• ବେତାର ବ୍ୟୁରୋ

ଆଜିଠୁ ଫ୍ଲିପକାର୍ଟ,ଆମାଜନ ସେଲ:କେଉଁ ମୋବାଇଲ କେତେ ଶସ୍ତାରେ


ଏହି ମୌସୁମୀ ଋତୁରେ ଘରେ ବସି ନିଜର ମନ ପସନ୍ଦର ଜିନିଷ କିଣାକିଣି ପାଇଁ ଆଗ୍ରହ ରଖୁଥିବା ଗ୍ରାହକମାନଙ୍କ ପାଇଁ ଅନଲାଇନ ସପିଙ୍ଗ କମ୍ପାନୀ ଫ୍ଲିପକାର୍ଟ ଓ ଆମାଜନ ଆଜିଠୁ ନିଆରା ସେଲ ଆରମ୍ଭ କରିଛନ୍ତି ।

ମୁଖ୍ୟତଃ ସ୍ମାର୍ଟଫୋନ ଗୁଡିକରେ ଭଲ ଡିସକାଉଣ୍ଟ ଦେଇ ଉଭୟ କମ୍ପାନୀ ଗ୍ରାହକମାନଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି ।

ସାମସଙ୍ଗ, ଭିଭୋ ଭଳି ଫୋନ ଫ୍ଲିପକାର୍ଟରେ ଅନେକ ଶସ୍ତାରେ ମିଳୁଥିବା ବେଳେ ଆମାଜନ ଏହିସବୁ ଫୋନ ସହିତ ନିଜର ଏକୋ (ଆଲେକ୍ସା) ସ୍ମାର୍ଟ ସ୍ପିକର , ମୋବାଇଲର ଭିଡିଓ ଟିଭିରେ ଦେଖିବା ପାଇଁ ଥିବା ଆମାଜନ ଫାୟାର ଷ୍ଟିକ ଓ ଡିଜିଟାଲ ବହି ପଢିବା ପାଇଁ କିଣ୍ଡଲ ଇତ୍ୟାଦିରେ ପାଖାପାଖି 50 ପ୍ରତିଶତ ଛାଡ କରି ବିକ୍ରି କରୁଛି ।

ଆମାଜନ ପ୍ରାଇମ ସେଲ

ଆମାଜନର ଏହି ପ୍ରାଇମ ସେଲ କେବଳ ପ୍ରାଇମ ସଦସ୍ୟ ମାନଙ୍କ ପାଇଁ ଜୁଲାଇ 16 ତାରିଖ ଦିନ 12ଟାରୁ ଜୁଲାଇ 18 ତାରିଖ ରାତି 12ଟା ପର୍ଯ୍ୟନ୍ତ 36 ଘଣ୍ଟା ଯାଏଁ ଉପଲବ୍ଧ ହେବ। ପ୍ରାଇମ ସଦସ୍ୟ ହେବାପାଇଁ ମାସିକ ଟ.129 ଦେଇ ସଦସ୍ୟ ହେଇପାରିବେ ନତୁବା ଟ.999 ବାର୍ଷିକ ସଦସ୍ୟ ହେଇପାରିବେ।

ଏହି ସେଲରେ HDFC ବ୍ୟାଙ୍କ କାର୍ଡର ବ୍ୟବହାର କଲେ ଗ୍ରାହକମାନଙ୍କୁ 10ପ୍ରତିଶତ କ୍ୟାଶବ୍ୟାକ ମିଳିବ। ବହୁ ବଡ ବଡ ବ୍ରାଣ୍ଡ ଯଥା ବଶ୍ଚ (BOSCH), ଇଣ୍ଟେଲ, ୱାନପ୍ଲସ, ନେସଲେ ଆଦିର 2000ରୁ ଅଧିକ ପ୍ରଡ଼କ୍ଟ ଏହି ସେଲରେ ମିଳିବ।

ଏହି ସେଲରେ ମୋବାଇଲ ଉପରେ 40%, ଇଲେକ୍ଟ୍ରୋନିକ୍ସରେ 50%, ଘର ସଜାଇବା ଜିନିଷରେ 70%, ଦୈନନ୍ଦିନ ଆବଶ୍ୟକ ଜିନିଷରେ 50%, ପୋଷାକରେ 80% ଓ ବହି ଏବଂ ଖେଳ ସାମଗ୍ରୀରେ 70%ର ରିହାତି ମିଳିବ। ଏହା ବ୍ୟତୀତ ଆମାଜନ କୁପନରେ ଗ୍ରାହକ ମାନଙ୍କୁ ଅଧିକ ରିହାତି ଓ ଆମାଜନକୁ ସବସ୍କ୍ରାଇବ କଲେ 40% ରିହାତି ମିଳିବ।

ଫ୍ଲିପକାର୍ଟ ବିଗ ଶପିଙ୍ଗ ଡେ ସେଲ

ଆମାଜନ ପ୍ରାଇମ ସେଲକୁ ଟକ୍କର ଦେବା ପାଇଁ ଫ୍ଲିପକାର୍ଟ ତରଫରୁ ବିଗ ଶପିଙ୍ଗ ଡେ ସେଲ ଲଞ୍ଚ କରାଯାଇଛି। ଏହି ସେଲ ଜୁଲାଇ 16 ତାରିଖ ଅପରାହ୍ନ 4ଟାରୁ ଆରମ୍ଭ ହୋଇ ଜୁଲାଇ 19 ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ସେଲରେ ବିଶେଷକରି ସ୍ମାର୍ଟଫୋନ ଉପରେ ଏକ୍ସଚେଞ୍ଜ ଅଫର ଓ ଫେରସ୍ତ ପାଇଁ ଗ୍ୟାରେଣ୍ଟି ଅଫର ଉପଲବ୍ଧ ହେବ।

ସାମସଙ୍ଗ,ଗୁଗୁଲ, ଭିବୋ ପରି ମୋବାଇଲରେ ଅଫର ରହିବ ଓ ଆପଲ ୱାଚ ସିରିଜ 3, ଆଇଫୋନ ଏକ୍ସ,ଆଇପ୍ୟାଡ 6 ଜେନେରେସନ ଓ ଏସର ପ୍ରିଡେଟର ଗେମିଙ୍ଗ ଲାପଟପରେ ମଧ୍ୟ ଅଫର ମିଳିବ।

ଗୁଗୁଲର ଟ.70,000ର ପିକ୍ସେଲ 2 ଫୋନ ମାତ୍ର ଟ.42,999ରେ ଉପଲବ୍ଧ ହେବ।ଏହା ବ୍ୟତୀତ ଟ.3,000ର ରିହାତି ଓ ଟ.8,000 ପର୍ଯ୍ୟନ୍ତ କ୍ୟାଶବ୍ୟାକ ମଧ୍ୟ ପାଇପାରିବେ ଏବଂ ଟ.37,000 ପର୍ଯ୍ୟନ୍ତ ଗ୍ୟାରେଣ୍ଟି ବାୟବ୍ୟାକ ଭାଲ୍ୟୁ (ଅର୍ଥାତ ଗୁଗୁଲର ଏହି ଫୋନ କିଛି ବର୍ଷ ପରେ ବଦଳେଇବାକୁ ଚାହିଁଲେ ଏହାଉପରେ ଟ.37,000 ଫ୍ଲିପକାର୍ଟ ଦେବ) ମଧ୍ୟ ମିଳିବ।

ସେହିପରି vivov7+ 64GB ଫୋନ ଟ.19,090ରେ ଉପଲବ୍ଧ ହେବ।ଏହି ସେଲ ସମୟରେ ଫ୍ଲିପକାର୍ଟ ତରଫରୁ infinix hot 6 ମଧ୍ୟ ଲଞ୍ଚ କରାଯିବ।

ଫ୍ଲିପକାର୍ଟ ତରଫରୁ କୁହାଯାଇଛି ଯେ କୌଣସି ପୁରୁଣା ଫୋନ ଦେଲେ ଅତି କମରେ ଟ.500 ଏହାର ଏକ୍ସଚେଞ୍ଜ ବଦଳରେ ଦିଆହେବ ।

ଏହା ବ୍ୟତୀତ ଯଦି ଆପଣ ଷ୍ଟେଟ ବ୍ୟାଙ୍କ କ୍ରେଡିଟ କାର୍ଡ ମାଧ୍ୟମରେ ଜିନିଷ କିଣୁଛନ୍ତି ତେବେ ଆପଣଙ୍କୁ ସଙ୍ଗେ ସଙ୍ଗେ 10% ରିହାତି ମିଳିବ। ସ୍ମାର୍ଟଫୋନ ବ୍ୟତୀତ ଅନ୍ୟସମସ୍ତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ 70% ରିହାତି ମିଳିବ।

#mobile #amazon #flipkart #onlinesho

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon