• ବେତାର ବ୍ୟୁରୋ

ସଙ୍ଗୀତ ରୁଚିରୁ ଜାଣନ୍ତୁ ସ୍ୱଭାବ


ଜଣେ ମନୁଷ୍ୟର ସାଧାରଣ ସ୍ୱଭାବ କିପରି ହେଇଥାଏ, ତାହା ସେମାନଙ୍କ ଜନ୍ମ ରାଶି (ଯେଉଁ ରାଶିରେ ଚନ୍ଦ୍ର ରୁହେ) ରୁ ଜଣାପଡ଼ିଥାଏ। ତେବେ ଯେଉଁମାନଙ୍କ ରାଶି ଆପଣ ଜାଣି ନାହାନ୍ତି, ସେମାନଙ୍କ ସ୍ୱଭାବ ଦେଖି କେଉଁ ରାଶିର ଆପଣ ଠଉରେଇପାରିବେ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କୁ କି ପ୍ରକାର ସଙ୍ଗୀତ ପସନ୍ଦ ଆସିଥାଏ। ଏଥିରୁ ଆପଣ ଜଣେ ବ୍ୟକ୍ତିଙ୍କ କେଉଁ ରାଶି ହେଇଥିବ, ଆପଣ ଅନୁମାନ ଲଗାଇପାରିବେ।

ମେଷ: ଏହି ରାଶିର ବ୍ୟକ୍ତିମାନେ ପପ ଓ ରକ  ଭଳି ଗୀତ ଶୁଣିବାକୁ ପସନ୍ଦ କରିଥାନ୍ତି। ଏହାସହିତ ଜୀବନ୍ତ ଓ ପ୍ରେରଣାଦାୟକ ସଙ୍ଗୀତକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି ଏବଂ ବିଦେଶୀ ଓ ଶାସ୍ତ୍ରୀୟ ସଙ୍ଗୀତକୁ ଭଲ ପାଇଥାନ୍ତି। 

ବୃଷ: ସବୁପ୍ରକାର ଗୀତ ଶୁଣିବାକୁ ପସନ୍ଦ କରିଥାନ୍ତି ଓ ସଙ୍ଗୀତର ତାଳେ ତାଳେ ଝୁମିବାକୁ ମଧ୍ୟ ପସନ୍ଦ କରନ୍ତି। ଏହି ରାଶିର ବ୍ୟକ୍ତିମାନେ କୌଣସି ଗୋଟିଏ ପ୍ରକାର ଗୀତରେ ସନ୍ତୁଷ୍ଟ ହୋଇନଥାନ୍ତି, ସମୟ ସହ ଗୀତର ପସନ୍ଦ ବଦଳିଥାଏ।

ମିଥୁନ: ଏହି ରାଶିର ବ୍ୟକ୍ତିମାନେ ଅତ୍ୟନ୍ତ ଶାନ୍ତ, ସରଳ ଓ ସ୍ନେହୀ ସ୍ଵଭାବର ହୋଇଥାନ୍ତି। ତେବେ ଏମାନେ ଉଭୟ ପୁରୁଣା ଓ ନୂଆ ଗୀତକୁ ପସନ୍ଦ କରନ୍ତି ଯାହାକି ଶୁଣିବାକୁ ଶ୍ରୁତିମଧୁର ହୋଇଥାଏ।

କର୍କଟ: କର୍କଟ ରାଶିର ବ୍ୟକ୍ତିମାନେ ସାଧାରଣତଃ ଭାବପ୍ରବଣ, ରୋମାଣ୍ଟିକ ଓ ଶ୍ରୁତିମଧୁର ସଙ୍ଗୀତ ଶୁଣିବାକୁ ପସନ୍ଦ କରନ୍ତି। ଲାଉଡ ଗୀତ ଶୁଣିବାକୁ ଆଦୌ ପସନ୍ଦ କରିନଥାନ୍ତି।

ସିଂହ: ନିଜକୁ ଅଧିକ ପ୍ରଶଂସିତ ଓ ଚର୍ଚ୍ଚିତ କରିବାକୁ ଭଲପାଇଥାନ୍ତି। ତେଣୁ ଗୀତ ଶୁଣିବା ସହିତ ଗୀତ ଗାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି। ଏହି ବ୍ୟକ୍ତିମାନେ ହାର୍ଡରକ ଓ ପପ ଗୀତ ଶୁଣିବାକୁ ପସନ୍ଦ କରନ୍ତି।

କନ୍ୟା: ଏହି ରାଶିର ବ୍ୟକ୍ତିମାନେ ଦୟାବାନ ସ୍ଵଭାବର ହୋଇଥାନ୍ତି। ବିଶେଷକରି ଧୀର ଓ ମଧୁର ଗୀତରେ ଏମାନଙ୍କର ରୁଚି ରହିଥାଏ।ଉଭୟ ପୁରୁଣା ଓ ନୂଆ ଗୀତ ଶୁଣିଥାନ୍ତି।

ତୁଳା: ତୁଳା ରାଶି ଶୁକ୍ରଗ୍ରହ ଦ୍ଵାରା ପରିଚାଳିତ ହେଉଥିବାରୁ ଏହି ରାଶିର ବ୍ୟକ୍ତିମାନେ ସାଧାରଣତଃ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି। ତେଣୁ ଅଧିକ ରୋମାଣ୍ଟିକ ଓ ଶାନ୍ତ ଗୀତ ଶୁଣିବାକୁ ପସନ୍ଦ କରନ୍ତି।

ବିଛା: ବିଛା ରାଶିର ବ୍ୟକ୍ତି ଅଧିକ ଉତ୍ସାହିତ ଓ ସାହସୀ ହୋଇଥାନ୍ତି। ତେଣୁ ଏମାନଙ୍କୁ ଅଧିକ କୋଳାହଳପୂର୍ଣ୍ଣ ଗୀତ ଯଥା ହାର୍ଡରକ ଓ ପପ ଗୀତରେ ରୁଚି ରଖିଥାନ୍ତି।

ଧନୁ: ଏହି ରାଶିର ବ୍ୟକ୍ତିମାନେ ଅଦର୍ଶବାଦୀ ଓ ଅନୁଭବି ହୋଇଥାନ୍ତି। ତେଣୁ ମ୍ୟୁଜିକ ଆଲବମ ଶୁଣିବା ଅପେକ୍ଷା ଚଳଚ୍ଚିତ୍ର ସଙ୍ଗୀତ ଶୁଣିବାକୁ ପସନ୍ଦ କରନ୍ତି। ଏହାବ୍ୟତୀତ ଦେଶତ୍ମବୋଧକ ସଙ୍ଗୀତ ପ୍ରତି ରୁଚି ରଖିଥାନ୍ତି।

ମକର: ମକର ରାଶିର ବ୍ୟକ୍ତିମାନେ ଦେଶର କଳା , ଐତିହ୍ୟ ଓ ସଂସ୍କୃତି ପ୍ରତି ଅଧିକ ରୁଚି ରଖିଥାନ୍ତି ଓ ଶାସ୍ତ୍ରୀୟ ସଙ୍ଗୀତ ତଥା ପୁରୁଣା ଗୀତ ପ୍ରତି ରୁଚି ମଧ୍ୟ ରହିଥାଏ।

କୁମ୍ଭ: ଏହି ରାଶିର ବ୍ୟକ୍ତିମାନେ ସ୍ଵଭାବରେ ଅତ୍ୟନ୍ତ ଶକ୍ତ ଓ କଠୋର ହୋଇଥାନ୍ତି। ଏମାନେ ସର୍ବଦା ଭିନ୍ନ ଭିନ୍ନ ପ୍ରକାରର ନୂଆ ନୂଆ ଗୀତ ଶୁଣିବାରେ ରୁଚି ରଖନ୍ତି।

ମୀନ: ମୀନ ରାଶିର ବ୍ୟକ୍ତିବେଶେଷମାନେ ସବୁ ପ୍ରକାର ଗୀତ ଶୁଣିବାକୁ ରୁଚି ରଖନ୍ତି। ବିଶେଷକରି ରୋମାଣ୍ଟିକ, ପପ, ଅଫବିଟ ଓ ଡ୍ୟାନ୍ସ ମ୍ୟୁଜିକ ଅଧିକ ଶୁଣିଥାନ୍ତି।

#astrology #musicchoice #zodiacsign

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon