• padmabati kund

ଗୁରୁ ରନ୍ଧାୱାଙ୍କ ପ୍ରସିଦ୍ଧ 'ହାଇ ରେଟେଡ ଗବରୁ' ଗୀତ ଏବେ ଏହି ଫିଲ୍ମରେ


ଗୁରୁ ରନ୍ଧାୱାଙ୍କ ଲୋକପ୍ରିୟ ପଞ୍ଜାବି ଗୀତ “ହାଇରେଟେଡ ଗବରୁ” ର ବଲିଉଡ ଭର୍ସନ ଟି-ସିରିଜ ତରଫରୁ ୟୁଟ୍ୟୁବରେ ଅପଲୋଡ ହୋଇସାରିଛି। ଏହି ଭିଡିଓ ଅପଲୋଡ ହେବାର ତିନି ସପ୍ତାହ ମଧ୍ୟରେ ୬.୬ କୋଟି ଲୋକ ଏହାକୁ ଦେଖିସାରିଲେଣି । ତେବେ ଛଅ ଦିନ ପୂର୍ବରୁ ମଧ୍ୟ ଏହି ଗୀତର ଅଡିଓ ୟୁଟ୍ୟୁବରେ ଶେୟାର କରାଯାଇଛି। ମାତ୍ର ଛଅ ଦିନରେ ଏହି ଭିଡିଓକୁ ୬ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

ଆଗକୁ ରିଲିଜ ହେବାକୁ ଥିବା ବଲିଉଡ ଫିଲ୍ମ “ନୱାବଜାଦେ”ରେ ଏହି ଗୀତକୁ ସ୍ଥାନ ଦିଆଯାଇଛି। ଏହି ଭିଡିଓରେ ବଲିଉଡ ଷ୍ଟାର ବରୁଣ ଧାୱନ, ଶ୍ରଦ୍ଧା କପୁରଙ୍କ ସହିତ ଡ୍ୟାନ୍ସର ଧର୍ମେଶ, ପୁନୀତ ଓ ରାଘବଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ଏବେ ତିନିଦିନ ତଳେ ଏହି ଫିଲ୍ମର ନୂଆ ଗୀତ “ମମ୍ମି କସମ” ରିଲିଜ କରାଯାଇଛି। ଯାହାକୁ ମାତ୍ର ତିନିଦିନ ମଧ୍ୟରେ ୧କୋଟିରୁ ଅଧିକ ଲୋକ ଦେଖିସାରିଲେଣି।

କିଛିଦିନ ପୂର୍ବରୁ ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ କରାଯାଇଛି। ଏହି ଟ୍ରେଲରରେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଷ୍ଟାର ରାଘବ ଯୁଗଲ, ପୂନୀତ ପାଠକ ,ଧର୍ମେଶ ୟଲାଣ୍ଡେଙ୍କ ସହିତ ଇଶା ରିଖିଙ୍କୁ ଦେଖିବାକୁ ମିଳିଥିଲା। ଏହି ଟ୍ରେଲରରୁ ଜଣାପଡୁଛି ଯେ ଫିଲ୍ମର କାହାଣୀ ତିନି ସାଙ୍ଗଙ୍କୁ ନେଇ ତିଆରି କରାଯାଇଛି। ତିନି ଜଣ ସାଙ୍ଗ ଗୋଟିଏ ଝିଅକୁ ହିଁ ପସନ୍ଦ କରୁଛନ୍ତି,ଏହାପରେ କାହାଣୀଟି ନୂଆ ମୋଡ ନେଇଛି।

ରେମୋ ଡିସୁଜା ଏଣ୍ଟରଟେନମେଣ୍ଟରେ ନିର୍ମାଣ ହୋଇଥିବା ଏହି କମେଡି ଫିଲ୍ମ “ନୱାବଜାଦେ”ର ନିର୍ଦ୍ଦେଶନା ଦେଇ ନିଜର ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରୁଛନ୍ତି ଜୟେଶ ପ୍ରଧାନ ଓ ଏହାର ପ୍ରଯୋଜନ ନିଜେ ରେମୋ ଡିସୁଜା ଦେଇଛନ୍ତି। ଫିଲ୍ମଟି ଆସନ୍ତା ଜୁଲାଇ ୨୭ ତାରିଖରେ ରିଲିଜ ହେବ।

ପଞ୍ଜାବୀର ଲୋକପ୍ରିୟ ଯୁବ ଗାୟକ ଗୁରୁ ରନ୍ଧାୱାଙ୍କ ଏହି “ହାଇରେଟେଡ ଗବରୁ” ଗୀତ ବ୍ୟତୀତ ତାଙ୍କର ଅନ୍ୟ ପଞ୍ଜାବୀ ଆଲବମ ଗୀତ “ତେନୁ ସୁଟ ସୁଟ କରଦା”, “ଲଗଦି ହେ ଥାଇ”, “ବନଜା ତୁ ମେରି ରାଣୀ”, “କୌନ ନାଚଦି” ଓ “ପଟୋଲା” ଗୀତ ମଧ୍ୟ ବଲିଉଡ ଫିଲ୍ମରେ ସ୍ଥାନ ପାଇ ସାରିଛି।

#entertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon