ବାହାଘର ଭୋଜିକୁ ଆସିଲେ ବର-କନ୍ୟା


ଦିନଥିଲା ଯେଉଁ ସମୟରେ ବର ବିବାହ କରିବା ପାଇଁ ଶଗଡ ଗାଡି କିମ୍ବା ଘୋଡା ଗାଡିରେ ଆସୁଥିଲା। ଧୀରେ ଧୀରେ ସମୟ ବଦଳିବା ସହିତ ବର ବିବାହ କରିବା ପାଇଁ ଗାଡିରେ ଗଲେ। ଏବେ ସମୟର ପରିବର୍ତ୍ତନ ଓ ଟେକ୍ନୋଲୋଜିର ବିକାଶ ଫଳରେ ବରକନ୍ୟାଙ୍କୁ ପକ୍ଷୀବିମାନରେ ବସି ଭୋଜିକୁ ଆସିବାର ଦେଖିବାକୁ ମିଳିଛି। ଏହି ପକ୍ଷୀବିମାନରେ ବସି ଆସିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ନିକଟରେ ଭାଇରାଲ ହେଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ  ଏକ ବରକନ୍ୟା ଆକାଶ ମାର୍ଗରୁ ଉଡି ଆସି ନିଜ ବିବାହ  ଭୋଜି ରେ ଯୋଗଦେଇଥିଲେ।ସେମାନେ କୌଣସି ହେଲିକପ୍ଟରରେ ଏହି ସ୍ଥାନକୁ ଆସିନଥିଲେ ବରଂ ବଡ ଶାଗୁଣାର ଗୋଡରେ ଲାଗିଥିବା ଏକ ବଡ ଲୁହା ବଲ ମଧ୍ୟରେ ଠିଆ ହୋଇ ଆସିଥିଲେ। ବରକନ୍ୟା ପ୍ରବେଶ କରିଥିବା ଏହି ପକ୍ଷୀବିମାନଟି  “ପୁଷ୍ପକ ବିମାନ” ପରି ଲାଗୁଅଛି।

ଏହି ଭିଡିଓଟି ବର୍ତ୍ତମାନ ଭାଇରାଲ ହୋଇଛି କିନ୍ତୁ ଏହି ଭିଡିଓଟି ଏକ ବର୍ଷ ଆଗରୁ ୟୁଟ୍ୟୁବରେ ଶେୟାର କରଯାଇଥିଲା। 

ଏହି ଭିଡିଓ ଶେୟାର କରିବା ପରେ ଦର୍ଶକମାନେ ଟ୍ଵିଟରରେ ନିଜ ନିଜର ମତ ପ୍ରକାଶ କରିଛନ୍ତି। କେହି କେହି ଏହାକୁ ଏକ ଭିନ୍ନ ପ୍ରୟାସ ବୋଲି କହିଥିବା ବେଳେ, ଅନ୍ୟକେହି ବରକନ୍ୟାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି। ଏହା କେବଳ ବେକାର ଅର୍ଥଖର୍ଚ୍ଚ ବୋଲି ମଧ୍ୟ କେତେକ ଟ୍ଵିଟର ବ୍ୟବହାରକାରୀ କହିଛନ୍ତି।

କିଛି ବର୍ଷ ପୂର୍ବରୁ ଅହମଦାବାଦରେ ମଧ୍ୟ ଏକ ବିବାହରେ କନ୍ୟା ଓ କନ୍ୟାର ଭଉଣୀ କ୍ରେନରେ ଭୋଜି ସ୍ଥାନକୁ ଅବତରଣ କରୁଥିବା ସମୟରେ କ୍ରେନଟି ତଳକୁ ପଡିଯାଇ କନ୍ୟା ଓ ଉପସ୍ଥିତ ଅନ୍ୟ ଲୋକମାନେ ଆହତ ହୋଇଥିଲେ। ଆଗରୁ ଏପରି ଘଟଣା ଘଟିବାପରେ ବି ଲୋକମାନେ ସଚେତନ ନହୋଇ ନିଜ ଧନର ପ୍ରତିପତି ଦେଖେଇବାକୁ ପସନ୍ଦ କରୁଛନ୍ତି ବୋଲି କିଛି ଲୋକ କହିଛନ୍ତି।

#oddnews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon